ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଓ ଜୋତା ଧୁଅନ୍ତି

Word’s most miserly woman washes dishes with clothes in washing machine | ଏହି ୪୧ ବର୍ଷୀୟା ମହିଳା ବିଶ୍ୱାସ କରନ୍ତି ଯେ ସେ ଦୁନିଆର ଯେକୌଣସି ବସ୍ତୁ ଖୁବ୍ ଶସ୍ତା ମୂଲ୍ୟରେ କିମ୍ବା ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ ।ସେ କହିଛନ୍ତି ଯେ ଟଙ୍କା ସଞ୍ଚୟ କରିବା ପାଇଁ ସେ ନୂଆ ନୂଆ କୌଶଳ ଆପଣେଇ ଆସୁଛନ୍ତି ।

ଇଏ ବିଶ୍ୱର ସବୁଠୁ କଞ୍ଜୁସ୍ ମହିଳା; ସାବୁନ୍ ବଞ୍ଚାଇବାକୁ ୱାଶିଂ ମେସିନରେ ଲୁଗା ସହ ଥାଳି ଓ ଜୋତା ଧୁଅନ୍ତି
ନିଜ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ବେକି ଗାଇଲ୍ସ (ଫଟୋ: ଏନ୍.ୱାଇ,ପି.)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପ୍ରତ୍ୟେକ ବ୍ୟକ୍ତି ଭବିଷ୍ୟତ ପାଇଁ ସଞ୍ଚୟ (Savings) କରିବାକୁ ଚାହାଁନ୍ତି ।ସେହି ଚେଷ୍ଟାରେ ଅନେକ ଲୋକ ଅନେକ ଜିନିଷରେ କଞ୍ଜୁସି କରିବା ଆରମ୍ଭ କରି ଦିଅନ୍ତି ।କିନ୍ତୁ ଆପଣ ଏମିତି ଜଣେ ମହିଳାଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯିଏ ନିଜକୁ ଦୁନିଆର ସବୁଠାରୁ ଦୁଃଖୀ ମା’ ବୋଲି କହୁଛନ୍ତି ।

୪୧ ବର୍ଷୀୟା ବେକି ଗାଇଲ୍ସ (Becky Guiles) ବିଶ୍ୱାସ କରନ୍ତି ଯେ ସେ ଦୁନିଆର ଯେକୌଣସି ବସ୍ତୁ ଖୁବ୍‌ ଶସ୍ତା ମୂଲ୍ୟରେ କିମ୍ବା ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ ।ସେ କହିଛନ୍ତି ଯେ ଟଙ୍କା ସଞ୍ଚୟ କରିବା ପାଇଁ ସେ ନୂଆ ନୂଆ କୌଶଳ ଆପଣେଇ ଆସୁଛନ୍ତି । ସୂଚନା ଅନୁଯାୟୀ ବେକିଙ୍କ ପରିବାରରେ ତାଙ୍କ ୩୯ ବର୍ଷୀୟ ସ୍ୱାମୀ ଜୈ (Jay), ସାତ ବର୍ଷର ପୁଅ ଜର୍ଜ (George) ଓ ଚାରି ବର୍ଷର ଶିଶୁ କୋଲଡେନ (Colden) ଅଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବଲାଙ୍ଗିରରେ ପ୍ରେମ ପାଇଁ ବନ୍ଧୁକ ମୁନରେ ରଖିଥିଲା ପରିବାରକୁ; ଘଣ୍ଟାର ଅପରେସନ୍ପରେ ଧରାପଡ଼ିଲା

ଆମେରିକାର ନ୍ୟୁୟୋର୍କ ରାଜ୍ୟର ମିଲୋନାରେ ରହୁଥିବା ବେକି ନିଜ ୨୫,୦୦୦ ପାଉଣ୍ଡ୍‌ ଦରମାର ଚାକିରି ଛାଡି଼ ଜଣେ ଗୃହିଣୀ ହେବାକୁ ନିଷ୍ପତ୍ତି ନେଇଥିଲେ କାରଣ ସେ ତାଙ୍କର ପ୍ରଥମ ସନ୍ତାନର ଜନ୍ମ ପରେ ତା’ ସହ ସମୟ ବିତାଇବାକୁ ଚାହୁଁଥିଲେ ।ସେ ବିଶ୍ୱାସ କରନ୍ତି ଯେ ଅର୍ଥ ସଞ୍ଚୟ କରିବାର ଅର୍ଥ ହେଉଛି ଅର୍ଥ ରୋଜଗାର କରିବା ।ସେ ଆହୁରି କହିଛନ୍ତି ଯେ ପ୍ରଥମ ବର୍ଷରେ ସେ ଏତେ ସଞ୍ଚୟ କରିପାରିଥିଲେ ଯେ ଆୟ ହୋଇ ନ ଥିଲେ ବି ତା’ର ଭରଣା ହୋଇଯାଇଥିଲା ।

ବେକି ନିଜ ଘରର ସବୁ ମରାମତି କାମ ନିଜେ କରନ୍ତି । (ଫଟୋ: ଏନ୍‌.ୱାଇ.ପି.)


ବେକି ନିଜ ଘରେ ସାଜସଜ୍ଜା ଓ ମରାମତି କାମ ନିଜେ ହିଁ କରନ୍ତି ।ଘର ସଜେଇବା କାମ ବି ସେ ‘ବେଷ୍ଟ ଆଉଟ୍ ଅଫ୍‌ ଦ ୱେଷ୍ଟ୍‌’ରେ (best out of the waste) କରନ୍ତି, ଅର୍ଥାତ ଅଲୋଡ଼ା ସାମଗ୍ରୀରୁ ଭଲ ସାମଗ୍ରୀ ବାହାର କରି କରନ୍ତି । ସେ ଟଙ୍କା ସଞ୍ଚୟ କରିବା ପାଇଁ ନିଜ ଘରକୁ ଜଳ ଯୋଗାଣ (water supply) ବି ବନ୍ଦ ମଧ୍ୟ କରିଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ଛୁଆ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ବାପା ମଲେ

ଜଳର ଅଭାବକୁ ପୂରଣ କରିବା ପାଇଁ ବେକି ବାହାରୁ ବରଫ ସଂଗ୍ରହ କରନ୍ତି ଓ ପରେ ସେଥିରୁ ପାଣି ବାହାର କରି ତାକୁ ବ୍ୟବହାର କରନ୍ତି ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୱାଶିଂ ମେସିନରେ ପୋଷାକ ଧୋଇବା ସହିତ ସେ ଥାଳି ତାଟିଆ ବି ଧୁଅନ୍ତି ଓ ବରଫରେ ନିଜ ଦାନ୍ତ ଘଷନ୍ତି । ଘରର ସବୁ ସଦସ୍ୟଙ୍କୁ ବି ସେ ସେମିତି କରିବାକୁ କୁହନ୍ତି ।



ସମଗ୍ର ପରିବାର ପାଇଁ ଟଙ୍କା ସଞ୍ଚୟ କରିବା ବ୍ୟତୀତ ବେକି ପ୍ରକୃତରେ ନିଜ ସ୍ୱାମୀଙ୍କଠାରୁ ଖାଦ୍ୟ ପାଇଁ ଟଙ୍କା ଆଦାୟ କରନ୍ତି । ଏହା ସେତେବେଳେ ହୁଏ ଯେତେବେଳେ ତାଙ୍କ ସ୍ୱାମୀ ତାଙ୍କଠାରୁ ଅଧିକ ଖାଆନ୍ତି । ତାଙ୍କ ସ୍ୱାମୀ ଜୈ କହିଛନ୍ତି, ‘‘ଯଦି ଆମେ ମୋଜାରେଲା ଷ୍ଟିକ୍ସ (Mozzarella sticks) ଅର୍ଡ଼ର କରିଥାଉ ଏବଂ ସେଥିରେ ଥିବା ଚାରି ପିସରୁ ମୁଁ ତିନି ପିସ୍‌ ଖାଇଥାଏ, ତାହେଲେ ବେକି ମୋତେ କୁହନ୍ତି, ‘ଜୟ, ତୁମେ ୭୫ ପ୍ରତିଶତର ପଇସା ଦେବ ।’’’
Published by: Anand ST Das
First published: July 9, 2021, 11:55 PM IST