News18 Odia Digital
Mukesh Ambani: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ତଥା ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ କ୍ରମାଗତ ଭାବରେ ନିଜର ବ୍ୟବସାୟକୁ ବିସ୍ତାର କରୁଛନ୍ତି। ନିକଟରେ ସେ ଅନେକ ନୂଆ ବ୍ୟବସାୟରେ ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନ ଭାରତର ଏହି ପ୍ରଖ୍ୟାତ ଶିଳ୍ପପତିଙ୍କ ଧ୍ୟାନ ଏକ ବଡ଼ ବିଦେଶୀ କମ୍ପାନୀ ଉପରେ ରହିଛି। ଏହି କମ୍ପାନୀର ନାମ ହେଉଛି ଥ୍ରାଇଭ୍ କ୍ୟାପିଟାଲ୍ (Thrive Capital)। ଯାହା ୨୦୦୯ରେ ଜୋଶ କୁଶନରଙ୍କ (Josh Kushner) ଦ୍ୱାରା ଏହା ଆରମ୍ଭ ହୋଇଥିଲା।
ବ୍ଲୁମବର୍ଗ ଏହାର ରିପୋର୍ଟରେ କହିଛି ଯେ ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଫ୍ରାନ୍ସର ଜାଭିୟର୍ ନିଲ୍ ଏବଂ ବ୍ରାଜିଲର ଜର୍ଜ ପାଉଲୋ ଲେମାନ୍ ମଧ୍ୟ ଥ୍ରାଇଭ୍ କ୍ୟାପିଟାଲର ପ୍ରାୟ ୩.୩ ପ୍ରତିଶତ ଅଂଶଧନ କିଣିବା ପାଇଁ ଦୌଡ଼ରେ ଅଛନ୍ତି।
ଏହି ଖବର ବି ପଢ଼ନ୍ତୁ: Ration Card: କେନ୍ଦ୍ରର ଏହି ନିଷ୍ପତ୍ତି ଯୋଗୁଁ ରାସନକାର୍ଡ଼ଧାରୀଙ୍କ ବଲ୍ଲେ ବଲ୍ଲେ! ଲାଗୁ ହେଲା ନୂଆ ନିୟମସେମାନେ ମଧ୍ୟ କମ୍ପାନୀର ୩.୩ ପ୍ରତିଶତ ଅଂଶଧନ କିଣିବାକୁ ଯୋଜନା କରୁଛନ୍ତି। ଏହି ଦୌଡ଼ରେ ୱାଲ୍ଟ ଡିଜନି ସିଇଓ ରବର୍ଟ ଆଇଗର୍ ଏବଂ କେକେଆର୍ ଆଣ୍ଡ କୋ ପ୍ରତିଷ୍ଠାତା ହେନେରୀ କ୍ରାଭିସ୍ ମଧ୍ୟ ସାମିଲ ଅଛନ୍ତି।
ଅମ୍ବାନୀ ଏତେ ମିଲିୟନ୍ ଡଲାର ଖର୍ଚ୍ଚ କରିବେବ୍ଲୁମବର୍ଗ ରିପୋର୍ଟରେ ଆହୁରି ମଧ୍ୟ କହିଛନ୍ତି ଯେ ଥ୍ରାଇଭ କ୍ୟାପିଟାଲର ୩.୩ ପ୍ରତିଶତ ଅଂଶଧନ କିଣିବା ପାଇଁ ମୁକେଶ ଅମ୍ବାନୀଙ୍କୁ ୧୭୫ ମିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ। ଏହି ଡିଲ୍ ଥ୍ରାଇଭ୍ କ୍ୟାପିଟାଲ୍ ମୂଲ୍ୟ ୫.୩ ବିଲିୟନ ଡ଼ଲାର୍। ୨୦୨୧ରେ ଏହାର ମୂଲ୍ୟ ଥିଲା ୩.୬ ବିଲିୟନ ଡ଼ଲାର୍। ସେହି ସମୟରେ କମ୍ପାନୀ ଗୋଲ୍ଡମ୍ୟାନ୍ ସାକ୍ସ ଗ୍ରୁପକୁ କିଛି ଅଂଶ ବିକ୍ରି କରି ଦେଇଥିଲା। କିନ୍ତୁ ପରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା।
ଧନୀ ତାଲିକାରେ ଏତିକି ନମ୍ବରରେ ଅଛନ୍ତି ମୁକେଶ ଅମ୍ବାନୀବର୍ତ୍ତମାନ ମୁକେଶ ଅମ୍ବାନୀ ହେଉଛନ୍ତି ବିଶ୍ବର ୧୨ତମ ଧନୀ ବ୍ୟକ୍ତି। ତାଙ୍କର ନେଟୱର୍ଥ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ୮୩.୯ ବିଲିୟନ ଡ଼ଲାରରେ ଦର୍ଶାଇଛି। ସେ ବର୍ତ୍ତମାନ ଅନ୍ୟ କ୍ଷେତ୍ରରେ ନିଜର ବ୍ୟବସାୟ ବିସ୍ତାର କରୁଛନ୍ତି। ଦୀର୍ଘ ସମୟ ଧରି ସେ ଦୁନିଆର ଶ୍ରେଷ୍ଠ ୧୦ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ତାଙ୍କୁ ଅନେକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ସେ ଧନୀ ତାଲିକାରୁ ବାହାରିଯାଇଥିଲେ।
ଥ୍ରାଇଭ୍ ଇନଭେଷ୍ଟମେଣ୍ଟ ଫାର୍ମ ବିଷୟରେ ଯଦି କଥା ହେବା, ଏହା କମ୍ପାସ୍ ଇନ୍ ଓପେଣ୍ଡୋର ଟେକ୍ନୋଲୋଜି ଇଙ୍କ, ଓସ୍କାର ହେଲ୍ଥ ଇଙ୍କ, ସେଲିବ୍ରିଟି କିମ କାର୍ଡାଶିଆନ୍, ହିମ୍ସ୍ ଏବଂ ହର୍ସ ହେଲ୍ଥ ଇଙ୍କ, ୟୁନିଟି ସଫ୍ଟୱେର୍ ଇଙ୍କ, ଆଫ୍ରିମ୍ ହୋଲ୍ଡିଙ୍ଗ୍ ଇଙ୍କ ସହିତ ବିଭିନ୍ନ କମ୍ପାନୀରେ ବିନିଯୋଗ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।