ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»EY Awards: ମୁକେଶ ଅମ୍ବାନୀ କହିଲେ ଭାରତୀୟ ଶିଳ୍ପଦ୍ୟୋଗୀଙ୍କ ପାଇଁ ସୁଯୋଗର ସୁନାମି ଆସୁଛି

EY Awards: ମୁକେଶ ଅମ୍ବାନୀ କହିଲେ ଭାରତୀୟ ଶିଳ୍ପଦ୍ୟୋଗୀଙ୍କ ପାଇଁ ସୁଯୋଗର ସୁନାମି ଆସୁଛି

ଭାରତ ଆଗାମୀ ଦଶନ୍ଧିରେ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ରହିପାରେ ଓ ଏହି ମାଇଲଖୁଣ୍ଟ ହାସଲ କରିବାକୁ ଦେଶର ପୂର୍ଣ୍ଣ କ୍ଷମତା ଅଛି ବୋଲି କହିଛନ୍ତି ମୁକେଶ ଅମ୍ବାନୀ ।

EY Awards: ମୁକେଶ ଅମ୍ବାନୀ କହିଲେ ଭାରତୀୟ ଶିଳ୍ପଦ୍ୟୋଗୀଙ୍କ ପାଇଁ ସୁଯୋଗର ସୁନାମି ଆସୁଛି
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଚେୟାରମ୍ୟାନ୍ ତଥା ଏମ୍.ଡି. ମୁକେଶ ଅମ୍ବାନୀ (ଫାଇଲ୍ ଫଟୋ)
  • News18 Odia
  • Last Updated: March 25, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର (Reliance Industries Limited, RIL) ଚେୟାରମ୍ୟାନ୍ ତଥା ଏମ୍‌.ଡି. ମୁକେଶ ଅମ୍ବାନୀ (Mukesh Ambani) ଅର୍ନଷ୍ଟ ଏବଂ ୟଙ୍ଗ୍‌ ଏଣ୍ଟରପ୍ରାଇଜ୍ ଅଫ୍ ଦି ଇୟର ଆୱାର୍ଡ (EY Awards) ସମୟରେ କହିଛନ୍ତି ଯେ ସେ ଭାରତରେ ବର୍ତ୍ତମାନ ଓ ଭବିଷ୍ୟତରେ ଶିଳ୍ପଦ୍ୟୋଗୀମାନଙ୍କ ପାଇଁ ଏକ ସୁନାମି ଦେଖୁଛନ୍ତି । ତାଙ୍କର ଏହି ବିଶ୍ୱାସ ପାଇଁ ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ଦେଇଛନ୍ତି ।

ଅମ୍ବାନୀ କହିଛନ୍ତି ଯେ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଭାରତର ଭବିଷ୍ୟତ ଗଠନରେ ଘରୋଇ କ୍ଷେତ୍ରକୁ (private sector) ଅଧିକ ଭୂମିକା ଗ୍ରହଣ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଦେଶର ସମସ୍ତ ଉଦ୍ୟୋଗୀ ଏହି ସତ୍ୟକୁ ସ୍ୱାଗତ କରିବା ଉଚିତ୍ ବୋଲି ସେ କହିଛନ୍ତି । ଏଥି ସହିତ ଅମ୍ବାନି କହିଛନ୍ତି ଯେ ଆଜି ଦେଶର ଅର୍ଥନୀତିକୁ ପରିବର୍ତ୍ତନ କରିବା ପାଇଁ ଆମର ନୂତନ ଜ୍ଞାନକୌଶଳର ବୈପ୍ଳବିକ ଶକ୍ତି ଆସିଛି ।

ଏହା ବି ପଢ଼ନ୍ତୁ | ପିପିଲି Bypoll ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କଲା; ଆଶ୍ରିତ ପଟ୍ଟନାୟକ ହେଲେ ଦଳୀୟ ପ୍ରାର୍ଥୀ

‘‘କ୍ଷୁଦ୍ର, ମଧ୍ୟମ ଓ ବୃହତ ଉଦ୍ୟୋଗଗୁଡିକ ୧୩୦ କୋଟି ଲୋକଙ୍କ ଇଚ୍ଛା ଓ ଆକାଙ୍କ୍ଷା ପୂରଣ କରିବା ପାଇଁ ଏମିତି ସୁଯୋଗ କ୍ୱଚିତ୍‌ ମିଳେ । ଆମେ ଆଗାମୀ ଦଶନ୍ଧିରେ ଦୁନିଆର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ରହିପାରୁ । ଏହି ମାଇଲଖୁଣ୍ଟ ହାସଲ କରିବାକୁ ଆମର ପୂର୍ଣ୍ଣ କ୍ଷମତା ଅଛି । ସ୍ୱଚ୍ଛ ଶକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ର, ଜୀବନ ବିଜ୍ଞାନ, ବାୟୋଟେକ୍ନୋଲୋଜି ଓ ବର୍ତ୍ତମାନର କୃଷି, ଶିଳ୍ପ ଏବଂ ସେବା କ୍ଷେତ୍ରରେ ପରିବର୍ତ୍ତନ ଯୋଗୁଁ ଆମକୁ ଏକ ଅପ୍ରତ୍ୟାଶିତ ସୁଯୋଗ ମିଳିଛି,’’ କହିଛନ୍ତି ଅମ୍ବାନୀ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ୱାର୍ଡ଼ ମେମ୍ବର୍ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ସେ ଆହୁରି କହିଛନ୍ତି ଯେ ଭାରତୀୟ ଉଦ୍ୟୋଗୀମାନେ ବିଶ୍ୱ ବଜାର ସହିତ ତୁଳନା କରି ଅଧିକ ପ୍ରତିଯୋଗିତାମୂଳକ ପାଣ୍ଠି ଲଗାଇ ସ୍ଥାନୀୟ ବଜାରର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହୋଇଛନ୍ତି । ପ୍ରତିଯୋଗିତାମୂଳକ ମୂଲ୍ୟରେ ସର୍ବୋତ୍ତମ ଗୁଣବତ୍ତା ଉତ୍ପାଦନ କରିବାର କ୍ଷମତା ଯୋଗୁଁ ଭାରତୀୟ ଉଦ୍ୟୋଗୀମାନଙ୍କ ପାଇଁ ବିଶ୍ୱ ବଜାର ଖୋଲିଛି ବୋଲି କହିଛନ୍ତି ମୁକେଶ ଅମ୍ବାନୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ

‘‘ଆମେ ପ୍ରଥମେ ଘରୋଇ ବଜାରର ଆବଶ୍ୟକତା ପୂରଣ କରିବା ଆବଶ୍ୟକ । ତା’ପରେ ବିଶ୍ୱ ବଜାର ଆଡ଼କୁ ଗତି କରିବା ଉଚିତ୍… ଆମ ଦେଶ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଓ ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି । ଭାରତ ବିଶ୍ୱ ସ୍ତରରେ ଆଗକୁ ବଢ଼ିବା ଆରମ୍ଭ କରି ଦେଇଛି । ଆମେ ଏକ ଅର୍ଥନୈତିକ, ଗଣତାନ୍ତ୍ରିକ, କୂଟନୈତିକ, ରଣନୀତିକ ଓ ସାଂସ୍କୃତିକ ଶକ୍ତି ଭାବରେ ଯଥେଷ୍ଟ ଅଗ୍ରଗତି କରିଛୁ । କେବଳ ଏତିକି ନୁହେଁ, ଡିଜିଟାଲ୍‌ ଓ ଟେକ୍ନୋଲୋଜି ଶକ୍ତି ଆକାରରେ ମଧ୍ୟ ଭାରତର ଶକ୍ତି ଦ୍ରୁତ ଗତିରେ ବୃଦ୍ଧି ପାଉଛି,’’ କହିଛନ୍ତି ଅମ୍ବାନୀ ।

ଏହା ବି ପଢ଼ନ୍ତୁ | ଓଡ଼ିଶା ରାଜନୀତି ଗରମ: BJP କହିଲା ମନ୍ତ୍ରୀ ପ୍ରତାପଙ୍କୁ ଗିରଫ କର; BJD କହିଲା ଶାରଦା ପ୍ରଧାନଙ୍କୁ ଗିରଫ କର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ଆହୁରି କହିଛନ୍ତି ଯେ ଭାରତର ଦ୍ରୁତ ପ୍ରଗତିରେ ଉଦ୍ୟୋଗୀମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଭାରତୀୟ ଉଦ୍ୟୋଗୀମାନେ ନିଜ ବ୍ୟବସାୟକୁ ବିସ୍ତାର କରିବାକୁ ଓ ସେଗୁଡ଼ିକୁ ବିଶ୍ୱ ସ୍ତରକୁ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଲେ ଭୁବନେଶ୍ୱରରେ; ସ୍ୱାଗତ କଲେ ନବୀନ, ଧର୍ମେନ୍ଦ୍ର

‘‘ପ୍ରତି ଦିନ ଏଭଳି ନୂଆ ଜିନିଷ ତିଆରି କରାଯାଉଛି ଯାହା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଚିତ୍ର ବଦଳାଇବ । ଆଜିର ଭାରତୀୟ ଉଦ୍ୟୋଗୀମାନଙ୍କର ସଫଳତା ପାଇଁ ବହୁତ ଭୋକ ଅଛି । ଆପଣଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ନିଜ ବ୍ୟବସାୟ ଆରମ୍ଭ କରିଛନ୍ତି । ମୋ’ର ଅଭିଜ୍ଞତା ଉପରେ ଆଧାର କରି ମୁଁ କହିବାକୁ ଚାହେଁ ଯେ ଆପଣଙ୍କୁ ଯେତେ କମ୍‌ ସେତେ ସଂସାଧନ ସହିତ ଅସୀମିତ ପ୍ରତିବଦ୍ଧତା ରଖି କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେବାକୁ ପଡି଼ବ,’’ କହିଛନ୍ତି ଅମ୍ବାନୀ ।



(ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Anand Shankar Thankur Das
First published: March 25, 2021, 11:59 PM IST