ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ବିଳମ୍ବ; ଏଥି ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଦାୟୀ କଲେ କେନ୍ଦ୍ର ସରକାର

ଏହି ପ୍ରକଳ୍ପ ୨୦୨୩ ଶେଷ ସୁଦ୍ଧା ଶେଷ ହେବ । ଦୁଇ ସାଂସଦଙ୍କ ତରଫରୁ ପ୍ରଶ୍ନ କରାଯାଇଥିଲା ଯେ ବୁଲେଟ୍ ଟ୍ରେନ୍ କେବେ ଆରମ୍ଭ ହେବ ଓ କେବେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିପାରିବ ବୋଲି ଆଶା କରାଯାଉଛି । ଜବାବରେ କେନ୍ଦ୍ର ସରକାର ମହାରାଷ୍ଟ୍ର ସରକାରଙ୍କୁ ଏଥି ପାଇଁ ଦାୟୀ କରିଛନ୍ତି ।

ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ବିଳମ୍ବ

ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ବିଳମ୍ବ

  • Share this:
News18 Odia Digital

ମୁମ୍ବାଇ: ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ (MAHSR) ପ୍ରକଳ୍ପ କେବେ ଶେଷ ହେବ? ବର୍ତ୍ତମାନ ସରକାରଙ୍କର ଏଥି ପାଇଁ କୌଣସି ସଂଶୋଧିତ ଶେଷ ତାରିଖ ନାହିଁ। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ସମୟ ସୀମା ସ୍ଥିର କରାଯାଇପାରିବ ବୋଲି କେନ୍ଦ୍ର କହିଛି। ଏହା ସହିତ ସରକାର ଏହି ପ୍ରକଳ୍ପରେ ବିଳମ୍ବ ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଦାୟୀ କହିଛନ୍ତି।

ଏହି ପ୍ରକଳ୍ପ ୨୦୨୩ ଶେଷ ସୁଦ୍ଧା ଶେଷ ହେବ । ଦୁଇ ସାଂସଦଙ୍କ ତରଫରୁ ପ୍ରଶ୍ନ କରାଯାଇଥିଲା ଯେ ବୁଲେଟ୍ ଟ୍ରେନ୍ କେବେ ଆରମ୍ଭ ହେବ ଓ କେବେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିପାରିବ ବୋଲି ଆଶା କରାଯାଉଛି।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘‘କରୋନାର ପ୍ରତିକୂଳ ପ୍ରଭାବ ତଥା ମହାରାଷ୍ଟ୍ରରେ ଜମି ଅଧିଗ୍ରହଣ ଓ ହସ୍ତାନ୍ତର ହେତୁ ଏହି ପ୍ରକଳ୍ପରେ ବିଳମ୍ବ ହେଉଛି । ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମହାରାଷ୍ଟ୍ର ସରକାରଙ୍କ ଠାରୁ ସବୁ ସ୍ତରରେ ସୂଚନା ନିୟମିତ ନିଆଯାଉଛି। ମହାରାଷ୍ଟ୍ରରେ ଜମି ଅଧିଗ୍ରହଣ ଶେଷ ହେବା ପରେ ପ୍ରକଳ୍ପର ସମାପ୍ତି ପାଇଁ ସଂଶୋଧିତ ସୀମା ସ୍ଥିର ହୋଇପାରିବ ।

ସାମ୍ପ୍ରତିକ ପରିସ୍ଥିତି ହେଉଛି ଯେ ମହାରାଷ୍ଟ୍ରରେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ୪୩୨ ହେକ୍ଟର ଜମିର ମାତ୍ର ୨୫ ପ୍ରତିଶତ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇଛି। ଯେଉଁଠାରେ ୯୬ ପ୍ରତିଶତରୁ ଅଧିକ ଜମି ଗୁଜୁରାଟ ଓ ଦମନ ଆଣ୍ଡ ଡିୟୁରେ ଅଧିଗ୍ରହଣ ହୋଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୭୫ ପ୍ରତିଶତ ଜମି ଅଧିଗ୍ରହଣ କରାଯାଇଛି।

ବୈଷ୍ଣବ ଆହୁରି କହିଛନ୍ତି ଯେ ୨୦୨୧-୨୨ରେ ଏହି ପ୍ରକଳ୍ପ ପାଇଁ ୧୪,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏଥି ସହିତ ଚଳିତ ବର୍ଷରେ ପ୍ରାୟ ୨ ହଜାର ୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପରେ ଏ ପର୍ଯ୍ୟନ୍ତ ୧୪ ହଜାର ୧୫୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସେ ସୂଚନା ଦେଇଛନ୍ତି।

ଘଟଣାଟି ହେଉଛି, ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ PRAGATI ସମୀକ୍ଷା ବୈଠକରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ସରକାରଙ୍କୁ ୨୦୨୧ ଏପ୍ରିଲ ୩୦, ସୁଦ୍ଧା ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ଓ ହସ୍ତାନ୍ତର କରିବାକୁ କହିଥିଲେ। ସେ ପର୍ଯ୍ୟନ୍ତ କେବଳ ୨୨ ପ୍ରତିଶତ ଜମି ଅଧିଗ୍ରହଣ ହୋଇପାରିଥିଲା । ରାଜ୍ୟର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେ ଏହା ପୂର୍ବରୁ କହିଥିଲେ ଯେ ଏହି ପ୍ରକଳ୍ପ ତାଙ୍କ ସରକାର ପାଇଁ ପ୍ରାଥମିକତା ନୁହେଁ। ଏଥି ସହ ଶିବସେନା ଏହାକୁ ଏକ ଭ୍ୟାନିଟି ପ୍ରୋଜେକ୍ଟ ବୋଲି କହିଥିଲେ। ଦଳ କହିଥିଲା ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଭଲ ଟ୍ରେନ୍ ସଂଯୋଗ ଅଛି।
Published by:Lipina Das
First published: