ମହମ୍ମଦ ଜୁବେର ଓ ପ୍ରତୀକ ସିହ୍ନାଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର !

ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ରେସରେ ଫ୍ୟାକ୍ଟ-ଚେକର୍ ମହମ୍ମଦ ଜୁବେର ଓ ପ୍ରତୀକ ସିହ୍ନା ଅଛନ୍ତି। ଜୁବେର ଓ ପ୍ରତୀକ ସିହ୍ନା ଅଲ୍ଟ ନ୍ୟୁଜ୍ ନାମକ ଏକ ୱେବସାଇଟ୍ ଚଳାଉଛନ୍ତି।

ମହମ୍ମଦ ଜୁବେର ଓ ପ୍ରତୀକ ସିହ୍ନା (ପ୍ରତୀକାତ୍ମକ ଛବି)

ମହମ୍ମଦ ଜୁବେର ଓ ପ୍ରତୀକ ସିହ୍ନା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ରେସରେ ଫ୍ୟାକ୍ଟ-ଚେକର୍ ମହମ୍ମଦ ଜୁବେର ଓ ପ୍ରତୀକ ସିହ୍ନା ଅଛନ୍ତି। ଟାଇମସ ରିପୋର୍ଟରେ ଏହି ଦାବି କରାଯାଇଛି। ରଏଟର୍ସ ସର୍ଭେରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ଜୁବେର ଓ ପ୍ରତୀକଙ୍କ ନାମ ଆଗୁଆ ରହିଛି।

ମହମ୍ମଦ ଜୁବେର ଓ ପ୍ରତୀକ ସିହ୍ନା ଅଲ୍ଟ ନ୍ୟୁଜ୍ ନାମକ ଏକ ୱେବସାଇଟ୍ ଚଳାଉଛନ୍ତି, ଯାହା ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିବା ଖବରର ଫ୍ୟାକ୍ଟ ଚେକ କରିଥାଏ। ଟାଇମ୍ ମାଗାଜିନ୍ ଅନୁଯାୟୀ, ସାର୍ବଜନୀନ ହୋଇଥିବା ନାମାଙ୍କନ ଆଧାରରେ ପୁରସ୍କାର ପାଇବାକୁ ପ୍ରତିଯୋଗୀମାନଙ୍କ ମଧ୍ୟରେ ଫ୍ୟାକ୍ଟ ଚେକ୍ ୱେବସାଇଟ୍ ଅଲ୍ଟନ୍ୟୁଜର ପ୍ରତୀକ ଓ ଜୁବେର ଅନ୍ୟତମ। ଜୁବେରଙ୍କ ଗିରଫଦାରୀ ମାମଲା ସାରା ବିଶ୍ୱରେ ଛାଇ ଯାଇଥିଲା, ଯାହାକୁ ଅନେକ ସଂଗଠନ ବିରୋଧ କରିଥିଲେ।

୨୦୨୨ ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରାୟ ୩୪୩ ଜଣ ପ୍ରାର୍ଥୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୨୫୧ ଜଣ ବ୍ୟକ୍ତି ଓ ୯୨ ଜଣ ସଂଗଠନର। ତେବେ ନୋବେଲ କମିଟି ମନୋନୀତ ଲୋକଙ୍କ ନାମ ଘୋଷଣା କରେ ନାହିଁ। ଏହି ସୂଚନା ଗଣମାଧ୍ୟମ ଓ ପ୍ରାର୍ଥୀଙ୍କୁ ମଧ୍ୟ ଦିଆଯାଇନଥାଏ।
Published by:Soumya Das
First published: