MS Dhoni announces retirement | ଧୋନୀଙ୍କ ସ୍ୱାଧୀନତା! ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହେନ୍ଦ୍ର ସିଂ ଧୋନୀ; ଭିଡିଓ ଶେଆର୍ କଲେ

MS Dhoni announces retirement | ଯଦିଓ ଧୋନୀଙ୍କୁ #T20 ବିଶ୍ୱ କପ୍‌ରେ ଦେଖିବାକୁ ମିଳିବ ବୋଲି ବିଶ୍ୱାସ କରାଯାଉଥିଲା, କରୋନା ଭାଇରସ କାରଣରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ସେହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା । ଏହା ପରେ ଧୋନୀଙ୍କ ଭବିଷ୍ୟତ ଯୋଜନା ବିଷୟରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା ।

MS Dhoni announces retirement | ଧୋନୀଙ୍କ ସ୍ୱାଧୀନତା! ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ମହେନ୍ଦ୍ର ସିଂ ଧୋନୀ; ଭିଡିଓ ଶେଆର୍ କଲେ
ମହେନ୍ଦ୍ର ସିଂ ଧୋନୀ (ଫାଇଲ ଫଟୋ)
  • News18 Odia
  • Last Updated: August 15, 2020, 9:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିଗତ ଏକ ବର୍ଷ ଧରି କ୍ରିକେଟ୍ ଠାରୁ ଦୂରେଇ ରହିଥିବା ଭାରତର କିମ୍ବଦନ୍ତୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଏମ୍.ଏସ୍ ଧୋନି (MS Dhoni) ଅନ୍ତର୍ଜାତୀୟ କ୍ରିକେଟ୍ ରୁ  ବିଦାୟ ନେଇଛନ୍ତି । ଇନଷ୍ଟାଗ୍ରାମରେ  ସୈନିକ ଶୈଳୀରେ ଏକ ଭିଡିଓ ସେୟାର କରି ସେ ଏହା ଘୋଷଣା କରିଛନ୍ତି । ଧୋନି ତାଙ୍କର ସମ୍ପୂର୍ଣ୍ଣ କରିୟରର ଏକ ଭିଡିଓ ସେୟାର କରିଛନ୍ତି କହିଛନ୍ତି ଯେ ତାଙ୍କୁ ସନ୍ଧ୍ୟା ୭.୨୯ ରୁ ଅବସରପ୍ରାପ୍ତ ବୋଲି ମାନି ନିଆଯିବ ଉଚିତ୍ । ଧୋନି ଶୁକ୍ରବାର ଦିନ ଆଇପିଏଲ ପାଇଁ ଚେନ୍ନାଇରେ ପହଞ୍ଚିଥିଲେ ଓ ତାଙ୍କୁ ଶନିବାର ଦିନ ଜିମରେ ମଧ୍ୟ ଦେଖିବାକୁ ମିଳିଥିଲା । ସେ ତାଙ୍କର ପ୍ରିୟ ଗୀତ 'ମେଁ ପଲ୍ ଦୋ ପଲ୍ କା ସାୟାର ହୁଁ' ସହିତ ନିଜର କରିୟର ବିଷୟରେ ବର୍ଣ୍ଣନା କରିଥିଲେ ।

