News18 Odia Digital
ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭୟଙ୍କର ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଜଣେ ପୋଲିସ ବୃଦ୍ଧଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ମଧ୍ୟପ୍ରଦେଶର ଜବଲପୁର ରେଳ ଷ୍ଟେସନ ବିଷୟରେ କୁହାଯାଉଛି। ଗୁରୁବାର ଦିନ ଏହି ଘଟଣା ଘଟିଛି। ପ୍ଲାଟଫର୍ମରେ ଉପସ୍ଥିତ ଥିବା ଅନ୍ୟ ଜଣେ ଯାତ୍ରୀ ଏହି ଭିଡ଼ିଓ ତିଆରି କରିଛନ୍ତି।
ଭିଡ଼ିଓରେ ବୃଦ୍ଧ ଜଣକ ଅନେକ ଥର ଉଠିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ପୋଲିସ୍ ତାଙ୍କୁ ଗୋଇଠା ଗୋଇଠା ମାରିଚାଲିଛି। ଲାଗୁଛି ଯେପରି ସେ ବୃଦ୍ଧ ଜଣଙ୍କୁ ପ୍ଲାଟଫର୍ମ ତଳେ ପକାଇ ଦେବେ। ପ୍ଲାଟଫର୍ମରେ ଉପସ୍ଥିତ ଥିବା ଲୋକମାନେ ନିକଟରେ ଠିଆ ହୋଇ ଦେଖୁଛନ୍ତି କିନ୍ତୁ ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ କେହି ଆଗକୁ ଆସୁ ନାହାଁନ୍ତି।
ମଧ୍ୟପ୍ରଦେଶର ଜବଲପୁରରେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଜବଲପୁର ସହରର ମଦଥାଲ ପୋଲିସ ଷ୍ଟେସନ ଅଧୀନରେ ଥିବା ଷ୍ଟାର ସିଟିରେ ଦୁଇ ବର୍ଷର ନିରୀହ ଶିଶୁ ପ୍ରତି ଅତ୍ୟାଚାର ମାମଲା ସାମ୍ନାକୁ ଆସିଥିଲା। ଦୁଇ ବର୍ଷର ସନ୍ତାନର ଯତ୍ନ ନେବାକୁ ପିତାମାତା ଘରେ ଜଣେ ଚାକରାଣୀ ରଖିଥିଲେ, ଯେଉଁଥିପାଇଁ ପ୍ରତିମାସରେ ୫୦୦୦ ଟଙ୍କା ଦରମା ଓ ଖାଦ୍ୟ ପାଇଁ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଦାୟିତ୍ୱରେ ଥିବା ଆୟା ଶିଶୁ ସହ ସଇତାନ ଭଳି ବ୍ୟବହାର କରୁଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।