ଗଲ୍ଫ, ଶେମ୍ପନ, ନାସ୍ତା ଏବଂ ପର୍ବତୀୟ ଉଡାଣ: ମାଉଣ୍ଟ ଏଭେରେଷ୍ଟକୁ ସୌଖୀନ ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯାଉଛି

ଅଗ୍ରଣୀ ଟ୍ରାଭେଲ କମ୍ପାନୀ ଗୁଡ଼ିକ ବିଶ୍ବର ସର୍ବୋଚ୍ଚ ଶୃଙ୍ଗ ଉପରେ ଅସ୍ଥାୟୀ ଟର୍ଫ ଉପରେ ଗଲ୍ଫ, ସୁଉଚ୍ଚ ଉଡ଼ାଣ, ବିଳାସମୟ ଲଜରେ ରହିବା ସହ ଜଳଖିଆ ଏବଂ ଶେମ୍ପେନ ଦେଉଛନ୍ତି ।

ଗଲ୍ଫ, ଶେମ୍ପନ, ନାସ୍ତା ଏବଂ ପର୍ବତୀୟ ଉଡାଣ: ମାଉଣ୍ଟ ଏଭେରେଷ୍ଟକୁ ସୌଖୀନ ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯାଉଛି
ହିମାଳୟ ଊପରେ ଉଡ଼ୁଥିବା ବିମାନ
  • News18 Odia
  • Last Updated: January 3, 2020, 4:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନେପାଳରେ ଆପଣ ଯାହାଙ୍କୁ ଭେଟିବେ ତାଙ୍କ ପାଖରୁ ଭୂମିକମ୍ପ ସମ୍ପର୍କରେ ଗୋଟିଏ କାହାଣୀ ଶୁଣିବେ ଯାହା ୨୦୧୫ରେ ସେମାନଙ୍କ ଜୀବନଙ୍କୁ ଦୋହଲାଇ ଦେଇଥିଲା । କାଠମାଣ୍ଡୁ ଛକରେ ଯେଉଁଠି ଚୀନ ଦ୍ବାରା ଦିଆଯାଇଥିବା ପଇସା ଦ୍ବାରା ସବୁକିଛି ପୁଣି ଥରେ ଠିକ୍ କରାଯାଉଛି ସେଠି ଧାନବୀ ଛେତ୍ରୀ ନାମକ ଜଣେ ବ୍ୟକ୍ତି ଯିଏ କି ଛୋଟିଏ କାଫେ ଚଳାଇଥାନ୍ତି । ସେ କୁହନ୍ତି କି ସେହି କଳା ଦିନ ପରେ କୌଣସି ବି ବିଲଡିଂ ଧ୍ବଂସ ହେବାରୁ ବଞ୍ଚି ପାରି ନଥିଲା । ‘‘ ଯାହା କିଛି ବଞ୍ଚିଥିଲା ତାକୁ ପୁଣି ଥରେ ହାସଲ କରି ପୁଣି ଛୋଟିଆ ପ୍ରାରମ୍ଭ କରିବାକୁ ପଡ଼ିବ । କିନ୍ତୁ ମୋତେ ଲାଗୁଛି ସେମାନେ ଭଲ କାମ କରୁଛନ୍ତି, ଏହି ସ୍ଥାନ ଏବେ ସେହିପରି ଦେଖାଯିବାକୁ  ଆରମ୍ଭ କଲାଣି ଯେପରି ପୂର୍ବରୁ ଦେଖଯାଉଥିଲା‘’। ଏହା ଛଡ଼ା ସମସ୍ତଙ୍କର ଏକ ଏଭେରେଷ୍ଟ କାହାଣୀ ରହିଛି । କିନ୍ତୁ ଜଲଦି ଆଉ ଏକ କାହାଣୀ ତିଆରି ହେବାକୁ ଯାଉଛି । ଗଲ୍ଫ,, ଜଳଖିଆ, ପର୍ବତ ଉଡ଼ାଣ ସହ ନେପାଳର ଉଦ୍ୟମୀମାନେ ଚୁପଚାପ ଟ୍ରେକର୍ସ, ପର୍ବତାରୋହୀ ମାନଙ୍କୁ ଆକର୍ଷିତ କରିବା ପାଇଁ ବିଳାସମୟ ନିର୍ମାଣ ଆରମ୍ଭ କରୁଛନ୍ତି । ୨୦୧୮ରେ ନେପାଳ ଯାଉଥିବା ୧, ୧୭୩, ୦୭୨ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ଅଧିକାଂଶ ଏଭେରେଷ୍ଟର ରେଞ୍ଜ କିମ୍ବା ଶିଖର ବୁଲିବାକୁ ଯାଇଥିଲେ । ଅଧିକାଂଶ ପର୍ବତାରୋହୀ ବହୁତ ସାରା ପର୍ଯ୍ୟଟନ ଅର୍ଥବ୍ୟବସ୍ଥା ଦ୍ବାରା ଚଳିଥାନ୍ତି ।

