News18 Odia Digital
Govt Jobs 2023 : ଗ୍ରୁପ୍ ସି ( Group C ) ପୋଷ୍ଟଗୁଡିକରେ ୩୧ ହଜାରରୁ ଅଧିକ ଚାକିରି ବାହାରିଛି । ଗ୍ରୁପ୍ ସି ( Group C ) ପଦବୀ ପାଇଁ କର୍ମଚାରୀ ଚୟନ ଆୟୋଗ ନିଯୁକ୍ତି ପତ୍ର ବାହାର କରିଛନ୍ତି । ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୫ ଏପ୍ରିଲରୁ ଆରମ୍ଭ ହୋଇଛି । ଯେଉଁମାନେ ଗ୍ରୁପ୍ ସି ପୋଷ୍ଟରେ ଚାକିରି ଚାହୁଁଛନ୍ତି, ସେମାନେ କର୍ମଚାରୀ ଚୟନ ଆୟୋଗର ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ । ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ହେଉଛି ୫ ମଇ ୨୦୨୩ ।
ଅଫଲାଇନ୍ ଲିଖିତ ପରୀକ୍ଷାରେ ଉପସ୍ଥିତ ହେବାର ସୁଯୋଗ CET ସ୍କୋରର ମେରିଟ୍ ତାଲିକା ଅନୁଯାୟୀ ଦିଆଯିବ । ମୋଟ ପଦବୀ ମଧ୍ୟରୁ 6392 ଟି ସାଧାରଣ ଗ୍ରାଜୁଏଟ୍ ସ୍ତର ପାଇଁ, ଉଚ୍ଚ ମାଧ୍ୟମିକ ସ୍ତର ପାଇଁ 5762, ଷ୍ଟେନୋଗ୍ରାଫର ପାଇଁ 1647, ଫାୟାର ଅପରେଟର କମ ଡ୍ରାଇଭର ପାଇଁ 2063, ଆସିଷ୍ଟାଣ୍ଟ ଲାଇନମ୍ୟାନ / ସିଫ୍ଟ ଆଟେଣ୍ଡାଣ୍ଟ / ଇଲେକ୍ଟ୍ରିସିଆନ ପାଇଁ 6486, ଷ୍ଟାଫ୍ ନର୍ସ ପାଇଁ 1554 ଏବଂ ଜୁନିୟର ଇଞ୍ଜିନିୟର ପାଇଁ 880ଟି ସିଟ୍ ରହିଛି।
ପଢନ୍ତୁ ଏହି ଖବର :
ଶସ୍ତାରେ ମିଳୁଛି Xiaomi 12 Pro ଫୋନ୍; ସବୁକିଛି ନମ୍ବର ୧ !ପାସ୍ ପାଇଁ କେତେ ମାର୍କ ଆବଶ୍ୟକ ?ଗ୍ରୁପ୍ ସି ନିଯୁକ୍ତି ପରୀକ୍ଷା ଦୁଇଟି ବିଭାଗରେ ହେବ : ଲିଖିତ ଓ ସାମାଜିକ ଅର୍ଥନୈତିକ ମାନଦଣ୍ଡ । ଏହା ମୋଟ ୧୦୦ ମାର୍କ ହେବ । ପାସ୍ କରିବାକୁ, ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଅତି କମରେ ୫୦% ଏବଂ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ୪୦% ମାର୍କ ପାଇବାକୁ ପଡିବ । ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ଏହାକୁ ଆପଣ ହରିୟାଣା କର୍ମଚାରୀ ଚୟନ ଆୟୋଗର ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିବାକୁ ପଡ଼ିବ । ହରିୟାଣା କର୍ମଚାରୀ ଚୟନ ଆୟୋଗ (HSSC) ଏହି ନିଯୁକ୍ତି ବାହାର କରିଛି ।
ପଢନ୍ତୁ ଏହି ଖବର :
Realme Offer: ଆପଣଙ୍କର SBI କାର୍ଡ ଅଛି କି ? ଶସ୍ତାରେ କିଣନ୍ତୁ Realme ଫୋନ୍ପଢନ୍ତୁ ଏହି ଖବର :
ATM Franchise Business:୫ ଲକ୍ଷ ନିବେଶ କଲେ ମାସକୁ ମିଳିବ ୭୦ ହଜାର; ଜାଣନ୍ତୁ କେମିତି କରିବେ... ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।