‘‘ପାକିସ୍ତାନ ଓ ଚୀନ୍ ସହ କେଉଁ ଦିନ ଭାରତ ଯୁଦ୍ଧ କରିବ ତାହା ମୋଦୀ ଠିକ୍ କରିସାରିଛନ୍ତି’’: UP BJP ଅଧ୍ୟକ୍ଷ

ଉତ୍ତର ପ୍ରଦେଶ BJPର ସଭାପତି ସ୍ୱତନ୍ତ୍ର ଦେବ ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି ଯେ ରାମ ମନ୍ଦିର ଓ ଧାରା ୩୭୦ ଭଳି ପାକିସ୍ତାନ ଓ ଚୀନ୍ ସହିତ କେବେ ଭାରତ ଯୁଦ୍ଧ କରିବ ସେହି ତାରିଖ ମୋଦୀ ସ୍ଥିର କରିସାରିଛନ୍ତି ।

‘‘ପାକିସ୍ତାନ ଓ ଚୀନ୍ ସହ କେଉଁ ଦିନ ଭାରତ ଯୁଦ୍ଧ କରିବ ତାହା ମୋଦୀ ଠିକ୍ କରିସାରିଛନ୍ତି’’: UP BJP ଅଧ୍ୟକ୍ଷ
ଉତ୍ତର ପ୍ରଦେଶ BJPର ସଭାପତି ସ୍ୱତନ୍ତ୍ର ଦେବ ସିଂ
  • News18 Odia
  • Last Updated: October 26, 2020, 1:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବଲିଆ (ଉତ୍ତର ପ୍ରଦେଶ): ଭାରତୀୟ ଜନତା ପାର୍ଟିର (ବିଜେପି) ଉତ୍ତର ପ୍ରଦେଶ ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂ ଏକ ବିବାଦୀୟ ବିବୃତିରେ କହିଛନ୍ତି ଯେ ପାକିସ୍ତାନ (Pakistan) ଓ ଚୀନ୍ (China) ସହ କେଉଁ ଦିନ ଭାରତର ଯୁଦ୍ଧ ହେବ ସେହି ତାରିଖ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ନିଶ୍ଚିତ କରିସାରିଛନ୍ତି ।

ସ୍ୱତନ୍ତ୍ର ଦେବ ସିଂଙ୍କ ଏହି ବିବୃତି ଶୁକ୍ରବାର ଦିନ ଆସିଛି । ରବିବାର ଦିନ ସାମନାକୁ ଆସିଥିବା ତାଙ୍କର ସେହି ଭାଷଣର ଏକ ଭିଡିଓ କ୍ଲିପରେ ସେ ଏହି କଥା କହୁଥିବା ଶୁଣିବାକୁ ମିଳିଛି ।

ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ସେଠାରେ ଉଭୟ ଦେଶର ସୈନ୍ୟ ବହୁ ସଂଖ୍ୟାରେ ନିୟୋଜିତ ହୋଇଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହ ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ ହେବା ନେଇ ଏହି ବିଜେପି ନେତା ନିଜ ଭାଷଣରେ କହିଛନ୍ତି ।

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

ବାସ୍ତବରେ ସ୍ୱତନ୍ତ୍ର ଦେବ ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି ଯେ ରାମ ମନ୍ଦିର ଓ ଧାରା ୩୭୦ ଭଳି ପାକିସ୍ତାନ ଓ ଚୀନ୍ ସହିତ କେବେ ଭାରତ ଯୁଦ୍ଧ କରିବ ତାହା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିର କରିସାରିଛନ୍ତି । ‘‘କେବେ କ’ଣ ହେବ ସେହି ତାରିଖ ସ୍ଥିର ହୋଇସାରିଛି,’’ କହିଛନ୍ତି ସ୍ୱତନ୍ତ୍ର ଦେବ ସିଂ ।

ଅକ୍ଟୋବର ୨୩ରେ ବଲିଆ ଜିଲ୍ଲାର ସିକନ୍ଦରପୁରରେ ବିଜେପି ବିଧାୟକ ସଞ୍ଜୟ ଯାଦବଙ୍କ ବାସଭବନରେ ଦଳର କର୍ମୀମାନଙ୍କୁ ସମ୍ବୋଧିତ କରିବା ସମୟରେ ସିଂ ଏହି ମନ୍ତବ୍ୟ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ସାମ୍ବାଦିକ ରାଜୀବ ଶର୍ମା ଚୀନକୁ ଦେଉଥିଲେ ଭାରତ ବିଷୟରେ ସମ୍ବେଦନଶୀଳ ସୂଚନା!

ରବିବାର ଦିନ ବିଜେପି ବିଧାୟକ ସଞ୍ଜୟ ଯାଦବ ଏହି ଭିଡିଓ ଜାରି କରିଛନ୍ତି । ସ୍ୱତନ୍ତ୍ର ଦେବ ସିଂ ନିଜ ସମ୍ବୋଧନରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ କଂଗ୍ରେସର ନେତାମାନଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ଯେତେବେଳେ ବିଜେପିର ଆଞ୍ଚଳିକ ସାଂସଦ ରବିନ୍ଦ୍ର କୁଶୱାହାଙ୍କୁ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ରାଜ୍ୟ ସଭାପତି ଏହା କହିଛନ୍ତି ।



ସ୍ୱତନ୍ତ୍ର ଦେବ ସିଂଙ୍କ ବିବୃତି ଭାରତର ଚୀନ ଓ ପାକିସ୍ତାନକୁ ନେଇ ରହିଥିବା ନୀତିରୁ ପୃଥକ ବୋଲି ସ୍ପଷ୍ଟ ଜଣାପଡ଼ିଛି ।



ରବିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଣି ଥରେ କହିଛନ୍ତି ଯେ ଭାରତ ଚୀନ୍ ସହିତ ସୀମା ବିବାଦକୁ ସମାପ୍ତ କରିବାକୁ ଚାହୁଁଛି, ମାତ୍ର ଭାରତ କାହାକୁ ଗୋଟିଏ ଇଞ୍ଚ୍‌ ବି ଭୂମି ଦେବ ନାହିଁ ।
Published by: Anand Shankar Thankur Das
First published: October 26, 2020, 1:06 AM IST
corona virus btn
corona virus btn
Loading