News18 Odia Digital
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (RIL) ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ମାଇକ୍ରୋସଫ୍ଟ (Microsoft) ସହିତ RILର ପାର୍ଟନରସିପ୍ ଏହି ଦଶକର ନିର୍ଣ୍ଣାୟକ ପାର୍ଟନରସିପ୍ ହେବ । ଅମ୍ବାନୀ ମୁମ୍ବାଇରେ ଫ୍ୟୁଚ଼ର୍ ଡ଼େକୋଡେଡ୍ ସି.ଇ.ଓ. 2020 ସମ୍ମିଟ୍ (Future Decoded CEO 2020 Summit) ରେ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନଡେଲାଙ୍କ ସହ କଥାବାର୍ତ୍ତା ସମୟରେ ଏହା କହିଛନ୍ତି ।
ଅମ୍ବାନୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚ଼ଳିତ ଭାରତ ଗସ୍ତ ଉପରେ ମଧ୍ୟ ମତ ବ୍ୟକ୍ତ କରିଛନ୍ତି । ‘‘ଟ୍ରମ୍ପ ଯେଉଁ ଭାରତ ଦେଖିବେ ତାହା ପୂର୍ବ ଆମେରିକୀୟ ରାଷ୍ଟ୍ରପତିମାନେ ଦେଖିଥିବା ଭାରତ ଠାରୁ ବହୁତ ଅଲଗା,’’ କହିଛନ୍ତି ଅମ୍ବାନୀ ।
‘‘ଭାରତରେ ଆମ ପାଖରେ ଏକ ପ୍ରମୁଖ ଡିଜିଟାଲ ସମାଜ ଗଠନ କରିବାର ସୁଯୋଗ ଅଛି । ଭାରତର ତୃଣମୂଳ ସ୍ତରରେ ଉଦଯୋଗର ଏକ ବିରାଟ ଶକ୍ତି ଅଛି । ଏ କଥାରେ କୌଣସି ସନ୍ଦେହ ନାହିଁ ଯେ ଆମେ ଖୁବ୍ ଶୀଘ୍ର ଦୁନିଆର ଶୀର୍ଷ ତିନି ଅର୍ଥବ୍ୟବସ୍ଥା ମଧ୍ୟରେ ଗୋଟିଏ ହେବୁ,’’ ମୁମ୍ବାଇରେ ଆୟୋଜିତ ଫ୍ୟୁଚର ଡ଼େକୋର୍ଡେଡ଼ ସି.ଇ.ଓ. ୨୦୨୦ ସମ୍ମିଟରେ ମୁକେଶ ଅମ୍ବାନୀ ସତ୍ୟ ନଡେଲାଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି ।
ଅମ୍ବାନୀ ପୁଣି କହିଛନ୍ତି,‘‘ଭାରତ ମୋବାଇଲ ନେଟୱାର୍କ ମାମଲାରେ ଦୁନିଆରେ ଅନ୍ୟ ଯେ କୌଣସି ଦେଶ ତୁଳନାରେ ଅଧିକ ଭଲ ବା ସମାନ । ମୌଳିକ ରୂପେ ଦେଖିଲେ ଭାରତ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆଗକୁ ବଢ଼ିଛି । ପ୍ରାଥମିକ ଦିନମାନଙ୍କରେ ଟି.ସି.ଏସ. (TCS) ଓ ଇନଫୋସିସ୍ (Infosys) ପ୍ରଯୁକ୍ତି କ୍ଷେତ୍ରରେ ସୁଧାରକୁ ଆଗକୁ ବଢ଼ାଇଥିଲେ ।’’

RILର ଅଧ୍ୟକ୍ଷ ମୁକେଶ ଅମ୍ବାନୀ
‘‘ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆମକୁ ଡିଜିଟାଲ୍ ଇଣ୍ଡିଆର ଭିଜନ୍ ଦେଇଛନ୍ତି, ଆଉ ଜିଓ (Jio) ଲଞ୍ଚ୍ କରି ଡିଜିଟାଲ୍ ଇଣ୍ଡିଆରେ ଗୋଟେ ଛୋଟ ଭୂମିକା ନିଭାଇଛୁ । ଜିଓ ଆସିବା ପୂର୍ବରୁ ଡାଟାର ଦାମ୍ ପ୍ରତି ଏକ ଜି.ବି. ପାଇଁ ୩୦୦ରୁ ୫୦୦ ଚଙ୍କା ଥିଲା । ଜିଓ ଆସିବା ପରେ ଏହା ପ୍ରତି ଜି.ବି. ୧୨ ଟଙ୍କାରୁ ୧୪ ଟଙ୍କା ହୋଇଗଲା । ଏବେ ୩୮ କୋଟି ଲୋକ ଜିଓର 4G ଟେକ୍ନୋଲୋଜିକୁ ବ୍ୟବହାର କରୁଛନ୍ତି । ଜିଓ ଆସିବା ପୂର୍ବରୁ ଡାଟାର ସ୍ପିଡ୍ ୨୫୬ kbps ଥିଲା; ଆଉ ଜିଓ ଆସିବା ପରେ ଏହା ୨୧ mbps ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଡାଟା ବ୍ୟବହାର ବଢ଼ିଛି, ଆଉ ଡିଜିଟାଲ୍ ଇଣ୍ଡିଆ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଯାଇଛି,’’ କହିଛନ୍ତି RIL ର ଚେୟାରମ୍ୟାନ୍ ।
ନଡ଼େଲାଙ୍କ ସହ କଥାବାର୍ତ୍ତା ହେବା ସମୟରେ ଅମ୍ବାନୀ କହିଥିଲେ: ‘ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ସ୍ଥାପନା ଏକ ଷ୍ଟାର୍ଟ୍ ଅପ୍ ରୂପରେ ହୋଇଥିଲା । ଯେତେବେଳେ ଷ୍ଟାର୍ଟ୍ ଅପ୍ ଏକ ଇଣ୍ଡଷ୍ଟ୍ରୀରେ ପରିଣତ ହୋଇ ନ ଥିଲା, ପ୍ରତ୍ୟେକ ଛୋଟ ବ୍ୟବସାୟ ଓ ଉଦ୍ୟୋଗପତିଙ୍କ ମଧ୍ୟରେ କ୍ଷମତା ଥିଲା ଯେ ସେମାନେ ମଧ୍ୟ ଧୀରୁଭାଇ ଅମ୍ବାନୀ ବା ବିଲ ଗେଟ୍ସ ବନି ପାରିବେ । ଛୋଟ, ମଧ୍ୟମ ଓ ଅତି ଛୋଟ (ମାଇକ୍ରୋ) ଉଦ୍ୟୋଗ (ଏମ୍.ଏସ୍.ଏମ୍.ଇ.) ଭାରତର ଜିଡିପି (GDP)ର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ।’’
‘‘ମୋ’ ବାପା (ଧୀରୁଭାଇ ଅମ୍ବାନୀ) ଗୋଟିଏ ଟେବୁଲ, ଚ଼େୟାର୍ ଓ ମାତ୍ର ହଜାରେ ଟଙ୍କାରେ ରିଲାଏନ୍ସର ସ୍ଥାପନା କରିଥିଲେ । ବର୍ତ୍ତମାନ ଜିଓ ଓ ମାଇକ୍ରୋସଫ୍ଟ ପାଖରେ ଏମ୍.ଏସ୍.ଏମ୍.ଇ.କୁ ସମ୍ପୂର୍ଣ୍ଣ ଭାବେ ସକ୍ଷମ କରିବାର ସମ୍ଭାବନା ଅଛି । ଏମ୍.ଏସ୍.ଏମ୍.ଇ. ଭାରତର ରପ୍ତାନୀରେ ୪୦ ପ୍ରତିଶତ ଯୋଗଦାନ କରୁଛି,’’ କହିଛନ୍ତି ଅମ୍ବାନୀ ।
ମାଇକ୍ରୋସଫ୍ଟର ସି.ଇ.ଓ. ସତ୍ୟ ନଡେଲାଙ୍କ କହିଥିଲେ ଯେ ଭାରତୀୟ କମ୍ପାନୀମାନଙ୍କର ସି.ଇ.ଓ.ମାନଙ୍କୁ ଟେକ୍ନୋଲୋଜିରେ ସକ୍ଷମ ହେବା ଆବଶ୍ୟକ । ସେମାନଙ୍କୁ ଏହା ବି ନିଶ୍ଚିତ କରିବାକୁ ହେବ ଯେ ସମାଧାନ ସଂଯୁକ୍ତ ରୂପରେ ଆଗକୁ ଆସୁ । ନଡେଲା ମୁମ୍ବାଇରେ ମାଇକ୍ରୋସଫ୍ଟ ଫ୍ୟୁଚ଼ର୍ ଡିକୋଡେଡ୍ ସି.ଇ.ଓ. କନକ୍ଲେଭରେ ଏହା କହିଥିଲେ । ସୋମବାର ଭାରତ ଗସ୍ତରେ ଆସି ପହଞ୍ଚିଥିବା ନଡେଲା ଏଠାରେ ତିନି ଦିନ ରହିବେ ।
ନଡେଲା କହିଛନ୍ତି ଯେ ସାଇବର ଅପରାଧ କାରଣରୁ ଦୁନିଆର ବ୍ୟବସାୟମାନକୁ ଏକ ଟ୍ରିଲିୟନ୍ ଡଲାରର କ୍ଷତି ହେଉଛି । ‘‘ଦୁନିଆର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଚ଼ାହୁଁଛୁ ଯେ ସବୁ ଠୁ ଖୋଲା ଇନଫ୍ରାଷ୍ଟ୍ରକ୍ଚର୍ ପ୍ରସ୍ତୁତ ହେଉ । ୨୦୩୦ ସୁଦ୍ଧା ଆମ ପାଖରେ ୫୦ ଆରବ କନେକ୍ଟେଡ୍ ଡିଭାଇସ ଥିବ । ଆମକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ପ୍ରୋଡକ୍ଟିଭିଟି ବଢ଼ାଇବାରେ ଡିଜିଟାଲର ପ୍ରମୁଖ ଭୂମିକା ନିଭାଉ । ଭାରତରେ ସଫ୍ଟୱେଅର୍ ଇଞ୍ଜିନିୟରଙ୍କ ପାଇଁ ୭୨% ନିଯୁକ୍ତି ଅବସର ଟେକ୍ନୋଲୋଜି ଇଣ୍ଡଷ୍ଟ୍ରୀ ବାହାରେ ଅଛି,’’ କହିଛନ୍ତି ନଡେଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।