ମଜାରେ ମଜାରେ ଜଣେ ଲୋକର ମୃତ୍ୟୁ ହେଲା; ଗୋଟେ ମାଙ୍କଡ଼ ଇଟା ଫିଙ୍ଗି ମଥା ଫଟେଇଦେଲା

Monkey throws a brick and kills a man in Delhi | କୁହାଯାଉଛି ଯେ ଯେଉଁ ଘରୁ ଏହି ଆକ୍ରମଣ ହୋଇଥିଲା ସେହି ଘର ଓମପ୍ରକାଶ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କର । ସେ ନିଜ ଘରର ଛାତ ଉପରେ ଥିବା ପାଣି ଟାଙ୍କିଗୁଡ଼ିକୁ ମାଙ୍କଡ଼ଙ୍କ ଦାଉରୁ ରକ୍ଷା କରିବା ପାଇଁ ତା’ ଉପରେ ଇଟା ରଖି ଦେଇଥିଲେ ।

ମାଙ୍କଡ଼ଟି ଏକ ଘରର ଛାତରେ ବସି ଏକ ଇଟା ଫିଙ୍ଗି ଦେଇଥିଲା । (ପ୍ରତୀକାତ୍ମକ ଛବି)

ମାଙ୍କଡ଼ଟି ଏକ ଘରର ଛାତରେ ବସି ଏକ ଇଟା ଫିଙ୍ଗି ଦେଇଥିଲା । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତର ରାସ୍ତାରୁ ଆରମ୍ଭ କରି ଗଳି କନ୍ଦିରେ ଅନେକ ପଶୁ ବୁଲୁଥିବା ଆପଣ ଦେଖିଥିବେ । ଗାଇ ଗୋରୁଠାରୁ ଆରମ୍ଭ କରି କୁକୁର, ଘୁଷୁରି, ମାଙ୍କଡ଼ ଆଦି ରାସ୍ତାରେ ଖୋଲା ସ୍ଥାନରେ ବୁଲୁଥାନ୍ତି । ଏହି କାରଣରୁ ଅନେକ ପ୍ରକାରର ସଡ଼କ ଦୁର୍ଘଟଣା ବି ଘଟେ । ବେଳେବେଳେ କୁକୁରମାନେ ଲୋକଙ୍କୁ ଆକ୍ରମଣ ବି କରନ୍ତି (animal attack) । ଗତ କିଛି ମାସ ମଧ୍ୟରେ ଭାରତର ଅନେକ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣର ଖବର ସାମ୍ନାକୁ ଆସୁଛି । ଏହି ମାଙ୍କଡମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରିବା ଖବର ବିଭିନ୍ନ ଅଞ୍ଚଳରୁ ଆସୁଛି । ଏବେ ଏଭଳି ଏକ ମାମଲା ନୂଆ ଦିଲ୍ଲୀରୁ ସାମ୍ନାକୁ ଆସିଛି । ସେଠାରେ ରହୁଥିବା ଜଣେ ବ୍ୟକ୍ତି ଏକ ମାଙ୍କଡ଼ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି (monkey killed man)।

‘ଇଣ୍ଡିଆନ୍ ଏକ୍ସପ୍ରେସ୍‌’ ଖବରକାଗଜରେ ପ୍ରକାଶିତ ଏକ ଖବର ଅନୁଯାୟୀ ନୂଆ ଦିଲ୍ଲୀର ବାସିନ୍ଦା ମହମ୍ମଦ କୁର୍ବାନ୍ ଏକ ମାଙ୍କଡ଼ର ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି । ମାଙ୍କଡ଼ଟି ନିକଟରେ ଥିବା ଏକ ଘରର ଛାତରେ ବସି ତାଙ୍କ ଉପରକୁ ଏକ ଇଟା ଫିଙ୍ଗି ଦେଇଥିଲା । ଇଟାଟି ସିଧାସଳଖ ୩୦-ବର୍ଷୀୟ ମହମ୍ମଦ କୁର୍ବାନଙ୍କ ମୁଣ୍ଡରେ ବାଜିଥିଲା ଓ ସେ ସେଇଠି ପଡି଼ଯାଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ରହସ୍ୟ: ସେ ପାଣିରେ ପଡ଼ିବା ଆଗରୁ ମୃତ୍ୟୁ ହୋଇଥିଲା; ତାଙ୍କ ସାଙ୍ଗ ହୋଟେଲରେ ଲୁଚିଥିଲେ

