ସରକାରୀ କର୍ମଚାରୀଙ୍କୁ ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଉପହାର! ବର୍ତ୍ତମାନ ବୁଲିବା ପାଇଁ ମିଳିବ ସ୍ୱତନ୍ତ୍ର Vouchers

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) ଆଜି ଗ୍ରାହକ ମାନଙ୍କ ଖର୍ଚ୍ଚ ବୃଦ୍ଧି କରିବାକୁ ଏଲଟିସି (LTC) ଅଧୀନରେ ଏକ ନଗଦ ଭାଉଚର ଯୋଜନା ଘୋଷଣା କରିଛନ୍ତି । ଜାଣନ୍ତୁ ବର୍ତ୍ତମାନ ଆପଣଙ୍କ ପାଇଁ କ’ଣ ପରିବର୍ତ୍ତନ ହେବ ।

ସରକାରୀ କର୍ମଚାରୀଙ୍କୁ ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଉପହାର! ବର୍ତ୍ତମାନ ବୁଲିବା ପାଇଁ ମିଳିବ ସ୍ୱତନ୍ତ୍ର Vouchers
ସରକାରୀ କର୍ମଚାରୀଙ୍କୁ ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଉପହାର!
  • News18 Odia
  • Last Updated: October 12, 2020, 3:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସରକାର ଅର୍ଥନୀତିରେ ଚାହିଦା ବଢ଼ାଇବାକୁ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଅର୍ଥ ବ୍ୟୟ ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏଲଟିସି ଅଧୀନରେ ଏକ ନଗଦ ଭାଉଚର ଯୋଜନା ଘୋଷଣା କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଛୁଟି ଯାତ୍ରା କନ୍ସେସନ ଯଥା LTC ସମ୍ବନ୍ଧରେ ଏକ ବିଶେଷ ଘୋଷଣା କରିଛି । ଏହା ଅଧୀନରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୪ ବର୍ଷରେ ଥରେ LTC ର ସୁବିଧା ଦିଆଯିବ । ଗୋଟିଏ LTC ସେମାନଙ୍କୁ ଭାରତର ଯେକୌଣସି ସ୍ଥାନରେ ବୁଲିବା ପାଇଁ କିମ୍ବା ନିଜ ସହରରେ ଯିବା ପାଇଁ ଦିଆଯିବ ।

ଭାରତର ଅନ୍ୟ ସ୍ଥାନକୁ ଯିବା ଘଟଣାରେ ନିଜ ସହର ପରିଦର୍ଶନ କରିବାକୁ ଦୁଇଥର LTC ସୁବିଧା ଦିଆଯିବ । ଏହି ଯୋଜନା ଅଧୀନରେ କର୍ମଚାରୀମାନେ ସ୍କେଲ ଓ ରାଙ୍କ ଉପରେ ନିର୍ଭର କରି ବିମାନ କିମ୍ବା ଟ୍ରେନ୍ ଯାତ୍ରା ପାଇଁ ଫେରସ୍ତ ପାଇବେ । ଏହା ବ୍ୟତୀତ ୧୦ ଦିନ ଛୁଟି (PA +DA) ର ବ୍ୟବସ୍ଥା ମଧ୍ୟ ରହିବ ।

ଜାଣନ୍ତୁ କଣ ଏହି LTC ଯୋଜନା ?
ଟ୍ରାଭେଲ ଛୁଟି ଭତ୍ତାର (LTC) କ୍ୟାସ ଭାଉଚର୍ ସ୍କିମ୍ ସରକାର ଆଣିଛନ୍ତି । ଏହା ଅଧୀନରେ ସରକାରୀ କର୍ମଚାରୀ ଏକ ନଗଦ ଭାଉଚର୍ ପାଇବେ ଯେଉଁଥିରୁ ସେମାନେ ଖର୍ଚ୍ଚ କରିବାକୁ ସକ୍ଷମ ହେବେ ଓ ଏହା ଅର୍ଥନୀତିକୁ ମଧ୍ୟ ବୃଦ୍ଧି କରିବ । PSU ଓ ପବ୍ଲିକ୍ ବ୍ୟାଙ୍କର କର୍ମଚାରୀମାନେ ମଧ୍ୟ ଏହାର ଲାଭ ପାଇବେ ।

ଏହା ବି ପଢ଼ନ୍ତୁ ପୁରୀ: ପାଣି ପାଇପ ସଂଯୋଗକୁ ନେଇ ତେଣ୍ଟା ଓ ଟାଙ୍ଗିଆରେ ଆକ୍ରମଣ; ୨ ଜଣଙ୍କ ମୃତ୍ୟୁ, ୭ ଆହତ

ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

LTC ବଦଳରେ ନଗଦ ଦେୟ ଯାହା ଡିଜିଟାଲ୍ ହେବ । ଏହା ୨୦୧୮-୨୧ ପାଇଁ ହେବ । ଏହା ଅନୁଯାୟୀ ଟ୍ରେନ୍ କିମ୍ବା ବିମାନର ଭଡା ପ୍ରଦାନ କରାଯିବ ଓ ଏହା ଟିକସମୁକ୍ତ ହେବ । ଏଥିପାଇଁ କର୍ମଚାରୀଙ୍କ ଭଡା ଓ ଅନ୍ୟାନ୍ୟ ଖର୍ଚ୍ଚ ତିନି ଗୁଣ ହେବା ଉଚିତ୍ ।



ସେହି ଭଳି ଜିଏସ୍ଟି ପଞ୍ଜୀକୃତ ବିକ୍ରେତାଙ୍କଠାରୁ ସାମଗ୍ରୀ କିମ୍ବା ସେବା ନେବାକୁ ପଡିବ ଓ ଦେୟ ଡିଜିଟାଲ୍ ହେବା ଆବଶ୍ୟକ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା କେନ୍ଦ୍ରୀୟ ଓ ରାଜ୍ୟ କର୍ମଚାରୀଙ୍କ ଖର୍ଚ୍ଚ ମାଧ୍ୟମରେ ଚାହିଦା ଅର୍ଥନୀତିରେ ପ୍ରାୟ ୨୮ ହଜାର କୋଟି ଟଙ୍କା ରୋଜଗାର କରିବ ।
Published by: Jagdish Barik
First published: October 12, 2020, 3:10 PM IST
corona virus btn
corona virus btn
Loading