News18 Odia Digital
ବ୍ୟାଙ୍ଗକକ୍: ଥାଇଲ୍ୟାଣ୍ଡରେ (Thailand) ମାଙ୍କଡ଼ମାନଙ୍କ ଆତଙ୍କ ଲୋକଙ୍କୁ ଏତେ ବିବ୍ରତ କରିଛି ଯେ ବର୍ତ୍ତମାନ ସେଠାକାର ସରକାରଙ୍କୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ୁଛି । ସରକାରଙ୍କ ଆଦେଶ ପରେ ବନ୍ୟପ୍ରାଣୀ ବିଭାଗ ଶହ ଶହ ମାଙ୍କଡ଼ଙ୍କ ଗୁପ୍ତାଙ୍ଗ (ଜନନେନ୍ଦ୍ରିୟ, Private Parts) କାଟି ସେମାନଙ୍କ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ କଡ଼ା ପଦକ୍ଷେପ ନେଇଛି ।
କରୋନା ଭାଇରସ୍ (Coronavirus) ଯୋଗୁଁ ଜାରିଥିବା ଲକଡାଉନ୍ ସରିବା ପରେ ଏହି ମାଙ୍କଡମାନେ ସୋଙ୍ଗଖଲା ସହରରେ ପ୍ରବେଶ କରି ଲୋକଙ୍କ ଘର ଭିତରକୁ ପଶିଯାଉଥିଲେ ଓ ଆତଙ୍କ ସୃଷ୍ଟି କରିଥିଲେ ।
‘ଡେଲି ମେଲ୍’ ଖବରକାଗଜର ଏକ ରିପୋର୍ଟ ଅନୁଯାୟୀ ଥାଇଲାଣ୍ଡର ବନ୍ୟ ପ୍ରାଣୀ (Wild Life) ବିଭାଗର କର୍ମଚାରୀମାନେ ପ୍ରାୟ ୨୦୦ ମାଙ୍କଡଙ୍କୁ ଚେତାଶୂନ୍ୟ କରି ଗୋଟେ ପିଞ୍ଜରା ଭିତରେ ରଖିଥିଲେ ଓ ତା’ପରେ ଏମିତି କରିଥିଲେ । ଏହା ବ୍ୟତୀତ ମାଙ୍କଡମାନଙ୍କ ଦେହରେ ମଧ୍ୟ ଏକ ଚିହ୍ନ ଲଗାଯାଇଛି ଯାହା ଦ୍ୱାରା ଭବିଷ୍ୟତରେ ସେମାନେ ଏପରି କାର୍ଯ୍ୟ କଲେ ସେମାନଙ୍କୁ ଚିହ୍ନଟ କରାଯାଇପାରିବ ।
ଏକ ରିପୋର୍ଟ ଅନୁଯାୟୀ ଥଙ୍ଗ ଟେଲ (Thung Tale) ବନ୍ୟଜନ୍ତୁ ସଂରକ୍ଷଣ ଅଧିକାରୀ ସୁୱାତ ସୁକସିରି କହିଛନ୍ତି ଯେ ମାଙ୍କଡମାନଙ୍କୁ ଅଟକାଇବା ଆବଶ୍ୟକ । ଅତିରିକ୍ତ ମାଙ୍କଡ଼ମାନେ ଆସି ପହଞ୍ଚିବା ଫଳରେ ଅଧିକ ସମସ୍ୟା ହେବ ଓ ମଣିଷମାନଙ୍କ ସହ ଦ୍ୱନ୍ଦ୍ୱ ସୃଷ୍ଟି ହେବ ବୋଲି ସେଠାକାର ବାସିନ୍ଦାମାନେ କହିଛନ୍ତି ।
ଏହା ପୂର୍ବରୁ ଲୋପବୁରୀର (Lopburi) କେନ୍ଦ୍ରୀୟ ମହାନଗରରେ ମଧ୍ୟ ମାଙ୍କଡଙ୍କ ସଂଖ୍ୟା ନିୟନ୍ତ୍ରଣରେ ନ ଥିବାରୁ ସେଠାରେ ବି ମାଙ୍କଡ଼ମାନଙ୍କୁ ଷ୍ଟେରିଲାଇଜ୍ (sterilize) କରାଯାଇଥିଲା । ଅଧିକାରୀମାନେ ୫୦୦ରୁ ୬,୦୦୦ ପଶୁମାନଙ୍କୁ ଖୋଜୁଛନ୍ତି ଯେଉଁମାନେ ଖାଦ୍ୟ ଦୋକାନ ଆଗରେ ରହି ଲୋକଙ୍କୁ ଆତଙ୍କିତ କରୁଛନ୍ତି । ସେମାନଙ୍କୁ ବି ଏମିତି ଲିଙ୍ଗହୀନ କରିବା ପାଇଁ ପଦକ୍ଷେପ ନେବାର ଯୋଜନା ଅଛି ।
ଥାଇଲାଣ୍ଡର ଲୋକେ ମାଙ୍କଡ଼ମାନଙ୍କୁ ଜଙ୍କ୍ ଫୁଡ୍ ଖାଇବାକୁ ଦେଉଥିଲେ, କିନ୍ତୁ ଖାଦ୍ୟରେ ଚିନିର ମାତ୍ରା ଅଧିକ ଥିବାରୁ ସେମାନଙ୍କ ପ୍ରଜନନ ଶକ୍ତି ବଢ଼ିଲା ଓ ତାହା ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟିଲା । ମାର୍ଚ୍ଚ ମାସ ଠାରୁ ଶହ ଶହ ମାଙ୍କଡ଼ ଖାଦ୍ୟ ଦୋକାନ ବାହାରେ ଏକାଠି ହେଉଥିଲେ । ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ବି ଭାଇରାଲ ହୋଇଥିଲା ।
ଏହା ବି ପଢ଼ନ୍ତୁ | ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତିଏହା ବି ପଢ଼ନ୍ତୁ | ବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟପ୍ରତି ତିନି ବର୍ଷରେ ଥାଇଲାଣ୍ଡରେ ମାଙ୍କଡ଼ମାନଙ୍କର ସଂଖ୍ୟା ଦ୍ୱିଗୁଣିତ ହେଉଛି । ମନୁଷ୍ୟମାନଙ୍କ ପାଇଁ ସେମାନଙ୍କ କାର୍ଯ୍ୟକଳାପ ସହନ କରିବା କଷ୍ଟକର ହୋଇପଡ଼ିଛି । ଅନେକ ସ୍ଥାନରେ ଏହି ମାଙ୍କଡ଼ମାନଙ୍କ ଲୁଟ୍ ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଖବର ଅନୁଯାୟୀ କରୋନା ଭାଇରସ୍ (Corona Virus) ଓ ଲକଡାଉନ୍ (Lockdown) ସମୟରେ ଏହି ମାଙ୍କଡମାନେ ଲୋକଙ୍କ ଘରେ ଆତଙ୍କ ସୃଷ୍ଟି କରିଥିଲେ ଓ ଅନେକ ଥର ଦଙ୍ଗା ଭଳି ପରିବେଶ ଆସିଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।