PM ମୋଦି ଆମର ସ୍ୱୟଂ ସେବକ; ତାଙ୍କୁ RSS କଣ୍ଟ୍ରୋଲ କରୁନି: ମୋହନ ଭାଗବତ

ମୋଦି ଜି ଆମର ଜଣେ ସ୍ବୟଂ ସେବକ। ସ୍ୱାଧୀନ ଭାବରେ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ସଂଘ ନିୟନ୍ତ୍ରଣ କରେ ନାହିଁ: ମୋହନ ଭାଗବତ

ମୋହନ ଭାଗବତ (ପ୍ରତୀକାତ୍ମକ ଛବି)

ମୋହନ ଭାଗବତ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଜବଲପୁର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନ ମୁଖ୍ୟ ମୋହନ ଭଗବତ ଶନିବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଗଠନର ସ୍ଵୟଂସେବକ ଅଟନ୍ତି। ସ୍ୱାଧୀନ ଭାବରେ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ସଂଘ ନିୟନ୍ତ୍ରଣ କରେ ନାହିଁ। ସେ କହିଛନ୍ତି ଯେ ସଙ୍ଘ ରିମୋଟ କଣ୍ଟ୍ରୋଲ ବ୍ୟବହାର କରୁନାହିଁ।  ଜବଲପୁରର କିଛି ଲୋକଙ୍କ ସହ କଥାବାର୍ତ୍ତା ବେଳେ ସରସଙ୍ଘଚାଳକ ଏପରି କହିଛନ୍ତି।

ମୋହନ ଭାଗବତ କହିଛନ୍ତି ଯେ ଯେତେବେଳେ କେହି ଆରଏସଏସ ବିଷୟରେ କଥାବାର୍ତ୍ତା କରନ୍ତି, ସେତେବେଳେ ଲୋକମାନେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ବିଷୟରେ ମଧ୍ୟ ଭାବନ୍ତି ଓ ସେହି ସଂଗଠନରେ ମଧ୍ୟ ସ୍ଵୟଂସେବକ ଅଛନ୍ତି ଓ ସେମାନଙ୍କର ଚିନ୍ତାଧାରା ମଧ୍ୟ ସମାନ ଅଟେ। ସଙ୍ଘ ବାବଦରେ ଆଲୋଚନା ପରେ ଲୋକମାନେ ମୋଦି ଜିଙ୍କ ନାମ ନେଇଥାନ୍ତି। ମୋଦି ଜି ଆମର ଜଣେ ସ୍ବୟଂ ସେବକ।

ଭାଗବତ କହିଛନ୍ତି, 'ସଙ୍ଘ କହିବା ପରେ ତୁମେ ବିଶ୍ୱ ହିନ୍ଦୁ ପରିଷଦକୁ ଦେଖୁଛ। ବିଶ୍ୱ ହିନ୍ଦୁ ପରିଷଦରେ ସ୍ୱୟଂସେବକ ଅଛନ୍ତି ଓ ସେମାନଙ୍କର ଚିନ୍ତାଧାରା ଓ ମୂଲ୍ୟ ସ୍ୱୟଂ ସେବକ ସହିତ ସମାନ, କିନ୍ତୁ ଏମାନେ ସ୍ୱାଧୀନ। ଏହା ସଙ୍ଘ ନୁହେଁ। ସ୍ବୟଂ ସେବକ ସବୁ ଜାଗାରେ ଅଛନ୍ତି, ତେଣୁ ସେଠାରେ ସଂଯୋଗ ଅଛି ଯାହା ଭଲ କାମରେ ସାହାଯ୍ୟ କରେ, କିନ୍ତୁ ସଙ୍ଘମାନଙ୍କ ଉପରେ ସିଧାସଳଖ କିମ୍ବା ପରୋକ୍ଷ ନିୟନ୍ତ୍ରଣ ନାହିଁ।

ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ ବରଂ ଜୀବନଶୈଳୀ, ଏହା ଏକ ପରମ୍ପରା, ଯାହା ବିଭିନ୍ନ ସମ୍ପ୍ରଦାୟ, ଜାତି ଏବଂ ଅଞ୍ଚଳ ଦ୍ୱାରା ପାଳିତ ହୋଇଆସୁଛି।  ଛତିଶଗଡ ପରିଦର୍ଶନ କରିବା ଏବଂ ସେଠାରେ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ଭାଗବତ ଗୁରୁବାର ଦିନ ଜବଲପୁରରେ ପହଞ୍ଚିଥିଲେ।
Published by:Soumya Das
First published: