News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର (Team India) ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (MS Dhoni) ଶେଷରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନୀ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜାରି କରି ଏହି ଘୋଷଣା କରିଛନ୍ତି । ସେ ଅବସର ନେବେ ବୋଲି ଚର୍ଚ୍ଚା ଗଲା ବର୍ଷେ ହେବ ଚାଲିଥିଲା । ଗତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱ କପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଭାରତ ପରାଜିତ ହେବା ପର ଠାରୁ ସେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ପକାଇ ନ ଥିଲେ ।
କୁହାଯାଉଛି ଯେ ବୋଧହୁଏ ବର୍ତ୍ତମାନର କରୋନା ଭାଇରସ (Coronavirus) ସଙ୍କଟ ଯୋଗୁଁ ଉତ୍ପନ୍ନ ପରିସ୍ଥିତି କାରଣରୁ ଧୋନୀଙ୍କୁ ନିଜ ଅବସର ଯୋଜନାକୁ ନେଇ ରଣନୀତି ବଦଳାଇବାକୁ ପଡିଲା । ଏସବୁ ମଧ୍ୟରେ ଧୋନୀଙ୍କ ଅବସର ସମୟରେ ୩୯୩୯ ସଂଖ୍ୟାଟିର ଉଲ୍ଲେଖ କରିବା ଆବଶ୍ୟକ ହୋଇପଡ଼ିଛି ।
୧୫ ଅଗଷ୍ଟକୁ ଏଇଥି ପାଇଁ ବାଛିଲେ
ବାସ୍ତବରେ ସମସ୍ତଙ୍କ ମନରେ ସବୁ ଠାରୁ ବଡ଼ ପ୍ରଶ୍ନ ହେଉଛି ଏହା ଯେ ଧୋନୀ କାହିଁକି ଅଗଷ୍ଟ ୧୫ ତାରିଖରେ ଅବସର ନେବାକୁ ପସନ୍ଦ କଲେ? ଯେଉଁମାନେ ଧୋନୀଙ୍କୁ ଜାଣନ୍ତି ସେମାନେ ଜାଣନ୍ତି ଯେ ମାହି ସେନା ଓ ଦେଶକୁ କେତେ ଭଲ ପାଆନ୍ତି । ଏଭଳି ପରିସ୍ଥିତିରେ ବିଶ୍ୱାସ କରାଯାଇପାରେ ଯେ ସେ କେବଳ ଦେଶପ୍ରେମ ଯୋଗୁଁ ଭାରତ ସ୍ୱାଧୀନତାର ଏହି ଐତିହାସିକ ଦିନକୁ ନିଜ ଅବସର ପାଇଁ ବାଛିଛନ୍ତି ।

ତାଙ୍କ ଜନ୍ମ ଦିନ ୭ ଜୁଲାଇ (୭/୭) ହୋଇଥିବାରୁ ସେ ନିଜ ଜର୍ସିର ନମ୍ବର ୭କୁ ବାଛିଥିଲେ ।
୩୯୩୯ର ରହସ୍ୟ କ’ଣ?
ବାସ୍ତବରେ ୧୫ ଅଗଷ୍ଟ ୨୦୨୦ ଦିନଟି ମଧ୍ୟ ଏହି କାରଣରୁ ବିଶେଷ ଯେ ରାଞ୍ଚିର ରାଜକୁମାର ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ଏହି ଦିନ ନିଜ ଜୀବନର ୩୯ ବର୍ଷ ୩୯ ଦିନ ପୂରଣ କରିଛନ୍ତି । ସଂଖ୍ୟା ଓ ସଂଖ୍ୟା ପଛରେ ଥିବା ଯାଦୁରେ ଧୋନୀଙ୍କ ବିଶ୍ୱାସ ଅଧିକ ରହିଥାଏ ବୋଲି ସମସ୍ତେ ଭାବନ୍ତି କାରଣ ତାଙ୍କ ଜନ୍ମ ଦିନ ୭ ଜୁଲାଇ (୭/୭) ହୋଇଥିବାରୁ ସେ ମ୍ୟାଚ୍ ଖେଳିବା ବେଳେ ନିଜ ଜର୍ସିର ନମ୍ବର ଭାବେ ୭କୁ ବାଛିଥିଲେ ।
ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ
ଏହା ବି ପଢ଼ନ୍ତୁ | ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସ ଆସିଲା; ସୁଶାନ୍ତଙ୍କ ମୃତ୍ୟୁର ଦିନକ ଆଗରୁ ଓ ଦିନକ ପରେ ଏକ ରହସ୍ୟମୟ ନମ୍ବରକୁ କଲ୍ କରିଥିଲେ ସେ
ମହେନ୍ଦ୍ର ସିଂ ଧୋନିଙ୍କ (MS Dhoni) ପରେ ସୁରେଶ ରାଇନା (Suresh Raina) ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ହେଲେ ଉଭୟ ଧୋନୀ ଓ ରାଇନାଙ୍କୁ ଆଇପିଏଲ୍ (IPL) ର ଏହି ସିଜନରେ ଖେଳୁଥିବାର ଦେଖିବାକୁ ମିଳିବ ।
ରାଇନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ନିଜ ଅବସର ନେଇଥିବା ଘୋଷଣା କରିଛନ୍ତି । ରାଇନା ଲେଖିଛନ୍ତି, ‘‘ମାହି, ତୁମ ସହିତ ଖେଳିବା ଛଡା ଆଉ କିଛି ସୁନ୍ଦର ନ ଥିଲା । ମୋର ପୂରା ହୃଦୟ ସହିତ ମୁଁ ଏହି ଯାତ୍ରାରେ ତୁମ ସହ ଯୋଗ ଦେବାକୁ ଚାହୁଁଛି ।’’
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।