E-Shram କାର୍ଡ଼ଧାରୀଙ୍କୁ ମିଳୁଛି ଅନେକ ସୁବିଧା; ଆପଣ ବି କରନ୍ତୁ ଏମିତି ଆବେଦନ

E-Shram Card Update: ଏହି ଯୋଜନାରେ ଆପଣ ଅନେକ ସୁବିଧାର ଲାଭ ପାଇବେ। ଏଥିରେ ସରକାର ଆପଣଙ୍କୁ ପେନସନ୍ ଆକାରରେ ଟଙ୍କା ଦିଅନ୍ତି, ଯାହାଦ୍ୱାରା ଆପଣଙ୍କୁ ବୃଦ୍ଧାବସ୍ଥାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

E-Shram କାର୍ଡ଼ଧାରୀଙ୍କୁ ମିଳୁଛି ଅନେକ ସୁବିଧା

E-Shram କାର୍ଡ଼ଧାରୀଙ୍କୁ ମିଳୁଛି ଅନେକ ସୁବିଧା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

E-Shram Card Update: ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କ (Central Governemnt) ଦ୍ବାରା ଅନେକ ଯୋଜନା ଚାଲିଛି।

ଏଥିରେ ଇ-ଶ୍ରମ କାର୍ଡ ଯୋଜନା (E-Shram Scheme) ପ୍ରମୁଖ। ଏଥିରେ ସରକାର (Government) କାର୍ଡ଼ଧାରୀଙ୍କ (E-Shram Card Holders) କିସ୍ତି ଦେଉଛନ୍ତି। ଏଥିରେ ପ୍ରାୟ ୨୮.୫୦ କୋଟି ଲୋକ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଛନ୍ତି। ଯେଉଁଥିରେ ଉତ୍ତରପ୍ରଦେଶର ପ୍ରାୟ ୮.୨ କୋଟି ଲୋକ ପଞ୍ଜୀକୃତ ହୋଇଛନ୍ତି। ଏହା ପରେ ବିହାର, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଲୋକମାନେ ସାମିଲ ଅଛନ୍ତି।

E-Shram Card ରଖିବାର ଲାଭ

ଏହି ଯୋଜନାରେ ଆପଣ ଅନେକ ସୁବିଧାର ଲାଭ ପାଇବେ। ଏଥିରେ ସରକାର ଆପଣଙ୍କୁ ପେନସନ୍ ଆକାରରେ ଟଙ୍କା ଦିଅନ୍ତି, ଯାହାଦ୍ୱାରା ଆପଣଙ୍କୁ ବୃଦ୍ଧାବସ୍ଥାରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଯଦି ଶ୍ରମିକଙ୍କର ଏକ ପୁଅ କିମ୍ବା ଝିଅ ଅଛି ଯିଏ ଅଧିକ ପାଠ ପଢ଼ିବାକୁ ଚାହାଁନ୍ତି, ତେବେ ସରକାର ସେମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି।

ଘର ନିର୍ମାଣ ପାଇଁ ଋଣ ସୁବିଧା

ଯଦି କୌଣସି ଶ୍ରମିକ ଦୁର୍ଘଟଣାରେ ଅକ୍ଷମ ହୁଅନ୍ତି, ତେବେ ତାଙ୍କୁ ୧ ଲକ୍ଷ ଟଙ୍କା ଦିଆଯାଉଛି। ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ ସରକାର ତାଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ପାଇଁ ୨ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ଏହି ଯୋଜନାର ଲାଭ ଉଠାଇବା ପାଇଁ ଶ୍ରମିକ, ପ୍ରବାସୀ ଶ୍ରମିକ, କୃଷି ଶ୍ରମିକ, ଘରୋଇ ଶ୍ରମିକ, ରେଜା, କୁଲି, ରିକ୍ସା ଟାଣିବା, ବ୍ୟୁଟି ପାର୍ଲର କର୍ମଚାରୀ, ସୁଇପର, ସୁରକ୍ଷା ଗାର୍ଡ, ମୋଚି, ଭଣ୍ଡାରି, ଇଲେକ୍ଟ୍ରିସିଆନ୍, ପ୍ଲମ୍ବର ଇତ୍ୟାଦି ପଞ୍ଜୀକରଣ କରିପାରିବେ। ଏହାର ଫାଇଦା ନେବାକୁ ଆପଣଙ୍କୁ ସରକାରୀ କର୍ମଚାରୀ ହେବାକୁ ପଡ଼ିବ ନାହିଁ।

E-Shram କାର୍ଡ଼ ପାଇଁ ଡକ୍ୟୁମେଣ୍ଟ ଆବଶ୍ୟକ

୧. ଆଧାର କାର୍ଡ଼।

୨. ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ୍ ହେବା ଜରୁରୀ।

୩. ମୌଳିକ ଠିକଣା ପ୍ରମାଣ।

୪. ବ୍ୟାଙ୍କ ଷ୍ଟେଟମେଣ୍ଟ ସୂଚନା।

୫. ପାସପୋର୍ଟ ଆକାର ଫଟୋ।

୬. E-Shram କାର୍ଡ଼ ପାଇଁ କିପରି ଆବେଦନ କରିବେ।

ପଢ଼ନ୍ତୁ ଏହି ଖବର:  Old Pension Scheme: ଲାଗୁ ହେବ ପୁରୁଣା ପେନସନ୍ ସ୍କିମ୍, ହଟିବ NPS!

ଏଥିରେ ଆବେଦନ କରିବାର ପଦ୍ଧତି ବହୁତ ସହଜ। ଏଥିପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ। ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ E-Shram କାର୍ଡ଼ର ଅଫିସିଆଲ୍ ୱେବସାଇଟ୍ eshram.gov.in କୁ ଯିବାକୁ ପଡ଼ିବ। ଏହା ପରେ ଏକ ଫର୍ମ ପୂରଣ କରିବାକୁ ପଡ଼ିବ ଏବଂ ଏହାକୁ ଦାଖଲ କରିବାକୁ ହେବ। ଆବେଦନ ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣ ୧୪୪୩୪ ଟୋଲ୍ ଫ୍ରି ନମ୍ବରରୁ ସୂଚନା ପାଇପାରିବେ।
Published by:Lipina Das
First published: