ମୋଦି ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ହେଉଛନ୍ତି ପ୍ରଚାର ମନ୍ତ୍ରୀ: କେଟିଆର

ମୋଦି ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ସେ ପ୍ରଚାର ମନ୍ତ୍ରୀ। ଆମକୁ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଶୁଣିବାକୁ ପଡ଼େ, କିନ୍ତୁ ପ୍ରଧାନମନ୍ତ୍ରୀ ଲୋକଙ୍କ କଥା ଶୁଣନ୍ତି ନାହିଁ: କେଟିଆର

କେଟିଆର (ପ୍ରତୀକାତ୍ମକ ଛବି)

କେଟିଆର (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ହାଇଦ୍ରାବାଦ: କେସିଆରଙ୍କ ପୁଅ ତଥା ମନ୍ତ୍ରୀ କେ.ଟି.ରାମା ରାଓ (କେଟିଆର) ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ପ୍ରଚାର ମନ୍ତ୍ରୀ। ଆମକୁ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଶୁଣିବାକୁ ପଡ଼େ, କିନ୍ତୁ ପ୍ରଧାନମନ୍ତ୍ରୀ ଲୋକଙ୍କ କଥା ଶୁଣନ୍ତି ନାହିଁ।

କେଟିରାମା ରାଓ କହିଛନ୍ତି ଯେ ଲଢ଼ିବା ଓ ସହ୍ୟ କରିବାକୁ ଆମର ଶକ୍ତି ଅଛି।  ଆମେ ଉପରେ ଖୁବଶୀଘ୍ର କେନ୍ଦ୍ରୀୟ ଏଜେନ୍ସି ରେଡ଼ କରିବ, କିନ୍ତୁ ଆମେ ଏଥିପାଇଁ ପ୍ରସ୍ତୁତ। ଆମେ ସେମାନଙ୍କୁ ପରାସ୍ତ କରିବୁ। ସିବିଆଇ, ଇଡି, ଆଇଟି ବିଜେପି ଦଳ ଭଳି କାମ କରୁଛି। ମୋଦି ସରକାର ସେମାନଙ୍କୁ ନିରନ୍ତର ଅପବ୍ୟବହାର କରୁଛନ୍ତି। ଏହି ଏଜେନ୍ସିଗୁଡିକ ଦ୍ୱାରା ହୋଇଥିବା ରେଡ଼ ଆମ ପାଇଁ ନୂଆ ନୁହେଁ। KCR ବହୁତ ଅପମାନ ସହ୍ୟ କରିଛନ୍ତି। ଯେତେବେଳେ ଟିଆରଏସ ତେଲେଙ୍ଗାନାରେ ସରକାର ଗଠନ କଲା, ସେତେବେଳେ ଅନେକ ସନ୍ଦେହ ଉପୁଜିଥିଲା, କିନ୍ତୁ ଟିଆରଏସ ତେଲେଙ୍ଗାନାକୁ ସରକାର ଚଳାଇବା ପାଇଁ ଏକ ନୂଆ ମଡେଲ ଦେଇଥିଲା।

ତାଙ୍କ ସରକାରଙ୍କ ଅନେକ ଯୋଜନା ବିଷୟରେ ଉଲ୍ଲେଖ କରି କେ.ଟି.ଆର. କହିଛନ୍ତି ଯେ ଏହି ଯୋଜନାଗୁଡିକରୁ ଗରିବ ଲୋକ ବହୁତ ଉପକୃତ ହୋଇଛନ୍ତି। ସଂସଦୀୟ ଷ୍ଟାଣ୍ଡିଂ କମିଟି ଓ ଜାତୀୟ କ୍ରାଇମ ରେକର୍ଡ କହିଛି ଯେ ଆତ୍ମହତ୍ୟା ସଂଖ୍ୟା ହ୍ରାସ ପାଇଛି। ତେଲେଙ୍ଗାନା ବର୍ତ୍ତମାନ ପଞ୍ଜାବ ଓ ହରିୟାଣା ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ତାଙ୍କ ଦଳର ଟିଆରଏସକୁ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନାମରେ ନାମିତ କରିଛନ୍ତି।
Published by:Soumya Das
First published: