Moto E7 Plus ଭାରତରେ ଲଞ୍ଚ ହେଲା; ୧୦ ହଜାରରୁ କମ୍ ୪୮ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ ଏହି ଫୋନର ଦାମ୍

Moto E7 Plus: ଫୋନ୍ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହାର ୫୦୦୦mAh ବ୍ୟାଟେରୀ, ପ୍ରୋସେସର୍ ଓ କ୍ୟାମେରା ଅଛି । ଜାଣନ୍ତୁ ଫୋନର ସମ୍ପୂର୍ଣ୍ଣ ବିଶେଷତା ବିଷୟରେ ...

Moto E7 Plus ଭାରତରେ ଲଞ୍ଚ ହେଲା; ୧୦ ହଜାରରୁ କମ୍ ୪୮ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ ଏହି ଫୋନର ଦାମ୍
Moto E7 Plus ଭାରତରେ ଲଞ୍ଚ ହେଲା
  • News18 Odia
  • Last Updated: September 23, 2020, 7:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୋଟରୋଲା (Motorola) ଭାରତରେ ଏକ ନୂତନ ସ୍ମାର୍ଟଫୋନ୍ ମୋଟୋ ଇ ୭ ପ୍ଲସ୍ (Moto E7 Plus) ଲଞ୍ଚ କରିଛି । କମ୍ପାନୀ ଏହାର ସର୍ବଶେଷ ଇ ସିରିଜ୍ ଫୋନର ଦର ୯,୪୯୯ ଟଙ୍କା ରଖିଛି । ଫୋନର ସେଲ୍ ୩୦ ସେପ୍ଟେମ୍ବର ମଧ୍ୟାହ୍ନ ୧୨ ଟାରେ ଫ୍ଲିପକାର୍ଟରେ (Flipkart) ରଖାଯାଇଛି । ଗ୍ରାହକମାନେ ଏହି ଫୋନକୁ Misty Blue ଓ ଟ୍ୱିଲାଇଟ୍ wilight Orange ପ୍ରକାରରେ କିଣିପାରିବେ । ଫୋନ୍ ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହାର ୫୦୦୦mAh ବ୍ୟାଟେରୀ, ପ୍ରୋସେସର୍ ଓ କ୍ୟାମେରା ।ଜାଣନ୍ତୁ ଫୋନର ସମ୍ପୂର୍ଣ୍ଣ ବିଶେଷତା ବିଷୟରେ ।

ଏହି ଫୋନରେ ୬.୫-ଇଞ୍ଚର Max Vision HD + ଡିସପ୍ଲେ ରହିଛି । ଏହି ଫୋନରେ କ୍ୱାଲକମର ୧.୮GHz ସ୍ପିଡ୍ ସ୍ନାପଡ୍ରାଗନ୍ ୪୬୦ ସଞ୍ଚାଳକ ଓ ଗ୍ରାଫିକ୍ସ ପାଇଁ ଆଡ୍ରେନୋ ୬୧୦ ଜିପିୟୁ ଅଛି । ଫୋନରେ ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଅଛି, ଯାହା ମେମୋରୀ କାର୍ଡ ସାହାଯ୍ୟରେ ବୃଦ୍ଧି କରାଯାଇପାରିବ । ମୋଟରୋଲାର ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ ରେ କାମ କରେ ।

ଏହି ଫୋନ୍ ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ୍ ୪୬୦ SoC ରେ କାମ କରିଥାଏ, ଯାହା ଆଡ୍ରେନୋ ୬୧୦ GPU ଓ ୪ GB RAM ସହିତ ଆସିଥାଏ । ଫୋନର ଅବଶିଷ୍ଟ ବୈଶିଷ୍ଟ୍ୟ ଗୁଡିକ ବିଷୟରେ କହିବାକୁ ଗଲେ, ଏହାର ପଛ ପ୍ୟାନେଲରେ ଏକ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ଦିଆଯାଇଛି ।





ସ୍ୱତନ୍ତ୍ର ୪୮ ମେଗାପିକ୍ସେଲ କ୍ୟାମେରା
କ୍ୟାମେରା ବିଷୟରେ କହିବାକୁ ଗଲେ ମୋଟରୋଲାର ଏହି ଫୋନରେ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ରହିଛି । ଯେଉଁଥିରେ ମୁଖ୍ୟ କ୍ୟାମେରା ହେଉଛି ୪୮ ମେଗାପିକ୍ସେଲ, ଯାହାର ଆପେଚର f / ୧.୭ । ଦ୍ୱିତୀୟ କ୍ୟାମେରା ହେଉଛି ୨ ମେଗାପିକ୍ସେଲର । ସେଲଫି ପାଇଁ ଫୋନରେ ୮ ମେଗାପିକ୍ସେଲର ଫ୍ରଣ୍ଟ ] କ୍ୟାମେରା ଅଛି, ଯାହା ଆପେଚର f / ୨.୨ ସହିତ ଆସିଥାଏ ।

Moto E7 Plusରେ ଦମଦାର ବ୍ୟାଟେରୀର ରହିଛି
ପାୱାର ପାଇଁ ମୋଟୋ E୭ ପ୍ଲସରେ ୫୦୦୦mAh ବ୍ୟାଟେରୀ ଅଛି, ଯାହା ୧୦W ଦ୍ରୁତ ଚାର୍ଜିଂ ସମର୍ଥନ ସହିତ ଆସିଥାଏ । ସଂଯୋଗୀକରଣ ପାଇଁ ଏଥିରେ ୪G, ବ୍ଲୁଟୁଥ୍ V୫, ୱାଇ-ଫାଇ, ମାଇକ୍ରୋ USB ଏବଂ ୩.୫ ମିମି ହେଡଫୋନ୍ ଜ୍ୟାକ୍ ଅଛି ।
Published by: Jagdish Barik
First published: September 23, 2020, 7:34 PM IST
corona virus btn
corona virus btn
Loading