୫୦ ବର୍ଷ ବୟସରେ ମା'ଙ୍କ ବିବାହ କରାଇଲା ଝିଅ; କହିଲେ ବହୁତ ଖୁସି ଅଛୁ

ସାଥୀ ବିନା ଜୀବନ ଅଧୁରା । ୫୦ ବର୍ଷ ବୟସରେ ମା'ଙ୍କ ବିବାହ କଲେ ଝିଅ, କହିଲେ ଏବେ ଖୁସିରେ ଅଛନ୍ତି ମା'

୫୦ ବର୍ଷ ବୟସରେ ମା'ଙ୍କ ବିବାହ କରାଇଲା ଝିଅ; କହିଲେ ବହୁତ ଖୁସି ଅଛୁ

୫୦ ବର୍ଷ ବୟସରେ ମା'ଙ୍କ ବିବାହ କରାଇଲା ଝିଅ; କହିଲେ ବହୁତ ଖୁସି ଅଛୁ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ସୋସିଆଲ ମିଡିଆରେ ଏକ ମା-ଝିଅର କାହାଣୀ ଭାଇରାଲ ହେଉଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ମହିଳା ଦୀର୍ଘ ସମୟ ଧରି ଏକୁଟିଆ ରହୁଥିଲେ । କିନ୍ତୁ ତାଙ୍କ ଝିଅ ଦ୍ୱିତୀୟ ବିବାହ ପାଇଁ ମା'ଙ୍କୁ ଲଗାତାର ଉତ୍ସାହିତ କରୁଥିଲେ । ବର୍ତ୍ତମାନ ୫୦ ବର୍ଷ ବୟସରେ ସେ ଦ୍ୱିତୀୟ ଥର ପାଇଁ ମାଙ୍କ ବିବାହ କରିବାରେ ସଫଳ ହୋଇଥିଲେ । ଏକ ଜାତୀୟ ଗଣମାଧ୍ୟମକୁ ଝିଅ କହିଛନ୍ତି, ବର୍ତ୍ତମାନ ମୋ ମାଆ ବହୁତ ଖୁସିରେ ଅଛନ୍ତି ।

ଏହି କାହାଣୀ ମେଘାଳୟର ରାଜଧାନୀ ଶିଲୋଙ୍ଗର ବାସିନ୍ଦା ଦେବର୍ତ୍ତୀ ଚକ୍ରବର୍ତ୍ତୀ ଏବଂ ତାଙ୍କ ମା' ମୌସୁମୀ ଚକ୍ରବର୍ତ୍ତୀଙ୍କର । ଦେବର୍ତ୍ତୀ କହିଛନ୍ତି, ତାଙ୍କ ପିତା ଶୀଲୋଙ୍ଗର ଜଣେ ପ୍ରସିଦ୍ଧ ଡାକ୍ତର ଥିଲେ । ଅଳ୍ପ ବୟସରେ ମସ୍ତିଷ୍କ ହେମ୍ରେଜ୍ କାରଣରୁ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ତାଙ୍କ ମାଙ୍କୁ ୨୫ ବର୍ଷ ହୋଇଥିଲା ଏବଂ ସେ ନିଜେ ୨ ବର୍ଷ ବୟସର ହୋଇଥିଲେ । ଦେବର୍ତ୍ତୀ ଚକ୍ରବର୍ତ୍ତୀ କହିଛନ୍ତି- ମାଆ ବର୍ତ୍ତମାନ ବହୁତ ଖୁସି ଅଛି ।

ତାଙ୍କ ପିତାଙ୍କ ଦେହାନ୍ତ ପରେ ଦେବର୍ତ୍ତୀ ଓ ତାଙ୍କ ମା' ଶୀଲୋଙ୍ଗରେ ଥିବା ତାଙ୍କ ଜେଜେମା’ଙ୍କ ଘରେ ରହିଲେ । ତାଙ୍କ ମାଆ ଜଣେ ଶିକ୍ଷକ ଥିଲେ । ଦେବର୍ତ୍ତୀ କହିଛନ୍ତି- ମୁଁ ସବୁବେଳେ ଚାହୁଁଥିଲି ଯେ ସେ ଜଣେ ସାଥୀ ଖୋଜନ୍ତୁ । କିନ୍ତୁ ସେ କହୁଥିଲେ - ଯଦି ମୁଁ ବିବାହ କରେ ତେବେ ତୁମର କ’ଣ ହେବ?

ଦେବର୍ତ୍ତୀ କହିଛନ୍ତି- ପିତାଙ୍କ ମୃତ୍ୟୁ ପରେ ଘରେ ଦାଦାଙ୍କ ସହ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା । ଏମିତିକି ଆଇନଗତ ଲଢେଇ ସ୍ଥିତି ମଧ୍ୟ ଆସିଥିଲା । ସେ ମଧ୍ୟ ଏହି ସବୁ ଜିନିଷରେ ଫସି ଯାଇଥିଲେ ।

ଦେବର୍ତ୍ତୀ ବର୍ତ୍ତମାନ ମୁମ୍ବାଇରେ ରୁହନ୍ତି । ସେ ଜଣେ ଫ୍ରିଲାନ୍ସ ଟ୍ୟାଲେଣ୍ଟ ପରିଚାଳକ ଭାବରେ କାର୍ଯ୍ୟ କରନ୍ତି । ମା’ଙ୍କ ଦ୍ୱିତୀୟ ବିବାହ ବିଷୟରେ ବର୍ଣ୍ଣନା କରି ଦେବର୍ତ୍ତୀ କହିଛନ୍ତି- ମା’ଙ୍କୁ ବିବାହ କରିବାକୁ ବହୁତ ସମୟ ଲାଗିଥିଲା । ପ୍ରଥମେ ମୁଁ ତାଙ୍କୁ କାହା ସହିତ ବନ୍ଧୁତା କରିବାକୁ କହିଥିଲି । ଆରମ୍ଭରେ ମୁଁ କେବଳ ଏତିକି କହିଥିଲି କଥା ତ ହୁଅ । ବନ୍ଧୁତା କର । ତା’ପରେ ଯେତେବେଳେ ସେମାନେ ଦୁହେଁ ଦୁହିଁଙ୍କ ବନ୍ଧୁ ହୋଇସାରିଥିଲେ, ସେତେବେଳ ମୁଁ କହିଥିଲି କି ଏବେ ବିବାହ କରି ନିଅ ।
Published by:Soubhagya Mishra
First published: