ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»India Toy Fair 2021: PM କହିଲେ ଖେଳନା ଶିଳ୍ପରେ ଲୁକ୍କାୟିତ ଶକ୍ତିକୁ ବଢ଼ାଇବା ଆବଶ୍ୟକ

India Toy Fair 2021: PM କହିଲେ ଖେଳନା ଶିଳ୍ପରେ ଲୁକ୍କାୟିତ ଶକ୍ତିକୁ ବଢ଼ାଇବା ଆବଶ୍ୟକ

ମୋଦୀ କହିଛନ୍ତି ଯେ ଅଧିକାଂଶ ଭାରତୀୟ ଖେଳନା ପ୍ରାକୃତିକ ଓ ପରିବେଶ ଅନୁକୂଳ ଜିନିଷରୁ ତିଆରି । ସେଥିରେ ବ୍ୟବହୃତ ରଙ୍ଗ ବି ପ୍ରାକୃତିକ ଓ ନିରାପଦ । ଆମେ ବିଶ୍ୱକୁ ପରିବେଶ ଅନୁକୂଳ ଖେଳନା ଆଡ଼କୁ ନେଇଯାଇପାରିବା ବୋଲି ସେ କହିଛନ୍ତି ।

India Toy Fair 2021: PM କହିଲେ ଖେଳନା ଶିଳ୍ପରେ ଲୁକ୍କାୟିତ ଶକ୍ତିକୁ ବଢ଼ାଇବା ଆବଶ୍ୟକ
ନରେନ୍ଦ୍ର ମୋଦୀ; (ଡାହାଣ) ଭାରତୀୟ ପାରମ୍ପରିକ ଖେଳନା
  • News18 Odia
  • Last Updated: February 27, 2021, 10:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଶନିବାର ଭର୍ଚ୍ଚୁଆଲ୍‌ ମାଧ୍ୟମରେ ଭାରତର ଖେଳନା ମେଳା ୨୦୨୧ର (India Toy Fair 2021) ଉଦଘାଟନ କରିଛନ୍ତି । ସେ କହିଛନ୍ତି ଯେ ଏହି ପ୍ରଥମ ଖେଳନା ମେଳା କେବଳ ଏକ ବ୍ୟାବସାୟିକ ବା ଅର୍ଥନ ତିକ ଘଟଣା ନୁହେଁ, ବରଂ ଏହା ଦେଶର କ୍ରୀଡ଼ା ଓ ସଂସ୍କୃତିର ଗୌରବମୟ ସଂସ୍କୃତିକୁ ମଜବୁତ କରିବା ପାଇଁ ଏକ ମାଧ୍ୟମ । ସିନ୍ଧୁ ଉପତ୍ୟକା ସଭ୍ୟତା, ମହେଞ୍ଜୋ-ଦାରୋ ଓ ହଡ଼ପ୍ପା ଯୁଗର ଖେଳନା ଉପରେ ସମଗ୍ର ବିଶ୍ୱ ଗବେଷଣା କରିଛି ବୋଲି ସେ କହିଛନ୍ତି ।

ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ପ୍ରାଚୀନ କାଳରେ ବିଶ୍ୱର ପରିବ୍ରାଜକମାନେ ଭାରତକୁ ଆସୁଥିଲେ, ସେମାନେ ଭାରତରେ କ୍ରୀଡ଼ା ଶିଖୁଥିଲେ, ଖେଳୁଥିଲେ ଓ କ୍ରୀଡ଼ାକୁ ନିଜ ସହ ନେଇ ବି ଯାଉଥିଲେ । ଆଜି ଦୁନିଆରେ ଏତେ ଲୋକପ୍ରିୟ ହୋଇଥିବା ଚେସ୍‌ ଖେଳ ପୂର୍ବରୁ ଭାରତରେ 'ଚତୁରୁଙ୍ଗ’ ବା ‘ଚାଦୁରଙ୍ଗା' ଭାବରେ ଖେଳାଯାଉଥିଲା । ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଆଧୁନିକ ଲୁଡୋ ସେତେବେଳେ 'ପଚିସି' ଭାବରେ ଖେଳାଯାଉଥିଲା । ଆମ ଶାସ୍ତ୍ରରେ ବି ବାଳକ ରାମଙ୍କ ପାଇଁ କେତେ ଭିନ୍ନ ଖେଳନା ଉପଲବ୍ଧ ଥିଲା ତା’ର ବର୍ଣ୍ଣନା ଅଛି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ୨୫ ବର୍ଷର ହେଲେ ଦୂତୀ ଚାନ୍ଦ; ଜାଣନ୍ତୁ ବିଶ୍ୱ ସ୍ତରରେ ପରିଚିତ ଏହି ଓଡ଼ିଆ ଦୌଡ଼ ରାଣୀଙ୍କ ବିଷୟରେ ଜଣା-ଅଜଣା କଥା

