ମୁମ୍ବାଇ: ଭିୱାଣ୍ଡିରେ ୩ ମହଲା କୋଠା ଭୁଶୁଡିଲା; ୧୦ ଜଣଙ୍କର ମୃତ୍ୟୁ, ୨୦ ଜଣ ଫଶି ରହିଥିବା ଆଶଙ୍କା

Mumbai Bhiwandi Building Collapses: ସୋମବାର ଦିନ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଅତି କମରେ ୨୦ ଜଣ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ଭଗ୍ନାବଶେଷ ତଳେ ପୋତି ହୋଇଥିବା ଅବଶିଷ୍ଟ ୨୦ ଜଣଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୁମ୍ବାଇ: ଭିୱାଣ୍ଡିରେ ୩ ମହଲା କୋଠା ଭୁଶୁଡିଲା; ୧୦ ଜଣଙ୍କର ମୃତ୍ୟୁ, ୨୦ ଜଣ ଫଶି ରହିଥିବା ଆଶଙ୍କା
ଭିୱାଣ୍ଡିରେ ୩ ମହଲା କୋଠା ଭୁଶୁଡିଲା; ୧୦ ଜଣଙ୍କର ମୃତ୍ୟୁ, ୨୦ ଜଣ ଫଶି ରହିଥିବା ଆଶଙ୍କା
  • News18 Odia
  • Last Updated: September 21, 2020, 9:30 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digita
ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ବଡ଼ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ମୁମ୍ବାଇକୁ ଲାଗିଥିବା ଭିୱାଣ୍ଡିରେ ୩ ମହଲା କୋଠା (Bhiwandi Building Collapses) ଭୁଶୁଡି ପଡିଛି । ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଛି । ଭଗ୍ନାବଶେଷ ତଳେ ୩୫ ରୁ ୪୦ ଜଣ ଲୋକ ଫସି ଯାଇଥିଲେ । ଦୁର୍ଘଟଣା ଖବର ପାଇବା ମାତ୍ରେ ପୋଲିସ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନର ଖବର ଅନୁଯାୟୀ ଏପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଅତି କମରେ ୨୦ ଜଣ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ଭଗ୍ନାବଶେଷ ତଳେ ପୋତି ହୋଇଥିବା ଅବଶିଷ୍ଟ ୨୫ ଜଣଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଥାନେ ମ୍ୟୁନିସିପାଲିଟି କର୍ପୋରେସନର PRO କହିଛି ଯେ ଏହି ଦୁର୍ଘଟଣା ସକାଳ ୩.୨୦ ସମୟରେ ଭୱାଣ୍ଡିର ପଟେଲ କମ୍ପାଉଣ୍ଡରେ ଘଟିଛି । ଏହି ସମୟରେ ବିଲ୍ଡିଂର ଲୋକମାନେ ଗଭୀର ନିଦ୍ରାରେ ଶୋଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତଦେହକୁ ଭଗ୍ନାବଶେଷରୁ ବାହାର କରାଯାଇଛି । ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି । ବାକି ଲୋକଙ୍କ ଖୋଜା ଚାଲିଛି ।





ଥାନେ ମ୍ୟୁନିସିପାଲିଟି କର୍ପୋରେସନର PRO ଅନୁଯାୟୀ ୧୯୮୪ ରେ ନିର୍ମିତ ଜିଲାନି ଆପାର୍ଟମେଣ୍ଟର ହାଉସ୍ ନଂ ୬୯ ନାମକ କୋଠାର ଅଧା ଅଂଶ ବିଳମ୍ବିତ ରାତିରେ ଭୁଶୁଡି ପଡିଥିଲା । ଏହି କୋଠାଟି ବିପଦ ତାଲିକାରେ ଥିଲା । ଏହାକୁ ଖାଲି କରିବାକୁ ନୋଟିସ ମଧ୍ୟ ଜାରି କରାଯାଇଥିଲା । ନୋଟିସ ପାଇବା ପରେ କିଛି ଲୋକ ଏଠାରୁ ଚାଲିଗଲେ, କିନ୍ତୁ କିଛି ଲୋକ ଏଠାରେ ରହି ଯାଇଥିଲେ ।





କୁହାଯାଉଛି ଯେ ମୁମ୍ବାଇରେ ଅତୀତରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ କୋଠାଟି ଦୁର୍ବଳ ହୋଇଯାଇଥିଲା । ଏହି ବିଲଡିଂରେ ୨୧ ଟି ପରିବାର ରହୁଥିଲେ । ସୋମବାର ସକାଳେ ଏନଡିଆରଏଫ ଟିମ୍ ଏକ ଶିଶୁକୁ ଭଗ୍ନାବଶେଷ ରୁ ଉଦ୍ଧାର କରିଥିଲା ।

ଗତ ମାସରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ମହାଡ଼ରେ ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଥିଲା । ଏହି ଦୁର୍ଘଟଣାରେ ୫୦ ଜଣ ଆହତ ହୋଇଥିବାବେଳେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି କୋଠାଟି ମାତ୍ର ଦଶ ବର୍ଷ ପୁରୁଣା ଥିଲା ।
Published by: Jagdish Barik
First published: September 21, 2020, 9:29 AM IST
corona virus btn
corona virus btn
Loading