ଆସନ୍ତା କାଲି କମଳ ନାଥଙ୍କୁ ଦେବାକୁ ହେବ ଫ୍ଲୋର ଟେଷ୍ଟ୍, ମଧ୍ୟରାତ୍ରୀରେ ଆସିଲା ରାଜ୍ୟପାଳଙ୍କ ନିର୍ଦ୍ଦେଶ

କମଳ ନାଥ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ବେଙ୍ଗାଲୁରୁରେ ଥିବା ୨୨ ଜଣ କଂଗ୍ରେସ ବିଧାୟକଙ୍କୁ ଫେରାଇ ଆଣିବା ଲାଗି ଅନୁରୋଧ କରିଛନ୍ତି । ସେମାନଙ୍କୁ ଇଚ୍ଛା ବିରୁଦ୍ଧରେ ବନ୍ଦୀ କରି ରଖାଯାଇଥିବା ଓ ଯୋଗାଯୋଗର ସୁଯୋଗରୁ ସେଠାକାର ବିଜେପି ସରକାର ବଞ୍ଚିତ କରୁଛନ୍ତି ବୋଲି ସେ କହିଛନ୍ତି ।

ଆସନ୍ତା କାଲି କମଳ ନାଥଙ୍କୁ ଦେବାକୁ ହେବ ଫ୍ଲୋର ଟେଷ୍ଟ୍, ମଧ୍ୟରାତ୍ରୀରେ ଆସିଲା ରାଜ୍ୟପାଳଙ୍କ ନିର୍ଦ୍ଦେଶ
କମଳ ନାଥ
  • News18 Odia
  • Last Updated: March 15, 2020, 3:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୋପାଳ: ମଧ୍ୟ ପ୍ରଦେଶ ମୁଖ୍ୟ ମନ୍ତ୍ରୀ କମଳ ନାଥଙ୍କୁ ଆସନ୍ତାକାଲି (ସୋମବାର) ବିଧାନ ସଭାରେ ଫ୍ଲୋର ଟେଷ୍ଟ୍ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ଲାଲଜୀ ଟଣ୍ଡନ । ଇସ୍ତଫା ଦେଇଥିବା ସଦସ୍ୟଙ୍କ ଭୋଟ ବିଭାଜନ କରି ଗୃହରେ ଫ୍ଲୋର ଟେଷ୍ଟ୍ ଅନୁଷ୍ଠିତ ହେବ ଓ ସମସ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯିବ ବୋଲି ରାଜ୍ୟପାଳ ମଧ୍ୟରାତ୍ରୀରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ବିଧାନ ସଭା ବାଚସ୍ପତିଙ୍କୁ ଜଣାଇଛନ୍ତି ।

‘‘୧୬ ମାର୍ଚ୍ଚ ୨୦୨୦ ଦିନ ୧୧ଟାରେ ମଧ୍ୟ ପ୍ରଦେଶରେ ବିଧାନ ସଭା ଅଧିବେଶନ ଆରମ୍ଭ ହେବାର ଅଛି । ମୋର ସ୍ବାଗତ ଅଭିଭାଷଣ ସରିବାର ତୁରନ୍ତ ପରେ ପ୍ରଥମ କାର୍ଯ୍ୟ ଭାବେ ଗୃହରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ,’’ ଆଦେଶନାମାରେ ରାଜ୍ୟପାଳ କହିଛନ୍ତି । ସେ ଏହା ମଧ୍ୟ ରୋକଠୋକ ଭାବେ ଚେତାଇ ଦେଇଛନ୍ତି ଯେ ଏହି ପ୍ରକ୍ରିୟାକୁ ବଦଳାଇବା, ଘୁଞ୍ଚାଇବା କିମ୍ବା ରଦ୍ଦ କରିବାର ପ୍ରଶ୍ନ ଉଠୁନାହିଁ ।

ଚିଠିରେ ମଧ୍ୟପ୍ରଦେଶର ସରକାରର ଛଅ ଜଣ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଇଥିବାର ମଧ୍ୟ ଉଲ୍ଲେଖ ରହିଛି । ବିଧାନ ସଭା ବାଚସ୍ପତି ସମସ୍ତଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ନିଜେ ମୁଖ୍ୟ ମନ୍ତ୍ରୀ କମଳ ନାଥ ରାଜ୍ୟପାଳଙ୍କୁ ଏ ନେଇ ସୁପାରିଶ କରିଥିଲେ । ଏହା ପରେ ବର୍ତ୍ତମାନ ମଧ୍ୟ ପ୍ରଦେଶ ବିଧାନ ସଭାରେ ସଦସ୍ୟଙ୍କ ମୋଟ ସଂଖ୍ୟା ୨୨୮ ରୁ ୨୨୨ କୁ ଖସି ଆସିଛି । ପୂର୍ବରୁ ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା ।

ପୂର୍ବରୁ କମଳ ନାଥ ନିଜ ଆଡ଼ୁ ରାଜ୍ୟପାଳଙ୍କୁ ୧୩ ତାରିଖରେ ଚିଠି ଲେଖି ଫ୍ଲୋର ଟେଷ୍ଟ୍ ଶୀଘ୍ର କରାଇବାକୁ କହିଥିଲେ । ବିଜେପିର ସଦସ୍ୟ ମାନେ ମଧ୍ୟ ରାଜ୍ୟପାଳଙ୍କୁ ସମସ୍ତ ପରିସ୍ଥିତିର ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି । କମଳ ନାଥ ଇସ୍ତଫା ଦେଇଥିବା ୨୨ ଜଣ ବିଧାୟକଙ୍କ ସହ ଅନ୍ୟ ସଦସ୍ୟଙ୍କ ଉପରେ ଚାପ ସୃଷ୍ଟି କରୁଥିବା କଥା ସେମାନେ ଚିଠିରେ ଜଣାଇଥିଲେ । ଏହାପରେ ରାଜ୍ୟରେ ସବୁ କିଛି ଠିକ ଚାଲିନଥିବାର ହୃହୟଙ୍ଗମ କରି ତୁରନ୍ତ ଫ୍ଲୋର ଟେଷ୍ଟ୍ କରାଇନେବାକୁ ଉଚିତ୍ ମଣିଛନ୍ତି ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ ।

ଶନିବାର କମଳ ନାଥ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ବେଙ୍ଗାଲୁରୁରେ ଥିବା ୨୨ ଜଣ କଂଗ୍ରେସ ବିଧାୟକଙ୍କୁ ଫେରାଇ ଆଣିବା ଲାଗି ଅନୁରୋଧ କରିଛନ୍ତି । ସେମାନଙ୍କୁ ଇଚ୍ଛା ବିରୁଦ୍ଧରେ ବନ୍ଦୀ କରି ରଖାଯାଇଥିବା ଏବଂ ଯୋଗାଯୋଗର ସୁଯୋଗ ସେଠାକାର ବିଜେପି ସରକାର ଦେଉନଥିବା ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏମାନେ ସମସ୍ତେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବା ପରେ ଇସ୍ତଫା ଦେଇଥିଲେ, ଯେଉଁଥି ପାଇଁ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବର୍ତ୍ତମାନ ସଂଖ୍ୟାବଳରେ ଦୁର୍ବଳ ହୋଇପଡ଼ିଛି ।

ମଧ୍ୟ ପ୍ରଦେଶ ବିଧାନସଭାରେ ବର୍ତ୍ତମାନ ବିଜେପିର ୧୦୭ ସଦସ୍ୟ, ବିଏସପିର ୨, ସମାଜବାଦୀ ପାର୍ଟିର ଜଣେ ଓ ଚ଼ାରି ଜଣ ସ୍ବାଧୀନ ବିଧାୟକ ରହିଛନ୍ତି । ପୂର୍ବରୁ କଂଗ୍ରେସର ମୋଟ ୧୧୪ ବିଧାୟକ ରହିଥିଲେ ହେଁ ଏବେ ସଂଖ୍ୟାରୁ ୨୨ କମ୍‌ ହୋଇଯାଇପାରେ । ଆସନ୍ତା କାଲି ଫ୍ଲୋର ଟେଷ୍ଟ୍ ହେଲେ ଫାଇଦାରେ ରହିପାରେ ବିଜେପି ।
First published: March 15, 2020, 3:08 PM IST
corona virus btn
corona virus btn
Loading