୧୯୯୩ ମୁମ୍ବାଇ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଅବୁ ବକର ଗିରଫ; ଦୁବାଇରେ ଚାଲିଥିଲା ସର୍ଚ୍ଚ ଅପରେସନ୍

ସୂଚନାନୁସାରେ, ଗିରଫ ଆତଙ୍କବାଦୀ ନାମ ଅବୁ ବକର, ଯାହାକୁ ଖୁବ୍ ଶୀଘ୍ର ୟୁଏଇରୁ ଭାରତକୁ ଅଣାଯିବ। ୧୯୯୩ରେ, ମୁମ୍ବାଇର ବିଭିନ୍ନ ସ୍ଥାନରେ ୧୨ଟି ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୨୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୧୩ ଜଣ ଆହତ ହୋଇଥିଲେ।

୧୯୯୩ ମୁମ୍ବାଇ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଅବୁ ବକର ଗିରଫ

୧୯୯୩ ମୁମ୍ବାଇ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଅବୁ ବକର ଗିରଫ

  • Share this:
News18 Odia Digital

ଅନେକ ଦେଶରେ ଚାଲିଥିବା ସର୍ଚ୍ଚ ଅପରେସନ୍ ମଧ୍ୟରେ ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥା (Indian Investigative Agencies) ବହୁତ ସଫଳତା ପାଇଛି। ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଅବୁ ବକରକୁ ଗିରଫ କରାଯାଇଛି। ୟୁଏଇରୁ ଭାରତୀୟ ତଦନ୍ତକାରୀ ସଂସ୍ଥା ଅବୁକୁ ଗିରଫ କରିଛି। ମିଡ଼ିଆ ରିପୋର୍ଟ ଅନୁସାରେ, ଅବୁ ବକରକୁ ଖୁବ୍ ଶୀଘ୍ର ଭାରତକୁ ଅଣାଯିବ। ଏହାପରେ ତାକୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଗିରଫ ଆତଙ୍କବାଦୀ ନାମ ଅବୁ ବକର। ଅନୁସନ୍ଧାନ ଏଜେନ୍ସି ଅନୁଯାୟୀ, ଆବୁ ବକର ପାକିସ୍ତାନରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ପ୍ରସ୍ତୁତି ନେଇ ତାଲିମ ନେଇଥିଲେ ଓ ମୁମ୍ବାଇର ସିରିଏଲ ବିସ୍ଫୋରଣରେ ବ୍ୟବହୃତ ଆରଡିଏକ୍ସକୁ ମୁମ୍ବାଇର ବିଭିନ୍ନ ସ୍ଥାନରେ ସ୍ଥାପନ କରିବା ପାଇଁ କାର୍ଯ୍ୟ କରିଥିଲେ। ଏହି ଘଟଣାକୁ କାର୍ଯ୍ୟକାରୀ କରିବା ପାଇଁ ପୂରା ଯୋଜନା ଦୁବାଇରେ ଥିବା ଦାଉଦ ଇବ୍ରାହିମଙ୍କ ବାସଭବନରେ କାର୍ଯ୍ୟକାରୀ କରାଯାଇଥିଲା। ଗତ ୨୯ ବର୍ଷ ଧରି ଅବୁ ବକର ସଂଯୁକ୍ତ ଆରବ ଏମିରେଟ୍ସ ଓ ପାକିସ୍ଥାନରେ ରହୁଥିଲେ।

୨୦୧୯ରେ ଅବୁ ବକରକୁ ଗିରଫ କରାଯାଇଥିଲା, କିନ୍ତୁ ସେହି ସମୟରେ ସେ ଏପରି କିଛି ଡକ୍ୟୁମେଣ୍ଟ୍ ଉପସ୍ଥାପନ କରିଥିଲେ, ଯାହା ପରେ ୟୁଏଇ କର୍ତ୍ତୃପକ୍ଷଙ୍କୁ ତାଙ୍କୁ ମୁକ୍ତ କରିବାକୁ ପଡ଼ିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଏଜେନ୍ସିମାନେ ଅବୁ ବକରଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟାରେ ଅଛନ୍ତି।

ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅନ୍ତର୍ଭୁକ୍ତ ହେବାର ପ୍ରାୟ ୨୯ ବର୍ଷ ପରେ, ଅବୁ ବକର ୟୁଏଇରୁ ଫେରାଇ ଆଣିବା ପାଇଁ ଶେଷରେ ସଫଳ ହୋଇଛି ଭାରତ।
Published by:Lipina Das
First published: