ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ତାଲିବାନକୁ ମହର୍ଷି ବାଲ୍ମୀକିଙ୍କ ସହ ତୁଳନା କରି ଅଡ଼ୁଆରେ କବି ମୁନାୱାର ରାଣା; ରୁଜ୍ଜୁ ହେଲା FIR

ତାଲିବାନକୁ ମହର୍ଷି ବାଲ୍ମୀକିଙ୍କ ସହ ତୁଳନା କରି ଅଡ଼ୁଆରେ କବି ମୁନାୱାର ରାଣା; ରୁଜ୍ଜୁ ହେଲା FIR

ପ୍ରସିଦ୍ଧ କବି ମୁନାୱାର ରାଣାଙ୍କୁ ନେଇ ବିବାଦ ବଢ଼ିଛି। ମଧ୍ୟପ୍ରଦେଶର ଗୁନାରେ ତାଲିବାନଙ୍କ ସହିତ ରାମାୟଣ ଲେଖିଥିବା ମହର୍ଷି ବାଲ୍ମୀକିଙ୍କ ତୁଳନା କରି ସେ ଅଡ଼ୁଆରେ ଫସି ଯାଇଛନ୍ତି।

ତାଲିବାନକୁ ମହର୍ଷି ବାଲ୍ମୀକିଙ୍କ ସହ ତୁଳନା କରି ଅଡ଼ୁଆରେ କବି ମୁନାୱାର ରାଣା; ରୁଜ୍ଜୁ ହେଲା FIR
କବି ମୁନାୱାର ରାଣାଙ୍କ ନାମରେ FIR ରୁଜ୍ଜୁ ହୋଇଛି। (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 24, 2021, 12:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଉତ୍ତର ପ୍ରଦେଶ: ପ୍ରସିଦ୍ଧ କବି ମୁନାୱାର ରାଣାଙ୍କୁ ନେଇ ବିବାଦ ବଢ଼ିଛି। ମଧ୍ୟପ୍ରଦେଶର ଗୁନାରେ ତାଲିବାନଙ୍କ ସହିତ ରାମାୟଣ ଲେଖିଥିବା ମହର୍ଷି ବାଲ୍ମୀକିଙ୍କ ତୁଳନା କରି ସେ ଅଡ଼ୁଆରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ମୁନାୱର ରାଣା ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ ପୋଲିସର ସୂଚନାନୁସାରେ, ସୋମବାର ଦିନ ଗୁନାରେ ମୁନାୱର ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଯାହାକି ବିଜେପି ଅନୁସୂଚିତ ଜାତିସଂଘର ରାଜ୍ୟ ସଚିବ ସୁନୀଲ ମାଲଭିୟା ଓ ବାଲ୍ମୀକି ସମ୍ପ୍ରଦାୟର ଅନ୍ୟ ସଦସ୍ୟମାନେ ଅଭିଯୋଗ କରିଥିଲେ।

ବାସ୍ତବରେ ମୁନାୱାର ରାଣା ଏକ ଚ୍ୟାନେଲ ସହିତ କଥାବାର୍ତ୍ତା କରୁଥିବା ସମୟରେ କହିଥିଲେ, 'ବାଲ୍ମୀକି ରାମାୟଣ ଲେଖିବା ପରେ ଭଗବାନ ହୋଇଥିଲେ,କିନ୍ତୁ ଏହା ପୂର୍ବରୁ ସେ ଜଣେ ଡ଼କାୟତ ଥିଲେ। ଜଣେ ବ୍ୟକ୍ତିର ଚରିତ୍ର ପରିବର୍ତ୍ତନ ହୋଇପାରେ। ସେହିଭଳି ତାଲିବାନ ବର୍ତ୍ତମାନ ପାଇଁ ଆତଙ୍କବାଦୀ, କିନ୍ତୁ ଲୋକଙ୍କ ଚରିତ୍ର ବଦଳିଛି। ବିଜେପି ନେତା ମାଲଭିଆ ଅଭିଯୋଗ କରିଛନ୍ତି ଯେ ରାଣା ତାଙ୍କ ମନ୍ତବ୍ୟରେ ମହର୍ଷି ବାଲ୍ମୀକିଙ୍କୁ ଅପମାନିତ କରିଛନ୍ତି ଓ ବାଲ୍ମୀକି ସମ୍ପ୍ରଦାୟ ଓ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛନ୍ତି। ସେ କହିଛନ୍ତି, 'ରାଣା ମହର୍ଷି ବାଲ୍ମୀକିଙ୍କୁ ତାଲିବାନ ସହିତ ତୁଳନା କରି ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି, ତେଣୁ ଆମେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛୁ।

ପୋଲିସର ସୂଚନା ଅନୁସାରେ ଗୁନା ପୋଲିସ ଅଧୀକ୍ଷକ ରାଜୀବ ମିଶ୍ର ସୋମବାର କହିଛନ୍ତି ଯେ କୋଟୱାଲିରେ କବି ମୁନାୱର ରାଣାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ସଂପୃକ୍ତ ଜିଲ୍ଲା (ଉତ୍ତରପ୍ରଦେଶର)କୁ ପଠାଯିବ।  ଆଇପିସିର ଧାରା ୫୦୫(୨) ଅନୁଯାୟୀ ରାଣାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଓ ୟୁପିର ଲକ୍ଷ୍ନର ହଜରତଗଞ୍ଜ ପୋଲିସ ଷ୍ଟେସନକୁ ପଠାଯିବ। ଉଲ୍ଲେଖଥାଉ କି, ଏହି ମାମଲାରେ ଅଖିଳ ଭାରତୀ କ୍ଷତ୍ରିୟ ମହାସଭା ଯୁବା ଓ ହିନ୍ଦୁ ମହାସଭା ମଧ୍ୟ ହଜରତଗଞ୍ଜ ପୋଲିସ ଷ୍ଟେସନରେ ଶୁକ୍ରବାର ଦିନ ଏକ ମାମଲା ଦାୟର କରିଥିଲେ। ଏସିପି ରାଘବେନ୍ଦ୍ର ମିଶ୍ରଙ୍କ ଅନୁଯାୟୀ, ଧାର୍ମିକ ଭାବନାକୁ ଉତ୍ତେଜିତ କରିବା, ଜନ ଶାନ୍ତି ବିରୁଦ୍ଧରେ ତଥା SCST ଅଧୀନରେ ମୁନାୱର ରାଣାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ତାଲିବାନକୁ ଠିକ୍ କହିଛନ୍ତି

ରାଣା କହିଛନ୍ତି ଯେ ତାଲିବାନ କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ, କିନ୍ତୁ ଆଫଗାନିସ୍ତାନରେ ଆମେରିକା ଗଠନ କରିଥିବା ସରକାରକୁ ଏହାର ସାମରିକ ଶକ୍ତି ଆଧାରରେ ହଟାଇ ଦେଇଛି।  ଏହିପରି ତାଲିବାନ ନିଜ ଦେଶକୁ ମୁକ୍ତ କରିଛି। ଏହା ବ୍ୟତୀତ ସେ କହିଥିଲେ ଯେ ଯେତେବେଳେ ଭାରତ ବ୍ରିଟିଶମାନଙ୍କର ଦାସ ଥିଲା, ସେତେବେଳେ ଦେଶବାସୀ ଏହାକୁ ମୁକ୍ତ କରିଥିଲେ।  ସେହିଭଳି ଯଦି ତାଲିବାନ ନିଜ ଦେଶକୁ ମୁକ୍ତ କରିଛି, ତେବେ ଅସୁବିଧା କଣ?
Published by: Soumya Das
First published: August 24, 2021, 12:18 PM IST