ସରକାରଙ୍କ ବଡ଼ ଉପହାର; ବିବାହରେ ଝିଅଙ୍କୁ ସାମଗ୍ରୀ ବଦଳରେ ମିଳିବ ଟଙ୍କା

ଝିଅମାନଙ୍କୁ ସରକାରଙ୍କ ବଡ଼ ଉପହାର । ଏଣିକି ଝିଅ ବାହାଘର ବେଳେ ଟଙ୍କା ଚେକ ଦେବେ ସରକାର।

ସାମଗ୍ରୀ ବଦଳରେ ମିଳିବ ଚେକ

ସାମଗ୍ରୀ ବଦଳରେ ମିଳିବ ଚେକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Check For Marriage: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା'ରେ ଝିଅଅମାନଙ୍କୁ ଦିଆଯାଉଥିବା ସାମଗ୍ରୀ ବଦଳରେ ବର୍ତ୍ତମାନ ସେମାନଙ୍କୁ ଚେକ୍ ଦିଆଯିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏ ବିଷୟରେ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଝିଅମାନଙ୍କୁ ୫୬ ହଜାର ଟଙ୍କା ଦିଆଯିବ।

ସିଏମ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ମୁଖମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଝିଅଙ୍କୁ ଦିଆଯାଇଥିବା ସାମଗ୍ରୀ ସମ୍ବନ୍ଧରେ କିଛି ଅଭିଯୋଗ ପାଇବା ପରେ ନିଷ୍ପତ୍ତି ନିଆଯାଇଛି ଯେ ସାମଗ୍ରୀ ବଦଳରେ ଝିଅକୁ ୫୬ହଜାର ଟଙ୍କା ଚେକ୍ ଦିଆଯିବ। ବାସ୍ତବରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବୁରହାନପୁର ଜିଲ୍ଲାର ଶାହପୁରରେ ପୂର୍ବତନ ସାଂସଦ ନନ୍ଦକୁମାର ଚୌହାନଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ଏବଂ ଅନେକ ବିକାଶ ଓ ନିର୍ମାଣ କାର୍ଯ୍ୟର ଉଦଘାଟନ କରିଥିଲେ।

ପେନସନଧାରୀଙ୍କ ଆକାଉଣ୍ଟକୁ ଆସିବ ଅଧିକ ଟଙ୍କା! ଏବେଠୁ କରନ୍ତୁ ଆବେଦନ

ଏହା ବ୍ୟତୀତ ସିଏମ୍ ଶିବରାଜ ଆହୁରି ମଧ୍ୟ କହିଛନ୍ତି ଯେ ମଧ୍ୟପ୍ରଦେଶରେ ଏପ୍ରିଲ ୧ ରୁ ସମସ୍ତ ମଦ ବିକ୍ରୟ ବନ୍ଦ ରହିବ।  କେବଳ ଏତିକି ନୁହେଁ, ମଦ୍ୟପାନରେ ଗାଡି ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ।

ମଧ୍ୟପ୍ରଦେଶ ସରକାର ଝିଅମାନଙ୍କ ପାଇଁ ଲାଡ଼ଲି ବହନା ଯୋଜନା ଲାଗୁ କରାଯାଇଛି। ଝିଅମାନଙ୍କ ବିବାହ ସମୟରେ ହେଉଥିବା କୌଣସି ପ୍ରକାର ସମସ୍ୟାର ସମାଧାନ ନିମନ୍ତେ ଶିବରାଜ ସରକାର ଏହା ପ୍ରଣୟନ କରିଛନ୍ତି।
Published by:Soumya Das
First published: