ଚାପି ହୋଇ ଚାଲିଗଲା ମା ପୁଅଙ୍କ ଜୀବନ
- News18 Odia
- Last Updated :
- Other, India
News18 Odia Digital
Metro Collapse: ମଙ୍ଗଳବାର କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନାଗବରା ନିକଟରେ ଏକ ନିର୍ମାଣାଧୀନ ମେଟ୍ରୋ ଭୁଶୁଡ଼ି ପଡିଥିଲା ଏହି ଦୁର୍ଘଟଣାରେ ଅଢେ଼ଇ ବର୍ଷର ଶିଶୁ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସବୁଠୁ ବଡ଼ କଥା ଖୁଣ୍ଟ ପଡ଼ିଯିବା ପରେ ଉଦ୍ଧାର କରିବା ପାଇଁ କିଛି ଲୋକ ସାହାଯ୍ୟ ମାଗିଥିଲେ କିନ୍ତୁ କେହିବି ସାହାଯ୍ୟ କରିନଥିଲେ। ଲୁହା ପିଲର ଭୁଷିଡିବା ପରେ କଂଗ୍ରେସ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।
https://odia.news18.com/news/trending/gujarat-morbi-bridge-collapse-ndrf-air-force-and-navy-team-leave-for-relief-and-rescue-3ssd-31102022-ssd-133205.htmlମଙ୍ଗଳବାର ସକାଳେ ଲୋହିତ ଓ ତାଙ୍କ ପରିବାର ବାହାରକୁ ବୁଲିବାକୁ ଯାଉଥିଲେ। ଲୋହିତଙ୍କ ସହ ସ୍ତ୍ରୀ ତେଜସ୍ୱିନୀ ଓ ଦୁଇ ଯାଆଁଳା ପିଲା ଥିଲେ। ବେଙ୍ଗାଲୁରୁର ନାଗବରା ଅଞ୍ଚଳରେ ଯାଉଥିବାବେଳେ ୩୦ ଫୁଟର ମେଟ୍ରୋ ପିଲର ସେମାନଙ୍କ ବାଇକ୍ ଉପରେ ପଡ଼ିଯାଇଥିଲା। ଫଳରେ ତେଜସ୍ୱିନୀ ଓ ତାଙ୍କ ପୁଅ ଚାପି ହୋଇ ରହିଯାଇଥିଲେ। ଅନ୍ୟ ୨ଜଣ ଛିଟିକି ହୋଇ ପଡ଼ିଯାଇଥିଲେ। ତେଜସ୍ୱିନୀ ଓ ପୁଅ ବିଭାନ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
https://odia.news18.com/news/trending/maharashtra-bridge-collapse-one-dead-15-injured-as-part-of-footbridge-falls-3ssd-28112022-ssd-138423.htmlବେଙ୍ଗାଲୁରୁରେ ପିଲର ଖସିବା ଘଟଣାରେ କଂଗ୍ରେସ ବିଧାୟକ ସୌମ୍ୟା ରେଡ୍ଡୀ କହିଛନ୍ତି ଯେ ନିର୍ମାଣାଧୀନ ଏକ ପିଲର ଜଣେ ମହିଳା ଓ ଶିଶୁଙ୍କ ଉପରେ ପଡିଯିବା ଆଶ୍ଚର୍ଯ୍ୟଜନକ। ବିଜେପି ସରକାରଙ୍କ ଉଲ୍ଲଂଘନ, ଅବହେଳା ଓ ଦୁର୍ନୀତିର ଏହା ଏକ ସ୍ପଷ୍ଟ ମାମଲା। ସୌମ୍ୟା ରେଡ୍ଡୀ କହିଛନ୍ତି ଯେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଖରାପ କାମର ଏହା ଏକ ସ୍ପଷ୍ଟ ମାମଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।