୮ ଦିନର ଯାଆଁଳା ଭଉଣୀ ଉଠାଇ ନେଲା ମାଙ୍କଡ଼
News18 Odia Digital
ଚେନ୍ନାଇ: ତାମିଲନାଡୁର (Tamil Nadu) ତଞ୍ଜାପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ମାଙ୍କଡ଼ (Monkey) ଏକ ଘରେ ଭିତରେ ପଶି ୮ ଦିନର ଦୁଇଟି ନବଜାତ ଯାଆଁଳା ପିଲାଙ୍କୁ ଉଠାଇ ନେଇଥିଲେ । ଏହା ପରେ ସେମାନଙ୍କ ମଧ୍ୟରୁ ଜଣକୁ ଡ୍ରେନକୁ ଫିଙ୍ଗି ଦେଇଥିଲା । ଏହି ଘଟଣାରେ ଜଣକ ମୃତ୍ୟୁ ଘଟିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ସମ୍ବେଦନଶୀଳତା ସୃଷ୍ଟି କରିଛି । ମାଙ୍କଡ଼ର ଆତଙ୍କ ଯୋଗୁଁ ଏଠାକାର ଲୋକମାନେ ବିବ୍ରତ ହୋଇ ଯାଇଛନ୍ତି ।
ତାମିଲନାଡୁର ତଞ୍ଜାପୁରରେ ରହୁଥିବା ଭୁବନେଶ୍ୱରୀ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଥିଲେ ଯେ ଘରର ବେଡ଼ ରୁମରେ ତାଙ୍କର ୮ ଦିନର ଯାଆଁଳା ଝିଅ ଶୋଇଥିଲେ । ହଠାତ ଏହି ସମୟରେ ସେ ନିଜ ଝିଅ ମାନଙ୍କର କ୍ରନ୍ଦନର ଧ୍ୱନି ଶୁଣିଥିଲେ । ଯେତେବେଳେ ସେ ତାଙ୍କ ପାଖରେ ପହଞ୍ଚିଥିଲେ ତା’ଙ୍କ ହୋସ ଉଡ଼ିଯାଇଥିଲା ।
ସେ ଦେଖିଲେ ଯେ କିଛି ମାଙ୍କଡ଼ ତାଙ୍କର ନବଜାତ ଯାଆଁଳା ପିଲାମାନଙ୍କୁ ନେଇ ଯାଉଛନ୍ତି । ସେ ତାଙ୍କ ପଛେ ପଛେ ଦୌଡ଼ିବା ସହ ଚିଲାଈବାକୁ ଲାଗିଥିଲେ । ଘରୁ ବାହାରକୁ ଆସି ସେ ଦେଖିବାକୁ ପାଇଥିଲେ ଯେ ମାଙ୍କଡ ତାଙ୍କ ଝିଅ ମାନଙ୍କୁ ନେଇ ଛାତ ଉପରେ ବସିଥିଲା । ଏହି ସମୟ ମଧ୍ୟରେ ସେହି ଅଞ୍ଚଳର ଲୋକମାନେ ମଧ୍ୟ ତାଙ୍କ ଚିତ୍କାର ଶୁଣି ଏକତ୍ରିତ ହୋଇ ଯାଇଥିଲେ । ସମସ୍ତେ ନବଜାତ ଶିଶୁମାନଙ୍କୁ ମାଙ୍କଡ ଠାରୁ ରକ୍ଷା କରିବାକୁ ଚେଷ୍ଟା କରିବା ଆରମ୍ଭ କରିଥିଲେ ।
ଏହି ସମୟ ମଧ୍ୟରେ ମାଙ୍କଡମାନେ ଗୋଟିଏ ପିଲାକୁ ଛାତ ଉପେର ଫିଙ୍ଗି ଦେଇଥିବା ବେଳେ ଅନ୍ୟ ପିଲାଟିକୁ ଡ୍ରେନ୍ ଆଡକୁ ଫିଙ୍ଗି ଦୌଡ଼ି ପଳାଇ ଯାଇଥିଲେ । ଏହି ସମୟରେ ଛାତ ଉପରେ ପଡ଼ିଥିବା ଶିଶୁକୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିପଦ ମୁକ୍ତ ରହିଛି । କିନ୍ତୁ ଡ୍ରେନରେ ଫିଙ୍ଗି ଦିଆଯାଇଥିବା ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।