ଘରେ ଘରେ ଉଡିବ ତ୍ରିରଙ୍ଗା (ପ୍ରତୀକାତ୍ମକ ଛବି)
News18 Odia Digital
ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ବିଜେପି କାର୍ଯ୍ୟାଳୟରେ ତ୍ରିରଙ୍ଗା ବିକ୍ରି ହେଉଛି। ଏହା ସହିତ ସରକାରୀ କର୍ମଚାରୀମାନଙ୍କୁ ନିଜ ଟଙ୍କାରେ ତ୍ରିରଙ୍ଗା କିଣି ଏହାର ଫଟୋ ୱେବସାଇଟରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାର୍ଟି ଅଫିସରେ ବିକ୍ରି ହେଉଥିବା ତ୍ରିରଙ୍ଗାର ମୂଲ୍ୟ ୨୦ ଟଙ୍କା ଓ ଷ୍ଟିକର ମୂଲ୍ୟ ୧୦ ଟଙ୍କା ରହିଛି।
ହର ଘର ତ୍ରିରଙ୍ଗା ଅଭିଯାନରେ ଅଧୀନରେ ରାଜ୍ୟର ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ତ୍ରିରଙ୍ଗା କିଣି ଘରେ ଲଗାଇବାକୁ ପଡିବ। ଏହା ସହିତ, ତ୍ରିରଙ୍ଗା ସହିତ ତାଙ୍କ ଫଟୋ ୱେବସାଇଟରେ ଅପଲୋଡ୍ କରିବାକୁ ପଡିବ। ରାଜ୍ୟର ଧାର ଜିଲ୍ଲାର ପ୍ରତ୍ୟେକ ଶିକ୍ଷକଙ୍କୁ ୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଓ ଅତି କମରେ ୧୦ ଟି ପତାକା ବଣ୍ଟନ କରିବାକୁ ପଡିବ। ଏସବୁ ବ୍ୟତୀତ ବିଭାଗର ଆଦେଶ ହେଉଛି ଯେ ଜାତୀୟ ପତାକା ଯେପରି ଅପମାନିତ ନହେଉ। ପଞ୍ଚାୟତ, ଅଙ୍ଗନବାଡି, ସମସ୍ତଙ୍କୁ ଏହି ଆଦେଶ ମିଳିଛି ।
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଲାଲ ସିଂ କହିଛନ୍ତି ଯେ ପ୍ରତ୍ୟେକ ଶିକ୍ଷକଙ୍କୁ ୧୦ଟି ପତାକା ଦିଆଯିବା ଆବଶ୍ୟକ। ଗୋଟିଏ ପତାକା ଘର ଉପରେ ଲଗାଇବାକୁ ପଡିବ ଓ ବାକି ସବୁ ଗରିବ ଲୋକଙ୍କୁ ବାଣ୍ଟିବାକୁ ହେବ। ଏଥି ସହିତ ଅଙ୍ଗନୱାଡି କର୍ମୀ ଉର୍ମିଲା କହିଛନ୍ତି ଯେ ଆମକୁ ୪ ଟି ପତାକା ଦିଆଯାଇଛି। ଗୋଟିଏ ପତାକା ମୂଲ୍ୟ ୨୫ ଟଙ୍କା ଅଛି। ସେଥିମଧ୍ୟରୁ ଗୋଟିଏ ଘରେ, ଅଙ୍ଗନବାଡ଼ିରେ, ପ୍ରଭାତ ଫେରିରେ ଗୋଟିଏ ଓ ପିଲାମାନଙ୍କୁ ଦିଆ ହେବ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।