News18 Odia Digital
Extra Casual Leave: ରାଜ୍ୟର ମହିଳାମାନଙ୍କୁ ଏକ ବଡ ଉପହାର। ଯେଉଁଥିରେ ସମସ୍ତ ମହିଳା କର୍ମଚାରୀଙ୍କୁ ୭ ଦିନ ଅତିରିକ୍ତ କାଜୁଆଲ୍ ଛୁଟି (Casual Leave-CL) ଦିଆଯିବ। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘୋଷଣା କରିଛନ୍ତି।
ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ମହିଳାମାନଙ୍କର ମାତୃତ୍ୱ ଭଳି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥିବାବେଳେ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସମାନ ଅବଦାନ ରଖିଛନ୍ତି। ତେଣୁ, ଆମେ ସମସ୍ତ ମହିଳା କର୍ମଚାରୀଙ୍କୁ ସାତ ଦିନର ଅତିରିକ୍ତ CL ଦେବାକୁ ନିଷ୍ପତ୍ତି ନେଇଛୁ।
ଏହା ସହିତ ମୁଖ୍ୟମନ୍ତ୍ରୀ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷରତା (Financial Literacy) ଦେବା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।
ଚାଷୀଙ୍କ ଖାତାକୁ ଆସିବ ୧୨ହଜାର ଟଙ୍କା; ୬ହଜାର ଦେବ କେନ୍ଦ୍ର, ବାକି ଆସିବ କେଉଁଠୁ?ଝିଅମାନଙ୍କ ପାଇଁ ଦକ୍ଷତା ପ୍ରଶିକ୍ଷଣର ବ୍ୟବସ୍ଥା କରାଯିବ ଓ ଏଥିରେ ହ୍ୟାଣ୍ଡଲୁମ୍, ଏମ୍ବ୍ରୋଡୋରୀ, ପାରମ୍ପାରିକ ଲୋକକଳା ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ ହେବ ବୋଲି କହିଥିଲେ। ଏହା ବ୍ୟତୀତ NID ଓ NIFT ପ୍ରତିଷ୍ଠାନ ମାଧ୍ୟମରେ ମହିଳା ହସ୍ତତନ୍ତ ଏବଂ ହସ୍ତତନ୍ତ କାରିଗରମାନଙ୍କୁ ଆଧୁନିକ ଡିଜାଇନ୍ ଏବଂ ଅଭିନବ ପ୍ରଯୁକ୍ତିବିଦ୍ୟା ତାଲିମ ପ୍ରଦାନ କରାଯିବ।
ଏହା ବ୍ୟତୀତ ରାଜ୍ୟର ବୈଷୟିକ ଶିକ୍ଷା ଅନୁଷ୍ଠାନରେ ପଢୁଥିବା ଛାତ୍ରୀମାନଙ୍କୁ ରୋଜଗାର ଯୋଗାଇବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ତାଲିମ ଚାକିରି ମେଳା ଆୟୋଜନ କରାଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।