IPL ବାତିଲ୍ କିନ୍ତୁ ରାଞ୍ଚି ଫେରି ନାହାଁନ୍ତି ଧୋନି; ପ୍ରଥମେ ବିଦେଶୀ ଖେଳାଳିଙ୍କୁ ଘରକୁ ପଠାଇବେ

ମହେନ୍ଦ୍ର ସିଂ ଧୋନି କହିଛନ୍ତି, 'ଭାରତରେ ଆଇପିଏଲ୍ ଚାଲିଥିବାରୁ ବିଦେଶୀ ଖେଳାଳି ଓ ସପୋର୍ଟ ଷ୍ଟାପଙ୍କୁ ସ୍ୱଦେଶକୁ ଫେରିବା ପାଇଁ ପ୍ରାଥମିକତା ଦେବା ଉଚିତ୍ । ଭାରତୀୟ ଖେଳାଳିମାନେ ପରେ ଘରକୁ ଫେରିପାରିବେ ।'

IPL ବାତିଲ୍ କିନ୍ତୁ ରାଞ୍ଚି ଫେରି ନାହାଁନ୍ତି ଧୋନି; ପ୍ରଥମେ ବିଦେଶୀ ଖେଳାଳିଙ୍କୁ ଘରକୁ ପଠାଇବେ
IPL ବାତିଲ୍ କିନ୍ତୁ ରାଞ୍ଚି ଫେରି ନାହାଁନ୍ତି ଧୋନି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନିଷ୍ପତ୍ତି କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଜିତିଛି । କରୋନା ଭୂତାଣୁ ଯୋଗୁଁ ମଙ୍ଗଳବାର ଦିନ (ମେ ୪) ଆଇପିଏଲ୍ ୨୦୨୧ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଥିଲା । ଧୀରେ ଧୀରେ ଖେଳାଳିମାନେ ନିଜ ଘରକୁ ଫେରୁଛନ୍ତି । ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇ ଫେରିଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ଭାରତୀୟ ଅଧିନାୟକ ଧୋନି ନିଷ୍ପତ୍ତି ନେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସତରଫରୁ ଘରକୁ ଫରୁଥିବା ସେ ଶେଷ ଖେଳାଳୀ ହେବେ । ଜଣେ ସିଏସକେ ସଦସ୍ୟ କହିଛନ୍ତି ଯେ ଧୋନି ନିଷ୍ପତ୍ତି ନେଇଛନ୍ତି ଯେ ବିଦେଶୀ ଖେଳାଳିମାନେ ଘରେ ପହଞ୍ଚିବା ପରେ ସେ ନିଜ ଘରକୁ ଯିବେ । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ଖେଳାଳିମାନେ ଦିଲ୍ଲୀରେ ଅଛନ୍ତି । ଚେନ୍ନାଇ ଖେଳାଳି ସାମ କ୍ୟୁରନ ଓ ମୋଇନ ଅଲି ବୁଧବାର ନିଜ ଦେଶକୁ ଫେରିଛନ୍ତି । ବିସିସିଆଇର ସହାୟତାରେ ସମସ୍ତ ବିଦେଶୀ ଖେଳାଳିଙ୍କୁ ଚାର୍ଟାର୍ଡ ​​ବିମାନରୁ ଘରକୁ ପଠାଯାଉଛି ।

ସାଥୀ ଖେଳାଳିଙ୍କ ସହ ଏକ ଭର୍ଚୁଆଲ୍ ବୈଠକରେ ଧୋନି କହିଛନ୍ତି ଯେ ଭାରତରେ ଆଇପିଏଲ୍ ଚାଲିଥିବାରୁ ବିଦେଶୀ ଖେଳାଳି ଓ ସପୋର୍ଟ ଷ୍ଟାପଙ୍କୁ ବିଦେଶକୁ ଫେରିବା ପାଇଁ ପ୍ରାଥମିକତା ଦେବା ଉଚିତ୍ । ଭାରତୀୟ ଖେଳାଳିମାନେ ପରେ ଘରକୁ ଫେରିପାରିବେ । ସିଏସକେ ସଦସ୍ୟ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି, 'ମାହି ଭାଇ କହିଛନ୍ତି ଯେ ସେ ହୋଟେଲରୁ ବାହାରୁଥିବା ଦଳର ଶେଷ ବ୍ୟକ୍ତି ହେବେ । ସେ ବିଦେଶୀ ଓ ପରେ ଭାରତୀୟ ଖେଳାଳିଙ୍କୁ ପ୍ରଥମେ ଘରକୁ ପଠାଇବାକୁ ଚାହୁଁଛନ୍ତି । ଯେତେବେଳେ ସମସ୍ତେ ନିରାପଦରେ ନିଜ ଘରେ ପହଞ୍ଚିବେ ସେତେବେଳେ ସେ ଶେଷ ବିମାନ ନେଇ ନିଜ ଘରକୁ ଯିବେ ।

