ମୋଦୀ ସରକାର ଚାଷୀଙ୍କୁ ଖୁସି କରିବା ପାଇଁ ନେଲେ ବଡ଼ ପଦକ୍ଷେପ! ଖରିଫ ଫସଲ ବିକ୍ରୟରେ ତୁରନ୍ତ ମିଳିବ ଟଙ୍କା

୧ ଅକ୍ଟୋବରରୁ ଖରିଫ ଫସଲର (Kharif Crop) ସରକାରୀ କ୍ରୟ ଆରମ୍ଭ ହୋଇଥାଏ । ତେଣୁ କୃଷକମାନେ କୌଣସି ପ୍ରକାରର ଆର୍ଥିକ ସଙ୍କଟର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି ।

ମୋଦୀ ସରକାର ଚାଷୀଙ୍କୁ ଖୁସି କରିବା ପାଇଁ ନେଲେ ବଡ଼ ପଦକ୍ଷେପ! ଖରିଫ ଫସଲ ବିକ୍ରୟରେ ତୁରନ୍ତ ମିଳିବ ଟଙ୍କା
ମୋଦୀ ସରକାର ଚାଷୀଙ୍କୁ ଦେଲେ ଉପହାର! ଖରିଫ ଫସଲ ବିକ୍ରୟରେ ତୁରନ୍ତ ମିଳିବ ଟଙ୍କା
  • News18 Odia
  • Last Updated: September 28, 2020, 7:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କୃଷି ବିଲ୍କୁ (Farm Bill) ନେଇ ଦେଶର କୃଷକମାନେ ଧାରଣା ପ୍ରଦର୍ଶନ କରୁଛନ୍ତି । ଏଭଳି ପରିସ୍ଥିତିରେ ସରକାର ସମ୍ପୂର୍ଣ୍ଣ ସତର୍କ ଅଛନ୍ତି । ୧ ଅକ୍ଟୋବରରୁ ଖରିଫ ଫସଲର (Kharif Crop) ସରକାରୀ କ୍ରୟ ଆରମ୍ଭ ହୋଇଥାଏ । ତେଣୁ କୃଷକମାନେ କୌଣସି ପ୍ରକାରର ଆର୍ଥିକ ସଙ୍କଟର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟସରକାରଙ୍କ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି । ଅର୍ଥାତ୍ ଏଥର ଖରିଫ ଫସଲ ବିକ୍ରୟ କରୁଥିବା କୃଷକମାନଙ୍କୁ ଦେୟ ପାଇବାକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ । ଅକ୍ଟୋବର ୧ ପୂର୍ବରୁ କେନ୍ଦ୍ର ସରକାର ପଞ୍ଜାବ ଓ ହରିୟାଣାରେ ସରକାରୀ କ୍ରୟ ଆରମ୍ଭ କରିସାରିଛନ୍ତି ।

ଖରିଫ କ୍ରୟ ପାଇଁ ୧୯,୪୪୪ କୋଟି ମଞ୍ଜୁର ହୋଇଛି
ଜାତୀୟ ସମବାୟ ବିକାଶ ନିଗମ (National Cooperative Development Corporation) ହରିୟାଣା, ତେଲେଙ୍ଗାନା ଓ ଛତିଶଗଡ଼ରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ଖରିଫ ଧାନ କ୍ରୟ ପାଇଁ ପ୍ରଥମ କିସ୍ତି ଭାବରେ ୧୯,୪୪୪ କୋଟି ଟଙ୍କା ମଞ୍ଜୁର କରିଛି । ସରକାରଙ୍କ ଏହି ପଦକ୍ଷେପ ରାଜ୍ୟ ସରକାରୀ ଏଜେନ୍ସିଗୁଡ଼ିକୁ ତୁରନ୍ତ କ୍ରୟ ଅଭିଯାନ ଆରମ୍ଭ କରିବାରେ ସାହାଯ୍ୟ କରିବ ।

ଏହା ବି ପଢ଼ନ୍ତୁ ଚାଲିଗଲେ ଗାୟକ ଏସ୍.ପି. ବାଲାସୁବ୍ରମଣ୍ୟମ; ଦେଖନ୍ତୁ ତାଙ୍କର ଶେଷ VIDEO ଓ ଶେଷ ଗୀତ

ଏହା ବି ପଢ଼ନ୍ତୁ Moto E7 Plus ଭାରତରେ ଲଞ୍ଚ ହେଲା; ୧୦ ହଜାରରୁ କମ୍ ୪୮ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ ଏହି ଫୋନର ଦାମ୍

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଛତିଶଗଡକୁ ସର୍ବାଧିକ ୯,୦୦୦ କୋଟି ଟଙ୍କା ମିଳିଛି । ହରିୟାଣାକୁ ୫,୪୪୪ କୋଟି ଟଙ୍କା ଓ ତେଲେଙ୍ଗାନାକୁ ୫,୫୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।



କେନ୍ଦ୍ର ସରକାର ସାଧାରଣ ଧାନ ଧାନ ପାଇଁ କ୍ୱିଣ୍ଟାଲ ପିଛା ୧,୮୬୮ ଟଙ୍କା ଓ ଚଳିତ ଆର୍ଥିକ ବର୍ଷ ପାଇଁ ଏ ଗ୍ରେଡ୍ କିସମ ପାଇଁ କ୍ୱିଣ୍ଟାଲ ପିଛା ୧,୮୮୮ ଟଙ୍କା ଦର ସ୍ଥିର କରିଛନ୍ତି । ସରକାର ଖରିଫ ମାର୍କେଟିଂ ସିଜିନରେ ପଞ୍ଜାବରୁ ୧୧୩ ଲକ୍ଷ ଟନ୍ ଚାଉଳ ଓ ହରିୟାଣା ଠାରୁ ୪୪ ଲକ୍ଷ ଟନ୍ ଚାଉଳ କିଣିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୦-୨୧ ଖରିଫ ସିଜିନ ରେ ସମଗ୍ର ଦେଶ ପାଇଁ ମୋଟ ଚାଉଳ କ୍ରୟର ଲକ୍ଷ୍ୟ ୪୯୫.୩୭ ଲକ୍ଷ ଟନ୍ ରଖାଯାଇଛି ।
Published by: Jagdish Barik
First published: September 28, 2020, 7:48 PM IST
corona virus btn
corona virus btn
Loading