News18 Odia Digital
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ (Mukesh Ambani) ଘର ଆଣ୍ଟିଲିଆର (Antilia) ସୁରକ୍ଷା ବ୍ୟବସ୍ଥାକୁ ବଢ଼େଇ ଦିଆଯାଇଛି । ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ Mumbai Police Control room) ଜଣେ ଟ୍ୟାକ୍ସି ଡ୍ରାଇଭର୍ (Taxi Driver) ଫୋନ୍ କରିଥିଲେ ଓ ଦୁଇ ଜଣ ଲୋକ ତାଙ୍କୁ ଆଣ୍ଟିଲିଆର (Mukesh Ambani house Antilia) ସ୍ଥାନ ବିଷୟରେ (ଅର୍ଥାତ୍ ଆଣ୍ଟିଲିଆ କେଉଁଠି ବୋଲି) ପଚାରୁଥିଲେ ବୋଲି ଜଣେଇଥିଲେ । ଏହା ପରେ ମୁମ୍ବାଇ ପୋଲିସ ଆଣ୍ଟିଲିଆ ନିକଟରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରି ରାସ୍ତାର ସେହି ଅଂଶକୁ ଅବରୋଧ କରିଥିଲା ।
ଟ୍ୟାକ୍ସି ଡ୍ରାଇଭରଙ୍କ କହିବା ଅନୁସାରେ ଜଣେ ଦାଢ଼ି ଥିବା ବ୍ୟକ୍ତି ତାଙ୍କୁ ଫୋର୍ଟ୍ କୋର୍ଟ ସାମନାରେ ଆଣ୍ଟିଲିଆର ଠିକଣା ପଚାରିଥିଲେ । ମୁକେଶ ଅମ୍ବାନୀଙ୍କ ବାସଭବନର ଠିକଣା ପଚାରୁଥିବା ସନ୍ଦିଗ୍ଧ ଦୁଇ ଜଣ ଲୋକ ଏକ ସିଲଭର୍ ରଙ୍ଗର ୱାଗନ୍ ଆର୍ କାରରେ ଥିଲେ ବୋଲି ସେ ପୋଲିସକୁ କହିଥିଲେ । ସେହି ଦୁଇ ଜଣ ଲୋକଙ୍କ ମୁହଁରେ ଲମ୍ବା ଦାଢ଼ି ଥିଲା ଓ ଉଭୟ ଲୋକ ପରସ୍ପର ସହ ଉର୍ଦ୍ଦୁ ଭାଷାରେ କଥାବାର୍ତ୍ତା ହେଉଥିଲେ ବୋଲି ଟ୍ୟାକ୍ସି ଡ୍ରାଇଭର ପୋଲିସକୁ ସୂଚନା ଦେଇଥିଲେ । ସେ ଦୁହିଁଙ୍କ ପାଖରେ ଏକ ବ୍ୟାଗ ଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋ’ରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମୁମ୍ବାଇ ପୋଲିସ ସେହି ଅଞ୍ଚଳର ସି.ସି.ଟି.ଭି. ଫୁଟେଜ ସଂଗ୍ରହ କରିଥିଲା । ଏହି ଘଟଣା ବିଷୟରେ ସବିଶେଷ ସୂଚନା ପାଇବାକୁ ପୋଲିସ ଚେଷ୍ଟା କରିଥିଲା ଓ ଚାରି ଆଡ଼େ ଅବରୋଧ କରିଥିଲା । ତା’ ଛଡ଼ା ସେହି ୱାଗନ୍ ଆର୍. କାରର ନମ୍ବରକୁ ନେଇ ପୋଲିସ ତନାଘନା କରିବା ଆରମ୍ଭ କରିଥିବା ସୂଚନା ମିଳିଛି । ଏହି ଟ୍ୟାକ୍ସି ଡ୍ରାଇଭରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ସନ୍ଦିଗ୍ଧଙ୍କ ଏକ ସ୍କେଚ୍ ପୋଲିସ ପ୍ରସ୍ତୁତ କରିଛି ।
ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ବଲାଙ୍ଗିରର ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲାକାରର ନମ୍ବର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ପୋଲିସ ଆର୍.ଟି.ଓ. ସହିତ ଯୋଗାଯୋଗ କରିଥିଲା, କିନ୍ତୁ ସେମାନଙ୍କ ପାଖରେ ସେହି ନମ୍ବର୍ ବିଷୟରେ କୌଣସି ସୂଚନା ଉପଲବ୍ଧ ନାହିଁ ବୋଲି ଜଣାପଡ଼ିଥିଲା । ଡିସିପି ରାଙ୍କ୍ ଅଧିକାରୀମାନେ ଟ୍ୟାକ୍ସି ଡ୍ରାଇଭରଙ୍କ ସହ ଏହି ଘଟଣା ବିଷୟରେ ଅଧିକ ପଚରାଉଚରା କରୁଛନ୍ତି । ଏହା ସହିତ ପୋଲିସ ମୁମ୍ବାଇରେ ଏକ ସିକ୍ୟୁରିଟି ଆଲର୍ଟ ବି ଜାରି କରିଛି ।
ଏହା ବି ପଢ଼ନ୍ତୁ | ମମିତା ମେହେରଙ୍କୁ ତଣ୍ଟି ଚିପି ମାରିବା ପରେ ମୃତ ଦେହକୁ JCBରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ ସାହୁ(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ଼ର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।