5G in India; ଭାରତରେ 5G ଲଞ୍ଚ ହେବା ପରେ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା

5G ଟେଲିକମ୍ ସେବା ଉଚ୍ଚ ଗତି ସହିତ ଅତ୍ୟନ୍ତ ନିର୍ଭରଯୋଗ୍ୟ ଯୋଗାଯୋଗ ବ୍ୟବସ୍ଥା ପ୍ରଦାନ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଆଜିର ବିଶେଷ କାର୍ଯ୍ୟକ୍ରମରେ ଅନେକ କିଛି ଘୋଷଣା କରିଛନ୍ତି ।

ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା

ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ର ଷଷ୍ଠ ସଂସ୍କରଣର ଉଦଘାଟନ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୩ଟି ସହରରେ 5G ଲଞ୍ଚ କରାଯିବ ।5G ଟେଲିକମ୍ ସେବା ଉଚ୍ଚ ଗତି ସହିତ ଅତ୍ୟନ୍ତ ନିର୍ଭରଯୋଗ୍ୟ ଯୋଗାଯୋଗ ବ୍ୟବସ୍ଥା ପ୍ରଦାନ କରିବ। ଏହି ସମୟରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଶନିବାର ଘୋଷଣା କରିଛନ୍ତି ଯେ ଜିଓ ଡିସେମ୍ବର ୨୦୨୩ ସୁଦ୍ଧା ସମଗ୍ର ଭାରତରେ 5G ଟେଲିଫୋନି ସେବା ଆରମ୍ଭ କରିବ। ସେ କହିଛନ୍ତି ଯେ ଡିସେମ୍ବର ୨୦୨୩ ସୁଦ୍ଧା ପ୍ରତ୍ୟେକ ସହରରେ, ପ୍ରତ୍ୟେକ ତାଲୁକାରେ 5G ରହିବ ବୋଲି ମୁଁ ପ୍ରତିଶୃତି ଦେଇଛି ।



ସେ କହିଥିଲେ ଯେ 5G ହେଉଛି ମୌଳିକ ପ୍ରଯୁକ୍ତିବିଦ୍ୟା ଯାହାକି ଅନ୍ୟ ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ସମ୍ଭାବନାକୁ ଖୋଲିଥାଏ ଯେପରିକି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, ରୋବୋଟିକ୍ସ, ବ୍ଲକ୍ ଚେନ୍ ଏବଂ ମେଟାଭର୍ସ। ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଯାହା ଦେଖାଇଛୁ ସେଥିପାଇଁ ଆମେ ଗର୍ବିତ। ଭାରତୀୟ ମୋବାଇଲ୍ କଂଗ୍ରେସ ବର୍ତ୍ତମାନ ଏସୀୟ ମୋବାଇଲ୍ କଂଗ୍ରେସ ଏବଂ ଗ୍ଲୋବାଲ୍ ମୋବାଇଲ୍ କଂଗ୍ରେସ ହେବା ଉଚିତ୍।
Published by:Soumyashree Mishra
First published: