ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ଧମକ । କେହି ଜଣେ ଆରଏସ ହସ୍ପିଟାଲକୁ ଫୋନ କରି କହିଥିଲେ ଯେ ସେ ଜଣେ ଏକ ନମ୍ବର ଆତଙ୍କବାଦୀ ।
News 18 Odia Digital
ନୂଆଦିଲ୍ଲୀ; ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ଧମକ । କେହି ଜଣେ ଆରଏସ ହସ୍ପିଟାଲକୁ ଫୋନ କରି କହିଥିଲେ ଯେ ସେ ଜଣେ ଏକ ନମ୍ବର ଆତଙ୍କବାଦୀ । ଫୋନ ମାଧ୍ୟମରେ ଅଜଣା ବ୍ୟକ୍ତି ଜଣକ ଧମକ ଦେଇଛି ଯେ ସେ ମୁକେଶ ଅମ୍ବାନୀଙ୍କୁ ଦେଖିନେବେ । ଏଥିସହ ସେ ଏନଆଇଏ, ଏଟିଏସ, ମୁମ୍ବାଇ ପୋଲିସ ପ୍ରତି ମଧ୍ୟ କଟୁ କଥା କହିଛି । ବ୍ୟକ୍ତି ଜଣକ କହିଛି ଯେ ସେ ସେମାନଙ୍କୁ ମଧ୍ୟ ଦେଖିନେବ । ଜଏଣ୍ଟ ସିପି ଆଇନ ଏବଂ ଅର୍ଡର ମାଧ୍ୟମରେ ଯୋଗାଯୋଗ କରାଯାଉଛି । ଡିସିପି ନିଲୋପ୍ତଲ ମଧ୍ୟ ଯୋଗାଯୋଗରେ ଅଛନ୍ତି ।
ସୂଚନା ମୁତାବକ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ଏକ ଅଜ୍ଞାତ ନମ୍ବରରୁ ଧମକପୂର୍ଣ୍ଣ କଲ ଆସିଥିଲା । କଲ୍ କରୁଥିବା ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ଧମକ ଦେଇଛନ୍ତି । ଡି ବି ମାର୍ଗ ପୋଲିସ ଷ୍ଟେସନରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏକ ଆନୁଷ୍ଠାନିକ ଅଭିଯୋଗ କରିଛନ୍ତି । CNN News18 କୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ସେହି ବ୍ୟକ୍ତି ଦ୍ଵାରା ମୋଟ ୮ ଟି କଲ କରାଯାଇଛି । ଡି ବି ମାର୍ଗ ପୋଲିସ ଷ୍ଟେସନ ଏହି କଲଗୁଡିକ ଯାଞ୍ଚ କରୁଛି । ଜଣେ ଟପ୍ କପ୍ ସିଏନ୍ଏନ୍ ନ୍ୟୁଜ୍ 18 କୁ କହିଛି ଯେ, ମୁମ୍ବାଇ ପୋଲିସ ଆଣ୍ଟିଲିଆ ବାହାରେ ସୁରକ୍ଷା ବୃଦ୍ଧି କରିବେ, ଘର ବାହାରେ ଓ ପ୍ରାଇଭେଟ୍ ସୁରକ୍ଷା ବ୍ୟବସ୍ଥା ପୂର୍ବରୁ ବୃଦ୍ଧି କରାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।