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେମିତି ପୁନଃ ବ୍ୟବହାର ଓ ରିସାଇକ୍ଲିଂ ଭାରତୀୟ ଜୀବନଶୈଳୀର ଅଂଶ ହୋଇଛି, ତାହା ଆମ ଖେଳନାରେ ମଧ୍ୟ ଦେଖାଯାଉଛି । ଅଧିକାଂଶ ଭାରତୀୟ ଖେଳନା ପ୍ରାକୃତିକ ଓ ପରିବେଶ ଅନୁକୂଳ ଜିନିଷରୁ ତିଆରି ।ସେଥିରେ ବ୍ୟବହୃତ ରଙ୍ଗ ବି ପ୍ରାକୃତିକ ଓ ନିରାପଦ ।

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ଫୋନ୍ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

‘‘ଆଜି ମୁଁ ଦେଶର ଖେଳନା ଉତ୍ପାଦନକାରୀଙ୍କୁ ବି ଖେଳନା ତିଆରି କରିବାକୁ ନିବେଦନ କରିବାକୁ ଚାହୁଁଛି ଯାହା ଉଭୟ ପରିବେଶ ଓ ମନୋବିଜ୍ଞାନ (ecology and psychology) ପାଇଁ ଉତ୍ତମ ।ଆମେ ଖେଳନାରେ କମ୍ ପ୍ଲାଷ୍ଟିକ୍ ବ୍ୟବହାର କରିବାକୁ ଚେଷ୍ଟା କରିପାରିବା କି? ସେମିତି ଜିନିଷ ବ୍ୟବହାର କରନ୍ତୁ ଯାହା ପୁନଃ ବ୍ୟବହାର ହୋଇପାରିବ,’’ କହିଛନ୍ତି ମୋଦୀ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଯାଜପୁର: ପ୍ରେମିକାକୁ ଭେଟିବାକୁ ଯୋଗୀ ବେଶ ଧରି ଆସିଲେ + ଛାତ୍ର; ଧରା ପଡ଼ି ମାଡ଼ ଖାଇଲେ

ସେ କହିଛନ୍ତି ଯେ ଭାରତୀୟ କ୍ରୀଡ଼ା ଓ ଖେଳନାଗୁଡ଼ିକରେ ଏକ ଗୁଣ ଅଛି ଯେଉଁଥିରେ ଜ୍ଞାନ, ବିଜ୍ଞାନ ଓ ମନୋରଞ୍ଜନ ଏବଂ ମନୋବିଜ୍ଞାନ ରହିଛି । ଲଟ୍ଟୁକୁ ଏକ ଉଦାହରଣ ଭାବରେ ନେଇ ସେ କହିଛନ୍ତି ଯେ ଯେତେବେଳେ ପିଲାମାନେ ଲଟ୍ଟୁ ଖେଳିବା ଶିଖନ୍ତି, ସେମାନଙ୍କୁ ଏହି ଖେଳରେ ମାଧ୍ୟାକର୍ଷଣ ଓ ସନ୍ତୁଳନର ଶିକ୍ଷା ମିଳିଥାଏ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି

ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ନୂଆ ଜାତୀୟ ଶିକ୍ଷା ନୀତିରେ ଖେଳଭିତ୍ତିକ ତଥା କାର୍ଯ୍ୟକଳାପ ଭିତ୍ତିକ ଶିକ୍ଷାକୁ ବ୍ୟାପକ ପରିମାଣରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ହେଉଛି ଏକ ଶିକ୍ଷା ବ୍ୟବସ୍ଥା ଯେଉଁଥିରେ କେମିତି ପିଲାଙ୍କ ମଧ୍ୟରେ ଯୁକ୍ତିଯୁକ୍ତ ଓ ସୃଜନଶୀଳ ଚିନ୍ତାଧାରା ଖେଳ ଓ ପଜଲ୍ସ ମାଧ୍ୟମରେ ବଢ଼ାଯାଇ ପାରିବ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।



ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଖେଳନା କ୍ଷେତ୍ରରେ ଭାରତରେ ଉଭୟ ପରମ୍ପରା ଓ ପ୍ରଯୁକ୍ତିବିଦ୍ୟା ରହିଛି ।ଭାରତରେ ଖେଳନା ବିଷୟରେ ଧାରଣା ରହିଛି ଓ ଏହା ପ୍ରତିଯୋଗୀ ବି ଅଟେ । ‘‘ଆମେ ବିଶ୍ୱକୁ ପରିବେଶ ଅନୁକୂଳ ଖେଳନା ଆଡ଼କୁ ନେଇଯାଇପାରିବା ।ଆମର ସଫ୍ଟୱେର୍ ଇଞ୍ଜିନିୟରମାନେ କମ୍ପ୍ୟୁଟର ଖେଳ ମାଧ୍ୟମରେ ଭାରତର କାହାଣୀକୁ ବିଶ୍ୱ ସାରା ପହଞ୍ଚାଇପାରିବେ,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: February 27, 2021, 10:01 PM IST