ମଧ୍ୟପ୍ରଦେଶ ରେୱାରେ ଭୟଙ୍କର ସଡ଼କ ଦୁର୍ଘଟଣା; ୧୪ ଜଣଙ୍କ ମୃତ୍ୟୁ, ୪୦ରୁ ଅଧିକ ଆହତ

MP Accident: ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ଡାକ୍ତରଙ୍କ ଟିମ୍ ତାଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି।

ମଧ୍ୟପ୍ରଦେଶ ରେୱାରେ ଭୟଙ୍କର ସଡ଼କ ଦୁର୍ଘଟଣା

ମଧ୍ୟପ୍ରଦେଶ ରେୱାରେ ଭୟଙ୍କର ସଡ଼କ ଦୁର୍ଘଟଣା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

MP Accident: ମଧ୍ୟପ୍ରଦେଶର ରେୱା ନିକଟରେ ଜାତୀୟ ରାଜପଥ-୩୦ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରେୱା ପୋଲିସ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। ଏହି ଭୟଙ୍କର ଓ ଯନ୍ତ୍ରଣାଦାୟକ ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି କିଛି ଯାତ୍ରୀଙ୍କ ସୂଚନା ଅନୁଯାୟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।

ସୁହାଗି ପାହାଡ ନିକଟରେ ଭୟଙ୍କର ଧକ୍କା

ରେୱାସ୍ଥିତ ସୁହାଗି ପାହାଡ ନିକଟରେ ଏକ ବସ୍ ଓ ଟ୍ରଲର ମଧ୍ୟରେ ଧକ୍କା ହେବା ପରେ ଘଟଣାସ୍ଥଳରେ ଭୟର ବାତାବରଣ ସଷ୍ଟି ହୋଇଥିଲା। ରେୱା ଏସପି ନବନୀତ ଭସିନ କହିଛନ୍ତି ଯେ ବସ୍ ହାଇଦ୍ରାବାଦରୁ ଗୋରଖପୁର ଯାଉଥିଲା। ବସ୍‌ରେ ଥିବା ସମସ୍ତ ଲୋକ ୟୁପି ବାସିନ୍ଦା ବୋଲି ଜଣାପଡ଼ିଛି।

ମୃତ୍ୟୁ ବରଣ କରିଥିବା ଶ୍ରମିକମାନେ

ସୂଚନା ଅନୁଯାୟୀ, ସମସ୍ତ କର୍ମଚାରୀ ବସ୍‌ରେ ଥିଲେ। ଅନେକ ଲୋକ ନିଜ ଘରକୁ ଦୀପାବଳି ପାଳନ କରିବାକୁ ଯାଉଥିଲେ। ଏହି ବସ୍ ପାହାଡରୁ ଓହ୍ଲାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ବସ୍‌ର କ୍ୟାବିନରେ ୩-୪ ଜଣ ଲୋକ ମଧ୍ୟ ଫସି ରହିଥିଲେ।

ସୁହାଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ଏଥିସହ କିଛି ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଟୟୋଣ୍ଟରର ସିଭିଲ ହସ୍ପିଟାଲକୁ ନିଆଯାଇଥିଲା। ପୋଲିସର ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ ୧୧.୩୦ ସମୟରେ ପାହାଡ ଉପତ୍ୟକାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଖବର ପାଇବା ମାତ୍ରେ ସୁହାଗି ପାହାଡରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟରେ ପ୍ରଶାସନ ସମ୍ପୂର୍ଣ୍ଣ ବଳ ଦେଇଥିଲା। ଆରଟିଓ ଅଧିକାରୀ ମନୀଷ ତ୍ରିପାଠୀଙ୍କ ସହାୟତାରେ ଅନେକ କ୍ରେନ୍ ଡକାଯାଇଥିଲା।
Published by:Lipina Das
First published: