ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ଓ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ

ଗତ ବର୍ଷ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ବ୍ରିଟେନର ଏକ ବଡ଼ ଖେଳନା ବ୍ରାଣ୍ଡକୁ ୬୨୦ କୋଟି ଟଙ୍କାରେ କିଣିଥିଲା । ସେତେବେଳେ ସୋସିଆଲ ମିଡ଼ିଆରେ ଲୋକେ କହିଥିଲେ ଯେ ମୁକେଶ ତାଙ୍କର ଆଗାମୀ 'ନୂଆ ଅତିଥି' ପାଇଁ ଖେଳନା ସଂଗ୍ରହ କରିସାରିଛନ୍ତି ।

ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ଓ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ
ଆକାଶ ଅମ୍ବାନୀ ଓ ଶ୍ଲୋକା ଅମ୍ବାନୀ
  • News18 Odia
  • Last Updated: December 10, 2020, 2:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଦେଶର ଟପ୍‌ ଉଦ୍ୟୋଗପତି ମୁକେଶ ଅମ୍ବାନୀ (Mukesh Ambani) ଜେଜେବାପା ହୋଇଛନ୍ତି । ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କ (Akash Ambani) ପତ୍ନୀ ଶ୍ଲୋକା (Shloka Ambani) ଗୁରୁବାର ସକାଳ ୧୧ଟାରେ ଏକ ପୁତ୍ର ଜନ୍ମ ଦେଇଛନ୍ତି । ଆକାଶ ଓ ଶ୍ଲୋକା ୯ ମାର୍ଚ୍ଚ ୨୦୧୯ରେ ବିବାହ କରିଥିଲେ । ସେମାନଙ୍କ ବିବାହ ଉତ୍ସବ ଦେଶ ତଥା ବିଶ୍ୱରେ ଚର୍ଚ୍ଚାରେ ରହିଥିଲା ।

‘‘ଭଗବାନ କୃଷ୍ଣଙ୍କ କୃପା ଓ ଆଶୀର୍ବାଦରୁ ଶ୍ଲୋକା ଓ ଆକାଶ ଅମ୍ବାନୀ ଆଜି ମୁମ୍ବାଇରେ ଏକ ଶିଶୁ ପୁତ୍ରର ଗର୍ବିତ ପିତାମାତା ହୋଇଛନ୍ତି । ପ୍ରଥମ ଥର ପାଇଁ ଜେଜେବାପା ହୋଇଥିବାରୁ ନୀତା ଓ ମୁକେଶ ଅମ୍ବାନୀ ଆନନ୍ଦିତ । ସେମାନେ ଧୀରୁଭାଇ ଓ କୋକିଳାବେନ୍ ଅମ୍ବାନୀଙ୍କ ନାତିଙ୍କୁ ସ୍ୱାଗତ କରିଛନ୍ତି,’’ ଅମ୍ବାନୀ ପରିବାର ତରଫରୁ ଏକ ବିବୃତିରେ କୁହାଯାଇଛି ।

ଏହା ବି ପଢ଼ନ୍ତୁ | ଜେଲକୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ୧୪ ଦିନ ଜେଲରେ ରହିବେ

ପରିବାର ତରଫରୁ ଆହୁରି କୁହାଯାଇଛି, ‘‘ଉଭୟ ମା’ (ଶ୍ଲୋକା) ଓ ପୁଅ ଭଲ ଅଛନ୍ତି । ଏହି ନୂଆ ଆଗମନ ସମଗ୍ର ମେହେଟା ଓ ଅମ୍ବାନୀ ପରିବାର ପାଇଁ ବହୁତ ଆନନ୍ଦ ଆଣିଦେଇଛି ।’’

ଆକାଶ ଓ ଶ୍ଲୋକାଙ୍କ ସହ ନୀତା ଓ ମୁକେଶ ଅମ୍ବାନୀ


ଗତ ବର୍ଷ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ବ୍ରିଟେନର ଖେଳନା ବ୍ରାଣ୍ଡ ହାମଲେଜ ଗ୍ଲୋବାଲ ହୋଲଡିଂ ଲିମିଟେଡକୁ ପ୍ରାୟ ୬୨୦ କୋଟି ଟଙ୍କାରେ କିଣିଥିଲା । ସେତେବେଳେ ଲୋକେ ସୋସିଆଲ ମିଡ଼ିଆରେ ଥଟ୍ଟା କରି କହିଥିଲେ ଯେ ମୁକେଶ ତାଙ୍କର ଆଗାମୀ 'ନୂଆ ଅତିଥି' ପାଇଁ ଖେଳନା ସଂଗ୍ରହ କରିସାରିଛନ୍ତି ।

