ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ନମାମୀ ଗଙ୍ଗେ ୨.୦ର ଲଞ୍ଚ କରିବେ ପ୍ରଧାନ ମନ୍ତ୍ରୀ; ଜାଣନ୍ତୁ କଣ ରହିଛି Plan

ନମାମୀ ଗଙ୍ଗେ ୨.୦ର ଲଞ୍ଚ କରିବେ ପ୍ରଧାନ ମନ୍ତ୍ରୀ; ଜାଣନ୍ତୁ କଣ ରହିଛି Plan

ଗଙ୍ଗା ଓ ଏହାର ଉପନଦୀଗୁଡିକର ସ୍ୱଚ୍ଛତା ଓ ଶୁଦ୍ଧତା ଅଭିଯାନକୁ ଅଧିକ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର 'ନମାମୀ ଗଙ୍ଗେ ୨.୦' ପ୍ରକଳ୍ପ ଆରମ୍ଭ କରିବେ।

ନମାମୀ ଗଙ୍ଗେ ୨.୦ର ଲଞ୍ଚ କରିବେ ପ୍ରଧାନ ମନ୍ତ୍ରୀ; ଜାଣନ୍ତୁ କଣ ରହିଛି Plan
ଗଙ୍ଗା ସଫେଇ କାର୍ଯ୍ୟକ୍ରମ ପୁଣି ଥରେ ଆରମ୍ଭ ହେବ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 3, 2021, 3:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗଙ୍ଗା ଓ ଏହାର ଉପନଦୀଗୁଡିକର ସ୍ୱଚ୍ଛତା ଓ ଶୁଦ୍ଧତା ଅଭିଯାନକୁ ଅଧିକ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର 'ନମାମୀ ଗଙ୍ଗେ ୨.୦' ପ୍ରକଳ୍ପ ଆରମ୍ଭ କରିବେ। 'ନ୍ୟାସନାଲ ମିଶନ୍ ଫର କ୍ଲିନ ଗଙ୍ଗା'  ଅଧୀନରେ ' ନମାମୀ ଗଙ୍ଗେ ୨.୦' ପ୍ରକଳ୍ପ ଚୂଡାନ୍ତ ହୋଇଛି ଓ ଏହାର ଶୁଭାରମ୍ଭ ପ୍ରକ୍ରିୟା ଶୀଘ୍ର ଶେଷ ହେବ ବୋଲି ସୂତ୍ରରୁ ପ୍ରକାଶ ପାଇଛି।

ସଶକ୍ତିକରଣ ଅର୍ଥ କମିଟି (ଇଏଫସି) ବୈଠକରେ ନାମାମି ଗଙ୍ଗା ୨.୦ପ୍ରକଳ୍ପ ସମ୍ବନ୍ଧୀୟ ପ୍ରସ୍ତାବକୁ ବିଚାର କରାଯାଇଛି।  ବର୍ତ୍ତମାନ ଏହି ପ୍ରସ୍ତାବ ଅର୍ଥ ବିଭାଗ ସମ୍ମୁଖରେ ଅଛି।

ସୂତ୍ରରୁ ପ୍ରକାଶ, ନମାମୀ ଗଙ୍ଗେ ପ୍ରକଳ୍ପ ଆଉ ୫ ବର୍ଷ ବୃଦ୍ଧି କରାଯିବ।  ଏଥିରେ ସମ୍ପୂର୍ଣ୍ଣ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ବିଶେଷ ଧ୍ୟାନ ଦିଆଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୩ ମେ ୨୦୧୫ରେ କେନ୍ଦ୍ର କ୍ୟାବିନେଟ ଏକ ବ୍ୟାପକ କାର୍ଯ୍ୟକ୍ରମ ଅଧୀନରେ ଗଙ୍ଗା ନଦୀ ତଥା ଏହାର ଉପନଦୀଗୁଡିକର ସଂରକ୍ଷଣ ପାଇଁ ନାମାମି ଗଙ୍ଗେ ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପକୁ ପାଞ୍ଚ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୋଟ ୨୦,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ନ୍ୟାସନାଲ ମିଶନ ଫର କ୍ଲିନ୍ ଗଙ୍ଗା ତଥ୍ୟ ଅନୁଯାୟୀ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ନମାମୀ ଗଙ୍ଗା ପ୍ରକଳ୍ପ ପାଇଁ ୩୦,୨୫୬କୋଟି ଟଙ୍କା ଆବଣ୍ଟନ କରାଯାଇଛି ଓ ୧୧,୮୪୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅଗଷ୍ଟ ପର୍ଯ୍ୟନ୍ତ ୧୬୭ ଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହୋଇଛି। ୧୪୫ଟି ପ୍ରକଳ୍ପ ଚାଲିଛି ଓ ୨୮ଟି ପ୍ରକଳ୍ପ ଟେଣ୍ଡର ପ୍ରକ୍ରିୟାରେ ଅଛି।

ସୂତ୍ରରୁ ପ୍ରକାଶ ଯେ ନମାମୀ ଗଙ୍ଗେ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱେରେଜ ପ୍ଲାଣ୍ଟ (ଏସଟିପି) ସମେତ ସମସ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯିବ। ଏଥିରେ ଆଗ୍ରା, ମେରୁଟ, ଉତ୍ତରପ୍ରଦେଶର ସରହରନପୁର ଓ ବକ୍ସାର, ମୁଙ୍ଗର, ବିହାରର ବେଗୁସରାଇ ଓ ଅନ୍ୟାନ୍ୟ ଅଞ୍ଚଳରେ ପ୍ରକଳ୍ପ ଉପରେ କାର୍ଯ୍ୟ ଶେଷ ହେବ। ଏହା ସହିତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସହ ଜଡିତ କାର୍ଯ୍ୟକ୍ରମ ଓ ଯୋଜନା ଓ ଯମୁନା, କାଳୀ 9 ଅନ୍ୟାନ୍ୟ ଉପନଦୀଗୁଡିକର ପରିଷ୍କାର ପରିଚ୍ଛନ୍ନତା ଉପରେ ମଧ୍ୟ କାର୍ଯ୍ୟ କରାଯିବ।

ନମାମୀ ଗଙ୍ଗେ ଇଣ୍ଟିଗ୍ରେଟେଡ୍ ଗଙ୍ଗା ପୁନଃ ନବୀକରଣ ମିଶନ ଉପରେ ବିସ୍ତୃତ ପ୍ରସ୍ତାବ ଭାରତ ସରକାରଙ୍କ ଗଙ୍ଗା ପୁନଃ ନବୀକରଣ ସହ ଜଡିତ ବିଭିନ୍ନ ପ୍ରକଳ୍ପ ମିଶ୍ରଣ କରି ଯୋଜନାର ଆକାର, କାର୍ଯ୍ୟକ୍ରମ ଓ କ୍ଷେତ୍ର ବୃଦ୍ଧି କରିବାକୁ ଉଦ୍ଦିଷ୍ଟ।
Published by: Soumya Das
First published: October 3, 2021, 3:29 PM IST