CSK ଦିଲ୍ଲୀରେ ନିଜ ଖେଳାଳିଙ୍କ ପାଇଁ ଚାର୍ଟାର୍ଡ ​​ବିମାନର ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଚେନ୍ନାଇ ଖେଳାଳିଙ୍କ ପାଇଁ ଏକ ଦଶ ସିଟ୍ ବିଶିଷ୍ଟ ବିମାନ ସକାଳେ ରାଜକୋଟ ଓ ମୁମ୍ବାଇ ଛାଡିବ । ଏଥି ସହିତ ଅନ୍ୟ ଖେଳାଳିମାନେ ସନ୍ଧ୍ୟାରେ ବେଙ୍ଗାଲୁରୁ ଓ ଚେନ୍ନାଇରେ ଓଲ୍ହାଇବେ । ଧୋନି ଗୁରୁବାର ସନ୍ଧ୍ୟାରେ ରାଞ୍ଚିରେ ଥିବା ନିଜ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ଭଳି ଦଳ ମଧ୍ୟ ସେମାନଙ୍କ ଭାରତୀୟ ଖେଳାଳିଙ୍କ ପାଇଁ ଚାର୍ଟାର୍ଡ ​​ବିମାନର ବ୍ୟବସ୍ଥା କରିଛନ୍ତି । ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦର ଖେଳାଳିମାନେ ନିଜ ନିଜ ସ୍ଥାନକୁ ଯିବାପାଇଁ ବ୍ୟବସାୟିକ ବିମାନରେ ଚଢ଼ିଥିଲେ ।

ଇଂଲଣ୍ଡର ଅଧିକାଂଶ ଖେଳାଳି ଘରେ ପହଞ୍ଚିଲେ

ଇଣ୍ଡିଆନ୍ ପ୍ରିମିୟର ଲିଗରେ ଅଂଶଗ୍ରହଣ କରୁଥିବା ଇଂଲଣ୍ଡର ୧୧ ଖେଳାଳିଙ୍କ ମଧ୍ୟରୁ ଆଠ ଜଣ ବୁଧବାର ଦିନ ଜୋସ୍ ବଟଲର ଓ ଜନି ବେୟାରଷ୍ଟୋଙ୍କ ସମେତ ଘରକୁ ଫେରିଛନ୍ତି । ସ୍କାଏ ସ୍ପୋର୍ଟସ ଅନୁଯାୟୀ ସାମ କ୍ୟୁରେନ, ଟମ କ୍ୟୁରେନ, ସାମ୍ ବିଲିଙ୍ଗସ୍, କ୍ରିସ୍ ୱୁକସ୍, ମୋଇନ୍ ଅଲି ଓ ଜେସନ୍ ରୟ ବ୍ରିଟେନରେ ପହଞ୍ଚିଛନ୍ତି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇଂଲଣ୍ଡର ସୀମିତ ଓଭର ଫର୍ମାଟ୍ ଅଧିନାୟକ ଓଏନ୍ ମୋର୍ଗାନ୍, ଡେଭିଡ ମାଲାନ ଓ କ୍ରିସ ଜୋର୍ଡାନ ଭାରତ ଛାଡିବେ ବୋଲି ଆଶା କରାଯାଉଛି ।

ଅଷ୍ଟ୍ରେଲୀୟ ଖେଳାଳିମାନେ ମାଲଦ୍ୱୀପ ଯିବେ

ଆଇପିଏଲରେ ଅଂଶଗ୍ରହଣ କରୁଥିବା ଅଷ୍ଟ୍ରେଲୀୟ କ୍ରିକେଟରମାନେ ଶୀଘ୍ର ଚାର୍ଟାର୍ଡ ​​ବିମାନ ଦ୍ୱାରା ମାଲଦ୍ୱୀପ ଅଭିମୁଖେ ଯାତ୍ରା କରିବେ । ଯେଉଁଠାରେ ସେମାନେ ଅଷ୍ଟ୍ରେଲିଆ ସୀମା ଖୋଲିବାକୁ ଅପେକ୍ଷା କରିବେ । କରୋନା ମହାମାରୀର ଦ୍ୱିତୀୟ ଲହର ସହ ଲଢୁଥିବା ଭାରତରୁ ଆସୁଥିବା ଲୋକଙ୍କ ପାଇଁ ଅଷ୍ଟ୍ରେଲିଆ ମେ ୧୫ ପର୍ଯ୍ୟନ୍ତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ଅଷ୍ଟ୍ରେଲିଆର ୩୮A ସଦସ୍ୟ ବିଶିଷ୍ଟ ଦଳରେ ଖେଳାଳି, କୋଚ୍, ଅମ୍ପାୟାର, ସମୀକ୍ଷକ ଅଛନ୍ତି ଯେଉଁମାନେ ବର୍ତ୍ତମାନ ମାଲଦ୍ୱୀପରେ ସ୍ବଦେଶ ଫେରିବାକୁ ଅପେକ୍ଷା କରିବେ ।

କେକେଆର ଦଳର ଜଣେ ଅଧିକାରୀ କହିଛନ୍ତି ଯେ ସମସ୍ତ ଅଷ୍ଟ୍ରେଲୀୟ ଖେଳାଳି ବୁଧବାର ଠାରୁ ଦିଲ୍ଲୀରେ ଏକାଠି ହେବା ଆରମ୍ଭ କରିଛନ୍ତି ଓ ଚାର୍ଟାର୍ଡ ​​ବିମାନରେ ସେମାନେ ମାଲଦ୍ୱୀପ ଅଭିମୁଖେ ଯାତ୍ରା କରିବେ । ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ ପ୍ରଶିକ୍ଷକ ମାଇକ ହାସିଙ୍କୁ ଭାରତରେ ରହିବାକୁ ପଡ଼ିବ କାରଣ ସେ କରୋନା ପଜିଟିଭ୍ ଅଛନ୍ତି ।
Published by: Jagdish Barik
First published: May 6, 2021, 12:54 PM IST