ବିଶ୍ୱ କପ ପରଠାରୁ ଧୋନି କ୍ରିକେଟ୍ ଠାରୁ ଦୂରରେ ଥିଲେ

ଗତ ବର୍ଷ ଇଂଲଣ୍ଡରେ ଚାଲିଥିବା ୫୦-୫୦ ବିଶ୍ୱକପରେ ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ସେମିଫାଇନାଲରେ ହାରିବା ପରେ ଧୋନି କ୍ରିକେଟ୍ ଠାରୁ ଦୂରରେ ଥିଲେ । ସେ ସେହି ସମୟରେ ଘରୋଇ ମ୍ୟାଚ୍ ମଧ୍ୟ ଖେଳିନଥିଲେ ଓ ଦେଶର ସେନା ସହିତ ଟ୍ରେନିଂ ନେବାକୁ ଯାଇଥିଲେ । ଯଦିଓ ତାଙ୍କୁ ଟି -୨୦ ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ବୋଲି ବିଶ୍ୱାସ କରାଯାଉଥିଲା କିନ୍ତୁ  କରୋନା ଭାଇରସ କାରଣରୁ ଟି -୨୦ ବିଶ୍ୱକପ୍‌କୁ ଅଷ୍ଟ୍ରେଲିଆରେ ସ୍ଥଗିତ ରଖାଯାଇଥିଲା ।  ଯାହାପରେ ତାଙ୍କ ଭବିଷ୍ୟତ ବିଷୟରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା।










View this post on Instagram





Thanks a lot for ur love and support throughout.from 1929 hrs consider me as Retired


A post shared by M S Dhoni (@mahi7781) on






IPL ଖେଳିବା ଜାରି ରଖିବେ ଧୋନୀ

ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ  ବିଦାୟ ଦେଇଛନ୍ତି  କିନ୍ତୁ ସେ ଆଇପିଏଲ୍ ଖେଳିବା ଜାରି ରଖିବେ । କିଛି ଦିନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କହିଥିଲେ ଯେ ଧୋନି ଆଇପିଏଲ୍ ୨୦୨୦ ଓ ୨୦୨୧ ଆଇପିଏଲ୍ ଖେଳିବା ଜାରି ରଖିବେ ଏବଂ ୨୦୧୨ ମସିହା ପର୍ଯ୍ୟନ୍ତ ମଧ୍ୟ IPL ଖେଳିବାର ଦେଖିବାକୁ ମିଳିବ ।

ଧୋନୀଙ୍କ କରିଅର୍

୨୦୦୪ ମସିହାରେ ବାଂଲାଦେଶ ବିପକ୍ଷ ଏକ ଦିନିକିଆ ମ୍ୟାଚରେ ଏମଏସ ଧୋନି ନିଜ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ୨୦୧୪ ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ଧୋନି ଭାରତ ପାଇଁ ୯୦ଟି  ଟେଷ୍ଟ, ୩୫୦ଟି ODI ଓ  ୯୮ ଟି -୨୦ ମ୍ୟାଚ୍ ଖେଳିଥିଲେ ।

ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ

ଏହା ବି ପଢ଼ନ୍ତୁ | ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସ ଆସିଲା; ସୁଶାନ୍ତଙ୍କ ମୃତ୍ୟୁର ଦିନକ ଆଗରୁ ଓ ଦିନକ ପରେ ଏକ ରହସ୍ୟମୟ ନମ୍ବରକୁ କଲ୍ କରିଥିଲେ ସେ

ଧୋନୀ ୩୫୦ ଟି ODI ରେ ୧୦ ହଜାର ୭୭୩ ରନ୍ ସ୍କୋର କରିଥିଲେ ଓ ତାଙ୍କର ୧୮୩ ରନ୍ ନଟ ଆଉଟ୍ ହେଉଛି ଶ୍ରେଷ୍ଠ ଇନିଂସ । ସେ ODI ରେ ୧୦ଟି ଶତକ ଓ ୭୩ଟି  ଅର୍ଦ୍ଧଶତକ ହାସଲ କରିଥିବାବେଳେ ୯୮ ଟି -୨୦ ମ୍ୟାଚରେ ସେ ୧୬୧୭ ରନ ସ୍କୋର କରି ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ ।



ଧୋନୀ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଗତ ବର୍ଷ  ଜୁଲାଇ ୯ ଓ ୧୦ ତାରିଖରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ୱକପ ସେମିଫାଇନାଲ ଖେଳିଥିଲେ ।
Published by: Jagdish Barik
First published: August 15, 2020, 9:17 PM IST
corona virus btn
corona virus btn
Loading