ଏକ ପର୍ଯ୍ୟଟକ ଦଳ ସେଠାରେ ଜଳଖିଆ ଖାଉଛନ୍ତି


‘‘କିନ୍ତୁ ନେପାଳ ପରମିଟରେ ଚଢ଼ୁଥିବା ଲୋକଙ୍କ ପାଇଁ ନିୟମ ଏବଂ ଆବଶ୍ୟକତା ଗୁଡ଼ିକୁ ଆହୁରି କଡ଼ା କରୁଛି  । କିଛି ବିକଳ୍ପ ନଥିବାରୁ ଏହି ସ୍ଥାନରେ ବଢ଼ୁଥିବା  ଚଳପ୍ରଚଳ ଯୋଗଁ ସମସ୍ୟା ବଢ଼ୁଛି । କିନ୍ତୁ ଏହା ମଧ୍ୟ ଭୁଲିବା ଉଚିତ ନୁହେଁ ଯେ ଏହା ଦ୍ବାରା ହିମ ସ୍ଖଳନ ଘଟିପାରେ । ଏକ ନେପାଳୀ ସେନା ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି । କାଠମାଣ୍ଡୁରେ ତାଙ୍‌କ ବେସ କ୍ୟାମ୍ପକୁ ଗଲ୍ପ ଚାମ୍ପିଅନସିପ ଲାଗି ହେଉଥିବା ଉଡାଣ ପାଇଁ ବ୍ୟବହାର କରାଯାଉଛି । ଯେଉଁଥିରେ  ସେନା ମୁଖ୍ୟ ମୁଖ୍ୟଅତିଥି ହେବାରଥିଲେ । କିନ୍ତୁ ସେନା ବାରମ୍ବାର ସରକାରଙ୍କୁ ଚେତାଇ ଦେଉଛି ଯେ, ହିମସ୍ଖଳନ ଦ୍ବାରା ସବୁବେଳେ ଲୋକଙ୍କ ଜୀବନ ଯାଇଥାଏ ।

ହିମାଳୟ ଉପରେ ଗଲ୍ପ ଖେଳର ଦୃଶ୍ୟ


ଏଭେରେଷ୍ଟ ଉପରେ ଫ୍ଲାଇଟରେ ଉଡ଼ିବା

ନେପାଳର ବୁଦ୍ଧ ଏୟାର ଲାଇନ ଦ୍ବାରା ପର୍ବତ ଉଡ଼ାଣର ମଜା ନିଆରା ଯେଉଥିରେ ମାତ୍ର ହିମାଳୟ ପର୍ବତର ମାତ୍ର ୨୦ ମାଇଲ ଦୂରରୁ ଏଭେରେଷ୍ଟ ରେଞ୍ଜର ଅଞ୍ଚଳ ଦେଖିପାରନ୍ତି । ଏୟାର ଲାଇନ ୧୯ ଜଣ ବସିବା ଭଳି ବିଚକ୍ରାଫ୍ଟ ୧୯୦୦, ଫ୍ଲାଇଟ ନଂ ୟୁ୪୧୦୨ ଯାହା ପ୍ରତ୍ୟେକ ଦିନ କାଠମାଣ୍ଡୁର ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଉଡ଼ିଥାଏ । ଫ୍ଲାଇଟ ସକାଳୁ ଉଡୁଥିବାବେଳ ପାଗ ଖରାପ ପାଇଁ ଡେରି ହୋଇଥାଏ । ଟେକଅଫର କିଛି ସମୟ ପରେ ଏହା ହିମାଳୟର ଉପରେ ପହଞ୍ଚି ଯାଇଥାଏ । ପାହାଡ ଉପରେ ଥିବା ହ୍ରଦ ଦେଖିବା ପରେ ମୋତେ ବିଶ୍ବର ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟଦେଖୁଥିବା ଭଳି ମନେହେଲା ।

ଏହିଭଳି ଏକ ରୋମାଞ୍ଚର ଯାତ୍ରାର ଅନୁଭୁତି ଏବଂ ଫ୍ଲାଇଟ ମୋତେ ସବୁଦିନ ପାଇଁ ମନେ ପକାଇଦବ ଯେ ମୁଁ ହିମାଳୟ ପର୍ବତର ମାତ୍ର ୨୦  ମାଇଲ ଉପରେ ଉଡୁଥିଲି ।

(ଲେଖକ ଦିପାଳୀ ନନ୍ଦାଓ୍ବାନୀ ଜଣେ ସାମ୍ବାଦିକା ଯିଏ ବିଶ୍ବର ବିଳାସମୟ ଭ୍ରମଣ ଉପରେ ନଜର ରଖିଥାନ୍ତି)
First published: January 3, 2020, 4:30 PM IST