କେରଳର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର ଦର୍ଶନ କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ
- News18 Odia
- Last Updated :
- Cuttack, India
News18 Odia Digital
କେରଳ: କେରଳର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ।
ଶନିବାର ନିଜର ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ଭାବି-ପତ୍ନୀ ରାଧିକା ମର୍ଚାଣ୍ଟଙ୍କ ସହ ଏହି ମନ୍ଦିରରେ ପହଞ୍ଚି ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ପରିବାର ସହିତ ମୁକେଶ ଅମ୍ବାନୀ ମନ୍ଦିରର ସୋପାନମରେ ଅର୍ଘ୍ୟ ଅର୍ପଣ କରିଥିଲେ।
ମନ୍ଦିରର ହାତୀ ଚେନ୍ତାମାରକ୍ଷଣ ଓ ବଳାରାମନଙ୍କୁ ସେ ଭୋଗ ଅର୍ପଣ କରିଥିଲେ। ଗୁରୁବାୟୁର ଦେବସ୍ୱମ ବୋର୍ଡ ଅଧ୍ୟକ୍ଷ ପ୍ରଫେସର ପି.କେ. ବିଜୟନ ମନ୍ଦିରରେ ମୁକେଶ ଅମ୍ବାନୀଙ୍କୁ ସ୍ୱାଗତ କରିବା ସହ ସମ୍ମାନ ସ୍ୱରୂପ ଏକ ପେଣ୍ଟିଂ ଚିତ୍ର ପ୍ରଦାନ କରିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।