କୁହାଯାଉଛି ଯେ ଯେଉଁ ଘରୁ ଏହି ଆକ୍ରମଣ ହୋଇଥିଲା ସେହି ଘର ଓମପ୍ରକାଶ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କର । ସେ ନିଜ ଘରର ଛାତ ଉପରେ ଥିବା ପାଣି ଟାଙ୍କିଗୁଡ଼ିକୁ ମାଙ୍କଡ଼ଙ୍କ ଦାଉରୁ ରକ୍ଷା କରିବା ପାଇଁ ତା’ ଉପରେ ଇଟା ରଖି ଦେଇଥିଲେ । ଏହି ମାଙ୍କଡ଼ଟି ଗୋଟିଏ ପାଣି ଟାଙ୍କିରୁ ଗୋଟେ ଇଟା ଉଠାଇ ମହମ୍ମଦ କୁର୍ବାନଙ୍କ ଉପରକୁ ଫୋପାଡି଼ ଦେଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଚାଞ୍ଚଲ୍ୟ: ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ସ୍କୁଲ୍ମାଲିକ ଗୋବିନ୍ଦ ସାହୁ ହତ୍ୟା କରି ପୋଡ଼ିବା ପରେ ପୋତି ଦେଇଥିଲା

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେହି ମାଙ୍କଡ଼ଟି ଆଉ ଗୋଟିଏ ଇଟା ବି ଫୋପାଡି଼ଥିଲା, ଯାହା ପାଖରେ ଥିବା ଏକ ଘରର ଛାତ ଉପରେ ପଡି଼ଥିଲା । ଖୁସିର କଥା ଯେ ସେହି ଛାତରେ କେହି ନ ଥିଲେ । ଲୋକଙ୍କ ଅନୁଯାୟୀ ଏହି ମାଙ୍କଡ଼ଟି ମହମ୍ମଦ କୁର୍ବାନଙ୍କୁ ଟାର୍ଗେଟ କରି ନ ଥିଲା । ସେ କେବଳ ଟାଙ୍କିରୁ ଇଟା ବାହାର କରି ତଳେ ପକାଉଥିଲା । ହେଲେ ତଳେ ପଡ଼ିବା ବେଳେ ଇଟାଟି ସିଧାସଳଖ କୁର୍ବାନଙ୍କ ମୁଣ୍ଡରେ ବାଜିଥିଲା ​​ଓ ସେ ମୃତ୍ୟୁ ବରଣ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୋବାଇଲ୍ଫୋନ୍ହେଲା କାଳ; ଗେମ୍ଖେଳିବାକୁ ଦେବାରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର

ଏହି ଘଟଣା କେନ୍ଦ୍ରୀୟ ଦିଲ୍ଲୀରେ ଘଟିଛି । ସେହି ଅଞ୍ଚଳରେ ଏକ ବିରାଟ ବଜାର ଅଛି । ନିକଟରେ ରହୁଥିବା ଲୋକେ କହିଛନ୍ତି ଯେ ସେହି ଅଞ୍ଚଳରେ ମାଙ୍କଡ଼ ଆକ୍ରମଣର ଘଟଣାରେ ଯଥେଷ୍ଟ ବୃଦ୍ଧି ଘଟିଛି । ମାଙ୍କଡମାନେ କୌଣସି କାରଣରୁ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି ଓ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ।
Published by:Anand S.T. Das
First published: