ସ୍କୁଲରେ ଆଖିବୁଜା ଗୁଳିମାଡ଼; ୬ ଜଣଙ୍କର ମୃତ୍ୟୁ

ଆମେରିକା ସ୍କୁଲରେ ଆଖିବୁଜା ଗୁଳିମାଡ଼ । ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଛି ।

ଆଖିବୁଜା ଗୁଳିମାଡ଼

ଆଖିବୁଜା ଗୁଳିମାଡ଼

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ୱାଶିଂଟନ: ଆମେରିକା ସ୍କୁଲରେ ଆଖିବୁଜା ଗୁଳିମାଡ଼ । ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଛି । ନାସଭିଲେର ଏକ ଘରୋଇ ସ୍କୁଲରେ ଗୁଳିମାଡ଼ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ  ଛାତ୍ର ଅଛନ୍ତି । ଗୁଳିମାଡ଼ କରିଥିବା ବ୍ୟକ୍ତି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘଟଣା ପାଇଁ ଚିନ୍ତାପ୍ରକଟ କରିଛନ୍ତି । ଅସ୍ତ୍ରଶସ୍ତ୍ର ବ୍ୟାନ ପାଇଁ କଂଗ୍ରେସ ଡାକିଛନ୍ତି ରାଷ୍ଟ୍ରପତି ବାଇଡ଼େନ । ତେବେ ଘଟଣାର କାରଣ ପୋଲିସ ଏ ପର୍ଯ୍ୟନ୍ତ ପ୍ରକାଶ କରି ନାହିଁ । ମୃତ ପିଲାଙ୍କ ବୟସ ୧୨ ବର୍ଷରୁ କମ୍ ଥିଲା । ଅଧିକାରୀମାନେ କହିଛନ୍ତି ଯେ ସକାଳ ପ୍ରାୟ ୧୦ଟା ସମୟରେ ପ୍ରଥମ ଜରୁରୀକାଳୀନ ସାଇରନ ବାଜିଥିଲା । ଏହାର ୧୫ ମିନିଟ୍ ମଧ୍ୟରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବାହିନୀ ଗୁଳି ଚଳାଇଥିଲେ । ଅଧିକାରୀ କହିଛନ୍ତି ଯେ ଘଟଣାର ପଛରେ ମହିଳାଙ୍କ ଉଦ୍ଦେଶ୍ୟ କ’ଣ ରହିଛି ତାହାର ତଦନ୍ତ କରାଯାଉଛି ।
Published by:Soumya Das
First published: