News18 Odia Digital
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଚାଷୀଙ୍କ ଲଟେରୀ ଲାଗି ରହିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୨୦୦୦ ହଜାର ଟଙ୍କା ଲେଖାଏଁ ଦ୍ୱାଦଶ କିସ୍ତି ପ୍ରଧାନମନ୍ତ୍ରୀ କିସାନ ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏହା ପରେ ୱାନ ନେସନ ୱାନ ସାର ଯୋଜନା ପୁଣି ଆରମ୍ଭ କରାଯାଇଥିଲା ଓ ବର୍ତ୍ତମାନ କେନ୍ଦ୍ର ସରକାର ରବି ଫସଲ ଉପରେ ଏମଏସପି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
ସୂଚନାନୁସାରେ, ମସୁର ଡାଲି ଉପରେ ଏମଏସପି କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ସୋରିଷ ଉପରେ ଏମଏସପି କ୍ୱିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି ପାଇଛି। ଗହମ ଉପରେ ଏମଏସପି କ୍ୱିଣ୍ଟାଲ ପିଛା ୧୧୦ ଟଙ୍କା ବୃଦ୍ଧି ପାଇଛି। ଏଥିସହିତ ବାର୍ଲି ଉପରେ ଏମଏସପି କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ଓ ଚଣାରେ କ୍ୱିଣ୍ଟାଲ ପିଛା ୧୦୫ ଟଙ୍କା ବୃଦ୍ଧି କରାଯାଇଛି। ସୂର୍ଯ୍ୟମୁଖୀ ଉପରେ କ୍ୱିଣ୍ଟାଲ ପିଛା ଏମଏସପି ୨୦୯ ବୃଦ୍ଧି କରାଯାଇଛି। ମୋଟ ୬ ରୁ ୯ ପ୍ରତିଶତ ଫସଲ ଉପରେ ଏମଏସପି ବୃଦ୍ଧି କରାଯାଇଛି ବୋଲି କୁହାଯାଇଛି।
ଏହା କୃଷକମାନଙ୍କ କିଛି ଆଶ୍ବସ୍ତି ଖବର। ଏଥର ବର୍ଷା ଚାଷୀଙ୍କ ପାଇଁ ମଧ୍ୟ ଅନେକ କ୍ଷତି କରିଛି। ବର୍ତ୍ତମାନ ଏହି ନିଷ୍ପତ୍ତି ସହିତ ସରକାରଙ୍କ ଏମଏସପି ଦ୍ୱିଗୁଣିତ କରିବାର ରଣନୀତି ମଧ୍ୟ ସାମାନ୍ୟ ଉତ୍ସାହ ପାଇବ। ମଙ୍ଗଳବାର ଦିନ ଏକ କ୍ୟାବିନେଟ୍ ବୈଠକ ହୋଇଥିଲା। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ରବି ଫସଲ ପାଇଁ ଏମଏସପିର ଅନୁମୋଦନ ଅନ୍ତର୍ଭୁକ୍ତ।
ମାର୍କେଟିଂ ଋତୁ ୨୦୨୩-୨୪ ପାଇଁ ଫସଲର ଏମଏସପି ବୃଦ୍ଧି କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଯେଉଁ ଫସଲ ଯାହାର ଏମଏସପି ସରକାର ସ୍ଥିର କରିଛନ୍ତି। ଏଥିରେ ଗହମ, ଚଣା, ମସୁର, ସୋରିଷ ପରି ଫସଲ ସାମିଲ ଅଛି। ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଉପରେ ଅଧିକ ବିବରଣୀ ଦିଆଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।