News18 Odia Digital
ଲକ୍ଷ୍ନୌ: ସମାଜବାଦୀ ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଆଜି ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ଓ ରାଜ୍ୟରେ ତିନି ଦିନ ଶୋକ ଘୋଷଣା କରିଛନ୍ତି।
ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁକୁ ନେଇ ତିନି ଦିନ ଧରି ରାଜ୍ୟ ଶୋକ ଘୋଷଣାମୁଲାୟମ ସିଂ ଯାଦବଙ୍କ ମୃତ୍ୟୁରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏକ ଟ୍ବିଟ ଜରିଆରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, ‘‘ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଜିଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ତାଙ୍କ ମୃତ୍ୟୁ ସମାଜବାଦର ଏକ ପ୍ରମୁଖ ସ୍ତମ୍ଭ ଓ ସଂଘର୍ଷପୂର୍ଣ୍ଣ ଯୁଗର ସମାପ୍ତିକୁ ଚିହ୍ନିତ କରିଛି। ବିଦାୟ ପ୍ରାପ୍ତ ଆତ୍ମାର ଶାନ୍ତି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଓ ଶୋକସନ୍ତପ୍ତ ପରିବାର ଓ ସମର୍ଥକଙ୍କୁ ମୋର ସମବେଦନା ଜଣାଉଛି।’’
ଫୁସଫୁସ ସଂକ୍ରମଣ ହେତୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଛି। ସାଧନା ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ଥିଲେ। ତାଙ୍କର ପ୍ରଥମ ପତ୍ନୀ ମାଳତୀ ଦେବୀଙ୍କର ୨୦୦୩ରେ ଦେହାନ୍ତ ହୋଇଥିଲା। ମାଳତୀ ଦେବୀ ଅଖିଳେଶ ଯାଦବଙ୍କ ମା' ଥିଲେ।
ମୁଲାୟମ ସିଂ ଯାଦବଙ୍କ ରାଜନୈତିକ କ୍ୟାରିୟର୧୯୬୭ ମସିହାରେ ମୁଲାୟମ ସିଂ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ଏହା ପରେ, ୫ ଡିସେମ୍ବର ୧୯୮୯ ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଲାୟମ ଯୋଶବନ୍ତନଗର ବିଧାନସଭା ଆସନରୁ ନିଜର ରାଜନୈତିକ ଅଭିଯାନ ଆରମ୍ଭ କରିଥିଲେ। ସେ ସମାଜବାଦୀ ପାର୍ଟି, ପ୍ରଜା ସମାଜବାଦୀ ପାର୍ଟି ସହିତ ଆଗକୁ ବଢିଥିଲେ। ସେ ୧୯୬୭, ୧୯୭୪, ୧୯୭୭, ୧୯୮୫, ୧୯୮୯ ରେ ବିଧାନସଭା ସଦସ୍ୟ ଥିଲେ। ୧୯୮୯, ୧୯୯୩ ଓ ୨୦୦୩ ରେ ମୁଲାୟମ ସିଂ ୟୁପିର ସିଏମ୍ ଥିଲେ। ସେ ଲୋକସଭାର ସଦସ୍ୟ ମଧ୍ୟ ଥିଲେ।
୧୯୯୬ ନିର୍ବାଚନରେ ଜିତି ସେ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିଲେ। ଏହା ପରେ ସେ ୧୯୯୮ ରେ ଜିତିଥିଲେ। ୧୯୯୯ ନିର୍ବାଚନରେ ମଧ୍ୟ ତାଙ୍କର ବିଜୟ ଧାରା ଚାଲିଥିଲା। ୨୦୦୪ ରେ ସେ ମେନପୁରୀରୁ ଲୋକସଭା ନିର୍ବାଚନରେ ଜିତିଥିଲେ। ୨୦୧୪ ରେ, ସେ ଆଜାମଗଡ ସଂସଦୀୟ ଆସନ ଓ ମେନପୁରୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ଉଭୟ ଆସନରୁ ଜିତିଥିଲେ। ଏହି ଭେଟେରାନ୍ ଏସପି ନେତାଙ୍କ ବିଜୟ ଧାରା ୨୦୧୯ ନିର୍ବାଚନରେ ମଧ୍ୟ ଜାରି ରହିଥିଲା ଓ ମେନପୁରୀରୁ ଜିତିବା ପରେ ପୁଣି ଥରେ ସଂସଦରେ ପହଞ୍ଚିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।