ମୁରଦାବାଦରେ ଅଗ୍ନିକାଣ୍ଡ; ତିନି ମହଲା ସ୍କ୍ରାପ୍ ଗୋଦାମ ନଷ୍ଟ.. ୫ ମୃତ
News 18 Odia Digital
ମୁରଦାବାଦ: ଉତ୍ତରପ୍ରଦେଶର ମୁରଦାବାଦର ଗାଲଶହିଦ୍ ଥାନା ଅନ୍ତର୍ଗତ ଅସାଲଟପୁରାରେ ହଠାତ୍ ତିନି ମହଲା ବିଶିଷ୍ଟ ଘରେ ସନ୍ଦେହଜନକ ଭାବେ ନିଆଁ ଲାଗିଯାଇଥିଲା । ଆଖି ପିଛୁଳାକେ ନିଆଁ ଭୟଙ୍କର ରୂପ ନେଇ ଘରର ଦ୍ୱିତୀୟ ମହଲାରେ ପହଞ୍ଚିଯାଇଥିଲା । ନିଆଁରେ ଫସି ରହିଥିବା ପରିବାର ସଦସ୍ୟ ଦ୍ୱିତୀୟ ମହଲାରେ ରହୁଥିଲେ ।
ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦ୍ୱିତୀୟ ମହଲାରୁ ପରିବାରର ୭ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଯେଉଁଠାରେ ଡାକ୍ତରମାନେ ଦୁଇ ଶିଶୁଙ୍କ ସମେତ ମୋଟ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ । କୁହାଯାଉଛି ଯେ ଘର ତଳେ ପୁରୁଣା ଟାୟାରର ସ୍କ୍ରାପ୍ ଗୋଦାମ ଥିଲା । ଘରେ ୧୨ ଜଣ ଲୋକ ଉପସ୍ଥିତ ଥିଲେ, ହଠାତ ନିଆଁ ଭୟଙ୍କର ରୂପ ନେଇଥିଲା । ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକ ମଧ୍ୟ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, ବହୁ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା । ସେତେବେଳକୁ ତିନି ମହଲା କୋଠାଟି ଜଳି ଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଘଟଣା ସମୟରେ ଗୋଟିଏ ପରିବାରର ୫ ଜଣ ଲୋକ ଫସି ଯାଇଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।