‘ଗ୍ୟାଙ୍ଗ୍‌ଷ୍ଟର୍‌-ରାଜନେତା’ ମୁଖତାର୍‌ ଅନସାରିଙ୍କ ପୁଅ ଅବ୍ବାସ୍ ଅନସାରି ଗିରଫ

'ଗ୍ୟାଙ୍ଗ୍‌ଷ୍ଟର୍‌ରୁ ରାଜନେତା’ ହୋଇଥିବା ମୁଖତାର୍‌ ଅନସାରିଙ୍କ ପୁଅ ଅବ୍ବାସ୍ ଅନସାରିଙ୍କୁ ଇଡି ଗିରଫ କରିଛି।

ଅବ୍ବାସ୍ ଅନସାରି

ଅବ୍ବାସ୍ ଅନସାରି

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: 'ଗ୍ୟାଙ୍ଗ୍‌ଷ୍ଟର୍‌ରୁ ରାଜନେତା’ ହୋଇଥିବା ମୁଖତାର୍ ଅନସାରିଙ୍କ ପୁଅ ଅବ୍ବାସ୍ ଅନସାରିଙ୍କୁ ଇଡି ଗିରଫ କରିଥିବା ଅଭିଯୋଗ ହୋଇଛି। ଇଡିର ପ୍ରୟଗରାଜ ୟୁନିଟ୍ ଅବ୍ବାସ୍ ଅନସାରିଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି। ଗିରଫ ପୂର୍ବରୁ ଅବ୍ବାସ୍ ଅନସାରି ପ୍ରାୟ ୯ ଘଣ୍ଟା ଧରି ଇଡିଙ୍କ ହେପାଜତରେ ଥିଲେ। ଅବ୍ବାସ୍ ଅନସାରିଙ୍କୁ ଗିରଫ କରାଯିବା ପରେ ବର୍ତ୍ତମାନ ଇଡି ମୁଖତାର୍ ଅନସାରିଙ୍କ ପରିବାର ସଦସ୍ୟଙ୍କୁ ଶୀଘ୍ର ଗିରଫ କରି ଆଇନଗତ କଡ଼ାକଡ଼ି କରିପାରେ। କିଛି ଦିନ ପୂର୍ବେ ବିଧାୟକ ଅବ୍ବାସ୍ ଅନସାରି ଏବଂ ତାଙ୍କ ମା ଆଫଶନ ଅନସାରିଙ୍କ ବିରୋଧରେ ଇଡି ଏକ ଲୁକଆଉଟ୍ ନୋଟିସ ଜାରି କରିଥିଲା। ଇଡି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଗିରଫ ଘୋଷଣା କରିନାହିଁ।

ଅଗଷ୍ଟ ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କର ବଡ଼ଭାଇ ତଥା ‘ବିଏସ୍‌ପି’ ସାଂସଦ ଅଫ୍‌ଜଲ୍‌ ଅନ୍‌ସାରିଙ୍କ ଦିଲ୍ଲୀ ବାସଭବନ ଏବଂ ଗାଜିପୁର, ମହମ୍ମଦାବାଦ, ମଊ ଏବଂ ଲକ୍ଷ୍ନୌର କେତେକ ସ୍ଥାନରେ ଚଢ଼ଉ କରିଥିଲା। ଜମି ଜବରଦଖଲ, ନରହ୍ୟା ଏବଂ ବଟି ଆଦାୟ ସମେତ ଅନାନ୍ୟ ୪୯ଟି ଅପରାଧିକ ମାମଲା ଥିବା ମୁଖତାର୍ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦୃଷ୍ଟି ପକାଇଥିଲା। ଉତ୍ତର ପ୍ରଦେଶରେ ନରହତ୍ୟା ଉଦ୍ୟମ ଓ ନରହତ୍ୟା ସମେତ କେତେଗୁଡ଼ିଏ ମାମଲାରେ ତାଙ୍କ ନାଁରେ ବିଚାର ଚାଲିଥିଲା।
Published by:Soumyashree Mishra
First published: