ବ୍ୟବହାର କରୁଛନ୍ତି କି ମଶା ଧୂପ; ସାବଧାନ! ନେଇପାରେ ଆପଣଙ୍କ ଜୀବନ

Side Effects of Mosquito Coil: ମସ୍କ୍ୟୁଟ କଏଲରୁ କେବଳ ନିଆଁ ଲାଗିଯିବାର ବିପଦ ନାହିଁ ବରଂ ଡାକ୍ତରଙ୍କ କହିବା ଅନୁଯାୟୀ କଏଲରୁ ବାହାରୁଥିବା ଧୂଆଁ ସିଗାରେଟ ଧୂଆଁ ଠାରୁ ମଧ୍ୟ ଅଧିକ କ୍ଷତିକାରକ।

ବ୍ୟବହାର କରୁଛନ୍ତି କି ମଶା ଧୂପ; ସାବଧାନ!

ବ୍ୟବହାର କରୁଛନ୍ତି କି ମଶା ଧୂପ; ସାବଧାନ!

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Side Effects of Mosquito Coil: ମଶା ଘଉଡାଇବାର ସବୁଠାରୁ ସହଜ ଉପାୟ ହେଉଛି ମସ୍କ୍ୟୁଟ କଏଲ (Mosquito coil)। କିନ୍ତୁ ଆପଣମାନେ ଜାଣନ୍ତି କି ଏହି କଏଲରୁ ବାହାରୁଥିବା ଧୂଆଁ ମଶାମାନଙ୍କୁ ମାରିବା ସହିତ ଆପଣଙ୍କ ଜୀବନ ମଧ୍ୟ ନେଇପାରେ।

ଦିଲ୍ଲୀରେ ମଶା ନିବାରଣ କଏଲ ପାଇଁ ୬ ଜଣଙ୍କର ମୃତ୍ୟୁ ହେଇଛି। ଧୂଆଁ ପ୍ରଭାବରେ ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ ପ୍ରାଣ ହରାଇଥିବା ଭଳି ଦୁର୍ଭାଗ୍ୟଜନକ ଖବର ସାମ୍ନାକୁ ଆସିଛି।

କୁହାଯାଉଛି ଯେ ମସ୍କ୍ୟୁଟ କଏଲରୁ ନିଆଁ ଲାଗି ଯାଇଥିଲା। ଏହାପରେ ଘର ଭିତରେ ଧtଆଁ ଭରି ଯିବା କାରଣରୁ ଲୋକମାନଙ୍କ ଶ୍ୱାସରୁଦ୍ଧ ହୋଇଥିଲା, ଯାହା ଫଳରେ ଏକାସାଙ୍ଗରେ ଛଅ ଛଅ ଜଣଙ୍କର ପ୍ରଣ ଚାଲିଯାଇଛି।

ମସ୍କ୍ୟୁଟ କଏଲରୁ କେବଳ ନିଆଁ ଲାଗିଯିବାର ବିପଦ ନାହିଁ ବରଂ ଡାକ୍ତରଙ୍କ କହିବା ଅନୁଯାୟୀ କଏଲରୁ ବାହାରୁଥିବା ଧୂଆଁ ସିଗାରେଟ ଧୂଆଁ ଠାରୁ ମଧ୍ୟ ଅଧିକ କ୍ଷତିକାରକ।

ଖାସ କରି ଯଦି ଆପଣ ଘରର କୋଠରୀ ବନ୍ଦ କରି ଏହି କଏଲ ଧୂଆଁରେ ଅଧିକ ସମୟ ରହୁଛନ୍ତି ତେବେ ଏହି ଧୁଆଁ କେବଳ ମଶାମାନଙ୍କୁ ନୁହେଁ ବରଂ ଆପଣମାନଙ୍କ ଜୀବନ ମଧ୍ୟ ନେଇପାରେ।

ଖରା ଦିନରେ ମଶାମାନଙ୍କ ପ୍ରକୋପ ଅଧିକ ବଢ଼ିଯାଏ। ଏଥିରୁ ବର୍ତ୍ତିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାନ୍ତି। ଏଥି ମଧ୍ୟରୁ ମଶା ଘଉଡାଇବା କଏଲର ବହୁତ ବ୍ୟବହାର କରାଯାଏ। ମଶାମାନଙ୍କୁ ଘୁଡାଇବା ପାଇଁ ଫାଷ୍ଟକାର୍ଡ ଓ ଅଗରବତୀ ମଧ୍ୟ ଆସିବାରେ ଲାଗିଲାଣି।

