ଆରଏସଏସ ପ୍ରମୁଖ ପଢ଼ିଲେ ଅଲାମା ଇକବାଲଙ୍କ ପ୍ରସିଦ୍ଧ ଶାଏରୀ ‘‘କୁଛ ବାତ ହେ କି ହସ୍ତୀ ମିଟତୀ ନେହିଁ ହମାରୀ’’

ଦେଶ ସରା ଅହମଦ ଫୈଜଙ୍କ କବିତାକୁ ନେଇ ଚାଲୁଥିବା ବିବାଦ ଭିତରେ ଆରଏସଏସ ପ୍ରମୁଖ ମୋହନ ଭାଗବତ ଇନ୍ଦୋରଠାରେ ଏକ ଉଦଘାଟନ କାର୍ଯ୍ୟକ୍ରମରେ ଇକବାଲଙ୍କର ଶାଏରୀ କହିଛନ୍ତି ।

ଆରଏସଏସ ପ୍ରମୁଖ ପଢ଼ିଲେ ଅଲାମା ଇକବାଲଙ୍କ ପ୍ରସିଦ୍ଧ ଶାଏରୀ ‘‘କୁଛ ବାତ ହେ କି ହସ୍ତୀ ମିଟତୀ ନେହିଁ ହମାରୀ’’
ରାଷ୍ଟ୍ରୀୟ ସ୍ବୟଂସେବକସଂଘର ସରସଂଘଚାଳକ ମୋହନ ଭାଗବତ
  • News18 Odia
  • Last Updated: January 3, 2020, 9:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଇନ୍ଦୋର: ଦେଶ ସାରା ଫୈଜ ଅହମଦ ଫୈଜଙ୍କ କବିତାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆରଏସଏସ ପ୍ରମୁଖ ମୋହନ ଭାଗବତ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏକ ଉଦଘାଟନ କାର୍ଯ୍ୟକ୍ରମରେ ଅଲାମା ଇକବାଲଙ୍କର ଏକ ଶାଏରୀ ପଢ଼ିଛନ୍ତି । ସେ ସେଠାରେ ଥିବା ଜନତାଙ୍କୁ ସମ୍ବୋଧନ କରି କହିଲେ ‘‘ହିନ୍ଦୁ ସମାଜ ପ୍ରାଚୀନ ସମୟଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ସମସ୍ୟାକୁ ସାମ୍ନା କରିଥିବାବେଳେ ଅନେକ ଉପଲବ୍ଧି ମଧ୍ୟ ହାସଲ କରିଛି । ବିଗତ ୫ହଜାର ବର୍ଷ ମଧ୍ୟରେ ଅନେକ ଘାତ ପ୍ରତିଘାତ ପରେ ବି ହିନ୍ଦୁ ସମାଜର ପ୍ରାଚୀନ ଜୀବନ ମୂଲ୍ୟ ଆଜି ବି ଭାରତରେ ଦେଖିବାକୁ ମିଳିଥାଏ । ଦୁନିଆର ଅନେକ ଦେଶର ପ୍ରାଚୀନ ଜୀବନ ମୂଲ୍ୟ ସମାପ୍ତ ହୋଇଯାଇଛି । କିନ୍ତୁ ଆମର ଜୀବନ ମୂଲ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବଦଳି ନାହିଁ’’ । ଏଥିପାଇଁ ଇକବାଲ କହିଥିଲେ ‘‘ ୟୁନାନ, ମିଶର, ରୋମ ସବ ମିଟ ଗଏ ଜାହାଁ ସେ….କୁଛ ବାତ ହେ କି ମିଟତୀ ନେହିଁ ହମାରୀ’’ ।

ପରେ ଭାଗବତ କହିଲେ ‘‘ ଏହା ଆମ ଧର୍ମ ଯୋଗୁଁ, ଏଠି ଧର୍ମର ତାତ୍ପର୍ଯ୍ୟ କୌଣସି ବିଶେଷ ସମ୍ପଦାୟ ନୁହେଁ ବରଂ ମଣିଷର ଅସ୍ତିତ୍ବ ସହ ଜଡ଼ିତ ମୂଲ୍ୟ ଅଟେ । ଧର୍ମ ସମନ୍ବିତ ଏବଂ ସନ୍ତୁଳିତ ସହକାରେ ଜୀବନ ଜୀଇଁବାର ମାଧ୍ୟମ ଅଟେ । ଯାହାର ଅର୍ଥ ଆମେ ଅନ୍ୟକୁ କ’ଣ ଦଉଛେ ଏବଂ ତାଙ୍କର ଭଲ ପାଇଁ କ‘ଣ କରୁଛେ ।’’  ସଂଘ ପ୍ରମୁଖ ପରୋପକାର ଭାବନା ଉପରେ ଜୋର ଦେଇ ଭୌତିକତାର ତମାମ ପରିବର୍ତ୍ତନ ସତ୍ତ୍ବେ ଭାରତରେ ଦାନାର ପରମ୍ପରା ଜୀବିତ ରହିବା ଦରକାର ବୋଲି କହିଥିଲା ।

ନୂଆବର୍ଷରେ ଇନ୍ଦୋରରେ ଆରଏସଏସର ରାଷ୍ଟ୍ରୀୟ ଅଧିବେସନ

ସଂଘ ତରଫରୁ ଜାରି କରାଯାଇଥିବା ଏକ ବୟାନ ଅନୁଯାୟୀ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପ୍ରମୁଖ ମୋହନ ଭାଗବତଙ୍କ ଅଧ୍ୟକ୍ଷତାରେ ଦେଶର ବର୍ତ୍ତମାନ ଅବସ୍ଥା ଉପରେ ଚର୍ଚ୍ଚା ପାଇଁ ସଂଗଠନର ଶୀର୍ଷ ପଦାଧିକାରୀମାନଙ୍କର ଏକ ବୈଠକ ୫ରୁ ୭ ଜାନୁଆରୀ ପର୍ଯ୍ୟନ୍ତ ଇନ୍ଦୋରଠାରେ ଅନୁଷ୍ଠିତ ହେବ । ଏହି ବୈଠକର ବିଷୟ ନେଇ ବୟାନରେ କୌଣସି ସୂଚନା ଦିଆଯାଇନଥିଲେ ବି ସଂଘର ଏହି ବିଚାର ମନ୍ଥନ ଏଭଳି ସମୟରେ ହେଉଛି ଯେତେବେଳ ଦେଶରେ ନାଗଗରିକତା ସଂଶୋଧନ ଆଇନ ଏବଂ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକାର ସମର୍ଥନ ଏବଂ ବିରୋଧରେ ପ୍ରଦର୍ଶନ ହେଉଛି ।

 

 
First published: January 3, 2020, 9:03 PM IST
corona virus btn
corona virus btn
Loading