News18 Odia Digital
ମୁମ୍ବାଇ: କିଛି ଦିନରୁ ଗଣମାଧ୍ୟମରେ ଖବର ପ୍ରଚାରିତ ହେଉଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଲଣ୍ଡନରେ ବସବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଅମ୍ବାନୀ ପରିବାରର ଲଣ୍ଡନରେ ବସବାସ କରୁଥିବା ଖବରକୁ କେବଳ ଗୁଜବ ବୋଲି ଖଣ୍ଡନ କରିଛି।
ଏକ ବିବୃତ୍ତିରେ କମ୍ପାନୀ କହିଛି, “ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଚେୟାରମ୍ୟାନ୍ ଓ ତାଙ୍କ ପରିବାରର ଲଣ୍ଡନ କିମ୍ବା ବିଶ୍ବର ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କିମ୍ବା ରହିବାକୁ କୌଣସି ଯୋଜନା ନାହିଁ। ରିଲାଏନ୍ସ ଗ୍ରୁପ୍ ର RIIHL ଲଣ୍ଡନରେ ଷ୍ଟେକ୍-ପାର୍କ ଇଷ୍ଟେଟ୍ କିଣିଛି ଓ ଐତିହ୍ୟ ସମ୍ପତ୍ତିକୁ ଏକ ଗଲ୍ଫିଂ ଓ କ୍ରୀଡା ରିସର୍ଟରେ ପରିଣତ କରିବାକୁ ଯୋଜନା କରିଛି ।’’
ରିଲାଏନ୍ସ ଗ୍ରୁପ୍ କମ୍ପାନୀ RIIHL ନିକଟରେ ଐତିହ୍ୟ ସମ୍ପତ୍ତି ଷ୍ଟେକ୍ ପାର୍କ ଇଷ୍ଟେଟ୍ ହାସଲ କରିଛି । ଏହାକୁ ସ୍ଥାନୀୟ ନିୟମ ଅନୁଯାୟୀ ଏହାକୁ ଏକ 'ପ୍ରିମିୟର ଗଲ୍ଫିଂ' ଓ 'ସ୍ପୋର୍ଟିଂ ରିସର୍ଟ' କରିବାକୁ ଲକ୍ଷ୍ୟ ରଖିଛି । ଏହି ଅଧିଗ୍ରହଣ ଗୋଷ୍ଠୀର ଦ୍ରୁତଗତିରେ ବଢୁଥିବା ଗ୍ରାହକ ବ୍ୟବସାୟରେ ଯୋଗ କରିବ । ଏହା ସହିତ ଏହା ଭାରତର ଆତିଥ୍ୟ ଶିଳ୍ପକୁ ବିଶ୍ୱ ସ୍ତରକୁ ନେଇଯିବ ।
କମ୍ପାନୀ କହିଛି ଯେ ଏହି ଅଧିଗ୍ରହଣ ଗୋଷ୍ଠୀର ଦ୍ରୁତ ଗତିରେ ବଢୁଥିବା ଗ୍ରାହକ ବ୍ୟବସାୟରେ ଯୋଗ କରିବ । ଏହା ସହିତ ଏହା ବିଶ୍ୱରେ ଭାରତର ପ୍ରସିଦ୍ଧ ଆତିଥ୍ୟ ଶିଳ୍ପକୁ ବିସ୍ତାର କରିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।