ତେବେ ଏଥିରୁ ବାହାରୁ ଥିବା ବିଶାକ୍ତ ଧୂଆଁରେ କ୍ଷତିକାରକ କେମିକାଲ ମିଶିକି ଥାଏ। ଏହି କେମିକାଲ ଗୁଡିକ ଆପଣମାନଙ୍କ ଫୁସଫୁସକୁ କ୍ଷତି ପହଞ୍ଚାଇପାରେ, ଆଜମା ଭଳି ଅନେକ ରୋଗ ମଧ୍ୟ ସୃଷ୍ଟି କରିପାରେ।

କେବଳ ଏତିକି ନୁହେଁ, ଯଦି ଅଧିକ ସମୟ ପର୍ଯ୍ୟନ୍ତ ଏହା ଆପଣଙ୍କ ଶରୀରରେ ରୁହେ ତେବେ ଏହା ଦ୍ୱାରା ଫୁସଫୁସ କର୍କଟ ମଧ୍ୟ ହୋଇପାରେ। ଏସବୁ ବ୍ୟତୀତ ନିଆଁ ଲାଗିଯିବା କିମ୍ବା ପିଲାମାନେ ଜଳିଯିବାର ବିପଦ ମଧ୍ୟ ରହିଥାଏ।

ମସ୍କ୍ୟୁଟ କଏଲ ଉପରେ ହୋଇସାରିଛି ଅନେକ ଗବେଷଣା

ମସ୍କ୍ୟୁଟ କଏଲ ଏବଂ ମଶା ଧୂପର ଧୂଆଁକୁ ନେଇ ଦୁନିଆରେ ଅନେକ ଗବେଷଣା କରାଯାଇଛି। ତେବେ ଗବେଷଣାରୁ ଜଣାପଡ଼ିଛି ଯେ, ଏହାର ଧୂଆଁ ସ୍ୱାସ୍ଥ୍ୟ ପ୍ରତି ବହୁତ କ୍ଷତିକାରକ। ଲୋକମାନେ ଘରର କବାଟ ବନ୍ଦ କରି ଶୋଇପଡ଼ନ୍ତି ଯାହାଫଳରେ ଶ୍ୱାସକ୍ରିୟା ଦ୍ୱାରା ମସ୍କ୍ୟୁଟ କଏଲର ଧୂଆଁ ସିଧା ଶରୀର ଭିତରେ ପହଁଞ୍ଚିଯାଏ ଏବଂ ଏହା ଶରୀରର ଅନେକ କ୍ଷତି ଘଟାଇ ଥାଏ।

ପଢ଼ନ୍ତୁ ଏହି ଖବର:  ଚାକିରି ଲାଇଫ୍ ହେତୁ କମିବାରେ ଲାଗିଛି ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା; ବଢୁଛି ମାନସିକ ଚିନ୍ତା

ମଶାରୁ ନିଜକୁ ଏମିତି ବଞ୍ଚାଆନ୍ତୁ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ତଥ୍ୟ ଅନୁଯାୟୀ ମଶା ଦାଉରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ଉପାୟ ଆପଣାଇବା ଉଚିତ୍। ଉଦାହରଣ ସ୍ୱରୁପ, କବାଟ ଓ ଝରକାରେ ଜାଲି ଲଗାଇବା, ଘରର ଆଖ ପାଖରେ ମଇଳା ପଣି ଜମା ହେବାକୁ ନ ଦେବା, ମଶା ଘଉଡାଇବା କ୍ରିମ ଏବଂ ଜେଲ୍ ଶରୀର ପାଇଁ ସୁରକ୍ଷିତ। ଏହା ସବୁ ପରେ ସବୁଠାରୁ ଭଲ ଉପାୟ ହେଉଛି ମଶାରି ଟାଙ୍ଗି ଶୋଇବା।
Published by:Lipina Das
First published: