ନିଜ ଜନ୍ମ କଲା ଛୁଆକୁ ଚତୁର୍ଥ ମହଲାରୁ ଫିଙ୍ଗିଲା ମାଆ; ଶିଶୁ ମୃତ .. ଦେଖନ୍ତୁ ଭିଡିଓ
News 18 Odia Digital
ନୂଆଦିଲ୍ଲୀ: ଯେକୌଣସି ପିଲାଙ୍କ ପାଇଁ ତାଙ୍କ ମାଆ ହେଉଛନ୍ତି ଏହି ଦୁନିଆର ସବୁଠାରୁ ବଡ଼ ରକ୍ଷକ । ପିଲାମାନେ କିପରି ଜନ୍ମ ହୁଅନ୍ତି ନା କାହିଁକି, କିନ୍ତୁ ଜଣେ ମା କେବେ କୁମାତା ହୋଇପାରିବେ ନାହିଁ । ଜଣେ ମାତା ନିଜ ପିଲାକୁ ଦୁନିଆର ସମସ୍ତ ଅସୁବିଧାରୁ ରକ୍ଷା କରନ୍ତି, କିନ୍ତୁ ବାଙ୍ଗାଲୋରରୁ ଏକ ଏମିତି ଭିଡିଓ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏଠାରେ ଜଣେ ମା ନିଜର ୪ ବର୍ଷର ଶିଶୁ ଜୀବନର ଶତ୍ରୁ ହୋଇ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ତଳକୁ ଫିଙ୍ଗି ଦେଇଛି । ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ଶିଶୁର ଜୀବନ ନେଇଥିବା ମା’ର ଏହି ଲଜ୍ଜାଜନକ କାର୍ଯ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ମହିଳା ଜଣକ ଆପାର୍ଟମେଣ୍ଟର ବାଲକୋନୀ ଉପରେ ଠିଆ ହୋଇଛନ୍ତି ଏବଂ ପିଲାଟିକୁ ଦୁଇ ହାତରେ ଧରି ତଳକୁ ପକାଇ ଦେଉଛନ୍ତି । ଏହା ପରେ ସେ ନିଜେ ବାଲକୋନୀ ପାଖରେ ଥିବା ପାଚେରୀ ଉପରେ ଚଢ଼ିଗଲେ ।
ଲୋକମାନେ ମହିଳାଙ୍କୁ ଉଦ୍ଧାର କଲେ
ମହିଳା ଜଣକ କିଛି ସମୟ ପାଚେରୀ ଉପରେ ଠିଆ ହୋଇଥିଲେ, ମାତ୍ର ସେତେବେଳେ ଅନ୍ୟ କିଛି ଲୋକ ସେଠାକୁ ଆସି ଯାଇଥିଲେ । ସେମାନେ ପ୍ରଥମେ ତଳକୁ ଚାହିଁଲେ ଏବଂ ତା’ପରେ ସେ ପୁରା କଥା ବୁଝି ଗଲେ । ଲୋକମାନେ ମହିଳାଙ୍କୁ ଧରି ପଛକୁ ଟାଣିନେଲେ ।
ପୋଲିସ ମହିଳାଙ୍କୁ ଗିରଫ କଲା
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ପୋଲିସ କହିଛି ଯେ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଆଶ୍ଚର୍ଯ୍ୟଜନକ ଯନ୍ତ୍ରଣାଦାୟକ ଘଟଣା ଉତ୍ତର ବାଙ୍ଗାଲୋରର ଏସ.ଆର ନାଗର ଆପାର୍ଟମେଣ୍ଟରେ ଘଟିଥିଲା । ଗୁରୁବାର ଦିନ ଏହି ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ପିଲାଟି ମାନସିକ ସ୍ଥିତି ଠିକ୍ ନଥିଲା । କୁହାଯାଉଛି ଯେ ପିଲାଟି ମଧ୍ୟ ମୂକ ଥିଲା । ଶିଶୁଟିର ଅସୁସ୍ଥତା ହେତୁ ମହିଳା ଜଣକ ଅତ୍ୟନ୍ତ ଚିନ୍ତାରେ ଥିଲେ ଏବଂ ସେଥିପାଇଁ ସେ ଏହି ଭୟଙ୍କର ପଦକ୍ଷେପ ନେଇଥିଲେ । ପୋଲିସ ମହିଳାଙ୍କୁ ଗିରଫ କରିଛି ।
ଦେଖନ୍ତୁ ଭିଡ଼ିଓ- https://twitter.com/RohitSa1110/status/1555491542202138630?t=uiJMBsLzCXPfZr7f25nMbA&s=09
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।