ଏହା ବି ପଢ଼ନ୍ତୁ | ଚାଲିଗଲା ଶିଶୁ କାଳିଆ, ଏକା ହୋଇଗଲା ତାଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା

କରୋନା ଭାଇରସ ସଂକ୍ରମଣର କଠିନ ସମୟରେ, ଯେତେବେଳେ ସାରା ଦେଶ ଓ ବିଶ୍ୱର କମ୍ପାନୀଗୁଡ଼ିକ ବହୁତ କ୍ଷତି ସହିଛନ୍ତି, ସେହି ସମୟରେ ରିଲାଏନ୍ସ ଗୃପ୍ ଲାଭରେ ରହିଛି । ରିଲାଏନ୍ସ ଜିଓ ନିଜ ଅଂଶଧନ ବିକ୍ରି କରି ଚଳିତ ବର୍ଷ ପ୍ରାୟ ପାଞ୍ଚ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛି ।

ଏହା ବି ପଢ଼ନ୍ତୁ | ନୟାଗଡ଼ର ପରୀ ହତ୍ୟା: ମନ୍ତ୍ରୀ ଅରୁଣ ସାହୁ କହିଲେ ସେ ‘‘ବ୍ୟଥିତ; ପରିବାରକୁ ନ୍ୟାୟ ମିଳିବା ଉଚିତ’’

ଆକାଶ ଓ ଶ୍ଲୋକାଙ୍କ ବିବାହ ଉତ୍ସବରେ ନୀତା ଅମ୍ବାନୀ


ଆକାଶ ଓ ଶ୍ଲୋକା ପରସ୍ପରର ବିଦ୍ୟାଳୟ ବନ୍ଧୁ ଥିଲେ । ଉଭୟ ଧୀରୁଭାଇ ଅମ୍ବାନୀ ଅନ୍ତର୍ଜାତୀୟ ବିଦ୍ୟାଳୟରେ ପଢ଼ୁଥିଲେ । ଶ୍ଲୋକା ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସରୁ ଆଇନରେ ମାଷ୍ଟର ଡିଗ୍ରୀ ପ୍ରାପ୍ତ କରିଛନ୍ତି । ଜଣେ ବିଜିନେସ୍‌ ଲେଡି ହେବା ବ୍ୟତୀତ ଶ୍ଲୋକା ବି ଜଣେ ସାମାଜିକ କର୍ମୀ । ଶ୍ଲୋକା ୨୦୧୫ରେ କନେକ୍ଟ ଫର୍‌ ନେମ୍‌ ନାମକ ଏକ ଏନଜିଓ ଆରମ୍ଭ କରିଥିଲେ, ଯାହା ଅଭାବୀ ଲୋକଙ୍କୁ ଶିକ୍ଷା, ଖାଦ୍ୟ ଓ ଘର ଯୋଗାଇଥାଏ ।



ଆକାଶ ଓ ଶ୍ଲୋକାଙ୍କ ବିବାହ-ପୂର୍ବ ଉତ୍ସବ (ପ୍ରି-ୱେଡିଂ ସେଲିବ୍ରେସନ୍‌) ସ୍ୱିଜରଲ୍ୟାଣ୍ଡର ସେଣ୍ଟ ମୋରିଜରେ ଅନୁଷ୍ଠିତ ହୋଇଥିଲା । ବିବାହ ପୂର୍ବରୁ ଏହି ଉତ୍ସବ ତିନି ଦିନ ଧରି ଚାଲିଥିଲା । ଏହି ଉତ୍ସବରେ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ ।
Published by: Anand Shankar Thankur Das
First published: December 10, 2020, 2:40 PM IST
corona virus btn
corona virus btn
Loading