ପିତାଙ୍କ ହତ୍ୟା ପାଇଁ ଫେସବୁକରୁ ହତ୍ୟାକାରୀ ଖୋଜିଲା ପୁଅ; ୩ ଗିରଫ

ଟଙ୍କା ପାଇଁ ମଧ୍ୟପ୍ରଦେଶରେ ୫୯ ବର୍ଷୀୟ ପିତାଙ୍କୁ ନିଜ ପୁତ୍ର ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏଥିପାଇଁ ସେ ଫେସବୁକ୍ ମାଧ୍ୟମରେ ହତ୍ୟାକାରୀ ଠିକ କରିଥିଲେ।

ପୋଲିସ ୩ଜଣଙ୍କୁ ଗିରଫ କରିଛି (ପ୍ରତୀକାତ୍ମକ ଛବି)

ପୋଲିସ ୩ଜଣଙ୍କୁ ଗିରଫ କରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଜୁଲାଇ ୨୧-୨୨ ମଧ୍ୟରାତ୍ରିରେ ମହେଶ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟପ୍ରଦେଶ ପିଛୋର ସହର ସ୍ଥିତ ଏକ କୋଠରୀରେ ଶୋଇଥିବା ବେଳେ ଗୁଳି କରି ହତ୍ୟା କରାଯାଇଥିଲା। । କିନ୍ତୁ ଏହି ହତ୍ୟାକାଣ୍ଡ ପଛରେ ଥିବା ଘଟଣା ବାବଦରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଟଙ୍କା ପାଇଁ ମଧ୍ୟପ୍ରଦେଶରେ ୫୯ ବର୍ଷୀୟ ପିତାଙ୍କୁ ନିଜ ପୁତ୍ର ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏଥିପାଇଁ ସେ ଫେସବୁକ୍ ମାଧ୍ୟମରେ ହତ୍ୟାକାରୀ ଠିକ କରିଥିଲେ।

ଏନେଇ ପୋଲିସ ଅଧୀକ୍ଷକ ରାଜେଶ ସିଂ ଚାନ୍ଦେଲ କହିଛନ୍ତି ଯେ ଏହି ଘଟଣା ହତ୍ୟାକାରୀ ଅଜିତ ସିଂ, ପୁଅ ଅଙ୍କିତ (୩୨) ଓ ତାଙ୍କ ବନ୍ଧୁ ନିତିନ ଲୋଧୀକୁ ପୋଲିସ ଗିରଫ କରିଛି। ପ୍ଲାନିଂ ଅନୁସାରେ ପୁଅ ଘରର ତଳ ମହଲାରେ ଶୋଇଥିବା ବେଳେ ତାଙ୍କ ପିତାଙ୍କୁ ତୃତୀୟ ମହଲାରେ ଗୁଳି କରି ହତ୍ୟା କରାଯାଇଥିଲା।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେ ଅଙ୍କିତଙ୍କୁ ମଦ୍ୟପାନ ତଥା ଜୁଆ ଖେଳ ତଥା ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପରେ ପାଇଁ ଟଙ୍କା ଦେବାକୁ ମନା କରିବାରୁ ସେ ତାଙ୍କ ପିତାଙ୍କ ଉପରେ ରାଗିଥିଲେ। ହତ୍ୟା ପୂର୍ବରୁ ଅଙ୍କିତ ଅନଲାଇନରେ ତଥ୍ୟ ସଂଗ୍ରହ କରିଥିଲେ ଓ ସେହି ଆଧାରରେ ବିହାରର 'ଅଜିତ କିଙ୍ଗ' ଗୋଷ୍ଠୀର ଫେସବୁକ ମାଧ୍ୟମରେ ଯୋଗାଯୋଗ କରିଥିଲେ। ତାଙ୍କ ପିତାଙ୍କ ଅପହରଣ ଓ ହତ୍ୟା ପାଇଁ ୧ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶୃତି ଦେଇଥିଲେ।  ଏହି ଅପରାଧ ଷଡଯନ୍ତ୍ରରେ ସେ ତାଙ୍କ ବନ୍ଧୁ ଲୋଧୀଙ୍କ ସାହାଯ୍ୟ ମଧ୍ୟ ନେଇଥିଲେ।

ଜୁଲାଇ ୧୨ ରେ ଅଙ୍କିତ ଫେସବୁକରେ ଅଜିତ କିଙ୍ଗ ଗୋଷ୍ଠୀର ଆଡମିନି ଅଜିତ ସିଂଙ୍କ ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଜମା କରିଥିଲେ। ପରେ ଅଙ୍କିତ ଓ ଲୋଧି ଅଜିତ ସିଂହଙ୍କୁ ଝାଂସି ରେଳ ଷ୍ଟେସନରୁ ଆଣି ଶିବପୁରୀ ଜିଲ୍ଲାର ଲାବେଡା ତିରାହା ଅଞ୍ଚଳରେ ରହିବା ପାଇଁ ବ୍ୟବସ୍ଥା କରିଥିଲେ। ଯେତେବେଳେ ଅଜିତ ସିଂ ତାଙ୍କୁ ଟଙ୍କା ଦେବା କିମ୍ବା ହତ୍ୟା ଯୋଜନା ବିଷୟରେ ପଚାରିଥିଲେ, ଅଙ୍କିତ ଓ ଲୋଧି ତାଙ୍କୁ କହିଥିଲେ ଯେ ଏହି ଯୋଜନା ବାତିଲ ହୋଇଛି କାରଣ ସେମାନେ ଟଙ୍କା ବ୍ୟବସ୍ଥା କରିପାରିନଥିଲେ। ଏସପି କହିଛନ୍ତି ଯେ ଯେତେବେଳେ ହତ୍ୟାକାରୀ ଟଙ୍କା ଦେବାକୁ ଜିଦ୍ ଧରିଥିଲା, ସେତେବେଳେ ଅଙ୍କିତ ତାଙ୍କ ପିତାଙ୍କୁ ହତ୍ୟା କରିବାର ଯୋଜନା ବିଷୟରେ କହିଥିଲେ। ଏହି ଅପରାଧରେ ବ୍ୟବହୃତ ଏକ ଦେଶୀ ପିସ୍ତଲ ଓ କାର୍ଟ୍ରିଜ୍ ପାଇଁ ଲୋଧି ବ୍ୟବସ୍ଥା କରିଥିବାର ଅଭିଯୋଗ ହୋଇଛି।

ସେ କହିଛନ୍ତି ଯେ ଜୁଲାଇ ୨୧-୨୨ର ମଧ୍ୟ ରାତିରେ ଅଙ୍କିତ ତାଙ୍କ ପତ୍ନୀ ଓ ଝିଅଙ୍କୁ ତଳ ମହଲାର ଅନ୍ୟ ଏକ କୋଠରୀରେ ଶୋଇବାକୁ କହିଥିଲେ ଓ ହତ୍ୟାକାରୀଙ୍କୁ ରାତି ପ୍ରାୟ ୨ଟା ସମୟରେ ଘରେ ପ୍ରବେଶ କରାଇଥିଲେ।

ସେ କହିଛନ୍ତି ଯେ ଗୁଳିର ଶବ୍ଦ ଶୁଣିବା ପରେ ଅଙ୍କିତଙ୍କ ପତ୍ନୀ ଉଠିପଡ଼ିଲେ, କିନ୍ତୁ ଏହା ବଜ୍ରପାତର ଶବ୍ଦ ବୋଲି ସେ କହିଥିଲେ। ଗୁପ୍ତାଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ଚାଲିଯାଇଥିଲେ ଓ ଅଙ୍କିତ ଘର ଭିତରୁ ତାଲା ପକାଇଥିଲେ।  ଅଧିକାରୀ କହିଛନ୍ତି ଯେ ସକାଳେ ଅଙ୍କିତ ପଡୋଶୀ ତଥା ପୋଲିସକୁ କହିଥିଲେ ଯେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ପିତାଙ୍କୁ ହତ୍ୟା କରିଛନ୍ତି।

ପୋଲିସ ଆହୁରି ମଧ୍ୟ କହିଛି ଯେ ଗୁପ୍ତାଙ୍କ ପତ୍ନୀ ପ୍ରାୟ ୨୦ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ ଓ ତାଙ୍କ ପୁଅଙ୍କ ସହ ରହୁଥିଲେ। ଅଧିକାରୀ କହିଛନ୍ତି ଯେ ସେନାବାହିନୀରେ ଥିବା ଦ୍ୱିତୀୟ ପୁଅ ଅନୀଲ ଗୁପ୍ତା ଆତ୍ମହତ୍ୟା କରିବା ପରେ ଗୁପ୍ତାଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ମିଳିଥିଲା। ଏହା ବ୍ୟତୀତ ଗୁପ୍ତାଙ୍କୁ ପେନ୍ସନ୍ ମଧ୍ୟ ମିଳୁଥିଲା ଓ ଅଙ୍କିତଙ୍କ ଆଖି ସେହି ଟଙ୍କା ଉପରେ ଥିଲା।
Published by:Soumya Das
First published: