ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

ଅଶାଳୀନ ଇଙ୍ଗିତ ଓ ମନ୍ତବ୍ୟ କରିବା ପରେ ଟ୍ୟାକ୍ସି ଡ୍ରାଇଭର୍ ତୁରନ୍ତ ସେଠାରୁ ଖସି ପଳାଇଥିଲା, ହେଲେ ବଙ୍ଗାଳୀ ଅଭିନେତ୍ରୀରୁ ସାଂସଦ ହୋଇଥିବା ମିମି ସେହି ଟ୍ୟାକ୍ସିର ନମ୍ବର ନୋଟ୍ କରିଥିଲେ ଓ ତାକୁ ଅନୁସରଣ କରି ଧରିବାରେ ସଫଳ ହୋଇଥିଲେ ।

ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ
ଯାଦବପୁର ସାଂସଦ ମିମି ଚକ୍ରବର୍ତ୍ତୀ
  • News18 Odia
  • Last Updated: September 17, 2020, 11:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ବାଟରେ ଯାଉଥିବା ଲୋକେ ମହିଳାମାନଙ୍କ ଉପରେ ଅଭଦ୍ର ଟିପ୍ପଣୀ କରୁଥିବା ଘଟଣା ବିଷୟରେ ପ୍ରାୟତଃ ଶୁଣିବାକୁ ମିଳେ । ଏମିତି ଏକ ଘଟଣା ତୃଣମୂଳ କଂଗ୍ରେସର (Trinamool Congress) ସାଂସଦ ହୋଇଥିବା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କ (Mimi Chakraborty) ସହ ନିକଟରେ ଘଟିଥିଲା । ଅଭିଯୁକ୍ତ ଯୁବକକୁ ମିମି ଜବରଦସ୍ତ ଶିକ୍ଷା ଦେଇଥିଲେ ।

ଏହି ଘଟଣା ମିମି ନିଜ କାରରେ ବସି କୌଣସି ସ୍ଥାନକୁ ଯାଉଥିବା ସମୟରେ ଘଟିଥିଲା । ଏହି ସମୟରେ ଜଣେ ଟ୍ୟାକ୍ସି ଡ୍ରାଇଭର (Taxi Driver) ତାଙ୍କୁ ଏକ ଅଶ୍ଳୀଳ କଥା ବୋଲି କହି ଚାଲିଯାଇଥିଲା । କିନ୍ତୁ ମିମି ଚକ୍ରବର୍ତ୍ତୀଙ୍କ ସହ ହୋଇଥିବା ଏହି ଦୁର୍ଭାଗ୍ୟଜନକ ଘଟଣା ସେହି ଡ୍ରାଇଭରକୁ ମହଙ୍ଗା ପଡ଼ିଥିଲା । ମିମି ସୁନିଶ୍ଚିତ କରିଥିଲେ ଯେ ତାଙ୍କ ସହ ଏପରି କାର୍ଯ୍ୟ କରିଥିବା ସେହି ଡ୍ରାଇଭରକୁ ଗିରଫ କରାଯାଉ (Taxi Driver Arrested) ।

ମିମି ଚକ୍ରବର୍ତ୍ତୀଙ୍କ ସହ ଘଟିଥିବା ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ମିମି ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିବା ପରେ ସୋମବାର ରାତିରେ ଅଭିଯୁକ୍ତକୁ ମୁକୁନ୍ଦପୁରରୁ ଗିରଫ କରାଯାଇଥିଲା । ପୋଲିସର ସୂଚନା ଅନୁସାରେ ମିମି ଚକ୍ରବର୍ତ୍ତୀ ନିଜ କାରରେ ବାଲିଗଞ୍ଜ ଫେରି ଅଞ୍ଚଳରେ ଯାଉଥିବା ବେଳେ ସେହି ଟ୍ୟାକ୍ସି ଡ୍ରାଇଭର ତାଙ୍କ ପ୍ରତି ଅଶାଳୀନ ଅଙ୍ଗଭଙ୍ଗୀ କରିଥିଲେ । ପ୍ରଥମେ ମିମି ଏହାକୁ ଅଣଦେଖା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରେ ସେହି ଯୁବକ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ବି ଦେଇଥିଲେ । ଏହା ପରେ ମିମି ସେହି ଯୁବକଙ୍କୁ ଅନୁସରଣ କରିଥିଲେ ।

ମିମି ସେହି ଟ୍ୟାକ୍ସି ଡ୍ରାଇଭରକୁ ଅନୁସରଣ କରି ତାକୁ ଧରିବାରେ ସଫଳ ହୋଇଥିଲେ । ଏହି ସମୟରେ ଅନେକ ଲୋକଙ୍କ ଭିଡ଼ ବି ସେଠି ଏକାଠି ହୋଇଥିଲା ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସେ ଅଶାଳୀନ ମନ୍ତବ୍ୟ କରିବା ପରେ ଟ୍ୟାକ୍ସି ଡ୍ରାଇଭର୍‌ ତୁରନ୍ତ ସେଠାରୁ ପଳାୟନ କରିଥିଲେ, କିନ୍ତୁ ଯାଦବପୁରର ସାଂସଦ ମିମି ଚକ୍ରବର୍ତ୍ତୀ ସେହି ଟ୍ୟାକ୍ସିର ରେଜିଷ୍ଟ୍ରେସନ୍‌ ନମ୍ବର ଲେଖିନେଇଥିଲେ । ଅଧିକାରୀ କହିଛନ୍ତି ଯେ ମିମିଙ୍କ ଅଭିଯୋଗ ଅନୁସାରେ ସେହି ଟ୍ୟାକ୍ସି ଡ୍ରାଇଭରଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା ଓ ତାକୁ ନଗର କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ପଠାଇ ଦିଆଯାଇଥିଲା ।

ଏହା ବି ପଢ଼ନ୍ତୁ କି ସାହସରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲାଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ଯୁବକଙ୍କ ନାମ ଦେବା ଯାଦବ । ଏହି ବ୍ୟକ୍ତିଙ୍କ ବୟସ ୩୨ ବର୍ଷ ବୋଲି କୁହାଯାଉଛି ।



ମିମି ଚକ୍ରବର୍ତ୍ତୀ ବଙ୍ଗାଳୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଓ ଗାୟିକା ଥିଲେ । ସେ ୨୦୧୯ରେ ଯାଦବପୁର ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।
Published by: Anand Shankar Thankur Das
First published: September 17, 2020, 11:13 PM IST
corona virus btn
corona virus btn
Loading